ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଗଞ୍ଜାମକୁ ଟପିଗଲା ଖୋରଧା

କରୋନାର ହଟସ୍ପଟ ପାଲଟିଥିବା ଗଞ୍ଜାମକୁ ସଂକ୍ରମଣ କ୍ଷେତ୍ରରେ ଟପିଯାଇଛି ଖୋରଧା ଜିଲ୍ଲା । ଗୋଟିଏ ଦିନରୁ ଖୋରଧାରୁ ସର୍ବାଧିକ ୨୮୯ କରୋନା ଆକ୍ରାନ୍ତ ଚିହ୍ନଟ ଗଞ୍ଜାମରୁ ଚିହ୍ନଟ ହୋଇଛନ୍ତି ୨୭୯ ଆକ୍ରାନ୍ତ । ୨୯ ଜିଲ୍ଲାରୁ ମୋଟ୍‍ ୧୮୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦୀର୍ଘଦିନ ପରେ ଖୋରଧା ଏକ ନମ୍ବର ସ୍ଥାନକୁ ଫେରିଛି ।

ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୧୫ ଲୋକାଲ କେସ ହୋଇଥିବାବେଳେ ୧୧୧୮ ଜଣ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ନୂଆ ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୫୫୦ରେ ପହଞ୍ଚି ଥିବାବେଳେ ଏମାନଙ୍କ ମଧ୍ୟରୁ ୨୬,୮୮୭ ଜଣ ଚିକିତ୍ସାପରେ ସୁସ୍ଥହୋଇ ଘରକୁ ଫେରିଲେଣି ।

ଅନ୍ୟ ଜିଲ୍ଲାରେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ରାୟଗଡାରେ ୧୫୨, କଟକରେ ୧୨୪, ସୁନ୍ଦରଗଡରେ ୧୧୦, କଳାହାଣ୍ଡିରେ ୮୪, ବାଲେଶ୍ୱରରେ ୬୯, ପୁରୀରୁ ୬୭, ନୟାଗଡରୁ ୬୧, ଯାଜପୁରରୁ ୬୦ ଓ ଭଦ୍ରକରୁ ୫୦ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା ଗୁଡିକରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ତଳକୁ ଥିବାବେଳେ ସବୁଠାରୁ କମ୍‍ ମାତ୍ର ଜଣେ ଆକ୍ରାନ୍ତ ନୂଆପଡା ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ।

ସେହିଭଳି ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୨ଜଣ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୪୭ରେ ପହଞ୍ଚିଛି । ଗଞ୍ଜାମ ଓ ସୁନ୍ଦରଗଡ ଜିଲ୍ଲାରେ ୩ଜଣକରି ମରିଥିବାବେଳେ ଭଦ୍ରକ, ଢେଙ୍କାନାଳ, ଗଜପତି, କେନ୍ଦ୍ରାପଡା, ମୟୁରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରେ ଜଣେକରି ମୃତ୍ୟୁବରଣ କରିଛନ୍ତି । ତେବେ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁସଂଖ୍ୟା ସର୍ବାଧିକ ୧୨୩ରେ ପହଞ୍ଚିଛି ।

ଆଜି ସୁଦ୍ଧା ରାଜ୍ୟରେ କରୋନା ନମୂନା ପରୀକ୍ଷା ସଂଖ୍ୟା ୬,୧୬,୬୪୬ରେ ପହଞ୍ଚି ଥିବାବେଳେ ମୋଟ ନମୂନାରୁ ୬.୯ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020