ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ବରିଷ୍ଠ ନାଗରିକଙ୍କ ଯତ୍ନ ନିଅ

କୋଭିଡ ମହାମାରୀ ସମୟରେ ବରିଷ୍ଠ ନାଗରିକମାନଙ୍କର ଉପଯୁକ୍ତ ଯତ୍ନ ନେବାରେ ଯେଭଳି କିଛି ଅସୁବିଧା ନହୁଏ ସେ ଦିଗରେ ଦୃଷ୍ଟି ଦେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ସୁପ୍ରିମ୍‍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଡକ୍ଟର ଅଶ୍ୱିନୀ କୁମାରଙ୍କ ପକ୍ଷରୁ ଆଗତ ଏକ ମାମଲାର ଶୁଣାଣି କରି ଅଶୋକ ଭୂଷଣ ଓ ଆର.ଏସ୍‍.ରେଡ୍ଡୀଙ୍କୁ ନେଇ ଗଠିତ ସୁପ୍ରିମ୍‍କୋର୍ଟଙ୍କ ଏକ ଖଣ୍ଡପୀଠ ଏହା କହିଛନ୍ତି । କରୋନା ବରିଷ୍ଠ ନାଗରିକମାନଙ୍କୁ ସଂକ୍ରମିତ ହେବାର ଅଧିକ ଆଶଙ୍କା ଥିବା ପରିପ୍ରେକ୍ଷୀରେ ଡାକ୍ତରଖାନା ଗୁଡିକରେ ଏମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଚିକିତ୍ସା କରିବା ଉପରେ ସୁପ୍ରିମ୍‍କୋର୍ଟ ଗୁରୁତ୍ୱଆରୋପ କରିଛନ୍ତି । କୌଣସି ବୟସ୍କ ଲୋକ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଘେନି ଅଭିଯୋଗ ଆଣନ୍ତି ତେବେ ହସ୍ପିଟାଲ ପ୍ରଶାସନ ଅଗ୍ରାଧିକାର ଭିତ୍ତିରେ ସେହି ସମସ୍ୟାର ସମାଧାନ କରିବାପାଇଁ ସୁପ୍ରିମ୍‍କୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମ୍‍କୋର୍ଟଙ୍କ ଖଣ୍ଡପୀଠ ପୁଣି କହିଛନ୍ତି ଯେ ବରିଷ୍ଠ ନାଗରିକମାନଙ୍କୁ ନିୟମିତ ଭାବେ ପେନ୍‍ସନ ମିଳିବାରେ ଯେଭଳି କୌଣସି ସମସ୍ୟା ନଉପୁଜେ ସେ ଦିଗରେ କର୍ତ୍ତୃପକ୍ଷ ଦୃଷ୍ଟିଦେବା ଉଚିତ୍‍ । ଏହାଛଡା ଏମାନଙ୍କ ଲାଗି ଯେପରି ସହଜରେ ଔଷଧ, ମାସ୍କ, ସାନିଟାଇଜର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ହୁଏ ସେ ଦିଗରେ ମଧ୍ୟ ସମ୍ପୃକ୍ତ ରାଜ୍ୟ ସରକାରମାନେ ଅଗ୍ରାଧିକାର ଦେବା ଆବଶ୍ୟକ ।

ଏ ପ୍ରସଙ୍ଗରେ ସୁପ୍ରିମ୍‍କୋର୍ଟ ପୁଣି କହିଛନ୍ତି ଯେ ଯଦି କୌଣସି ବରିଷ୍ଠ ନାଗରିକ ବ୍ୟକ୍ତିଗତ ଭାବେ ଏଭଳି ସମସ୍ୟା ଉତ୍‍ଥାପନ କରନ୍ତି ତେବେ ସ୍ଥାନୀୟ ପ୍ରଶାସନ ତୁରନ୍ତ ସେହି ସମସ୍ୟାର ସମାଧାନ କରିବା ଉଚିତ୍‍ । ଏହାଛଡା ଯେଉଁ ବୃଦ୍ଧାଶ୍ରମଗୁଡିକରେ ବରିଷ୍ଠ ନାଗରିକମାନେ ରହୁଛନ୍ତି ସେଗୁଡିକରେ ସେମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସହ ସମ୍ପୃକ୍ତ ବୃଦ୍ଧାଶ୍ରମ ଗୁଡିକର ନିୟମିତ ବିଶୋଧନ କରାଯିବା ଆବଶ୍ୟକ । ଏସବୁ ପ୍ରସଙ୍ଗର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସୁପ୍ରିମ୍‍କୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ ସମୟସୀମା ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି ।

ଏହି ମାମଲା ପରିଚାଳନା ପାଇଁ ଡକ୍ଟର ଅଶ୍ୱିନୀ କୁମାର ନିଜେ ଉପସ୍ଥିତ ରହି ତାଙ୍କ ପକ୍ଷ ରଖିଥିବାବେଳେ ହେଲ୍ପ ଏଜ୍‍ର ମାଥ୍ୟୁ ଚେରିଆନ ଆମିକସକ୍ୟୁରୀ ଭାବେ ଉପସ୍ଥିତ ଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲଙ୍କ ସମେତ ଅନେକ ଓକିଲ ନିୟୋଜିତ ହୋଇଥିବାବେଳେ ଓଡିଶା ସରକାରଙ୍କ ପକ୍ଷରୁ ଶିବାଶିଷ ମିଶ୍ର ଏହି ମାମଲା ଲଢୁଛନ୍ତି । ଅନ୍ୟ ସବୁ ରାଜ୍ୟ ସରକାର ମଧ୍ୟ ଏହି ମାମଲାରେ ପକ୍ଷଭୁକ୍ତ ହୋଇ ସ୍ୱତନ୍ତ୍ର ଓକିଲ ନିୟୋଜନ କରିଛନ୍ତି ।

ଆବେଦନକାରୀ ଡକ୍ଟର ଅଶ୍ୱିନୀ କୁମାର କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ବୟସ୍କ ଲୋକମାନଙ୍କର ନିରାପତ୍ତା ଓ ଅଧିକ ଯତ୍ନ ନେବା ସରକାରଙ୍କ ମୌଳିକ କର୍ତ୍ତବ୍ୟ ବୋଲି ଉଲ୍ଲେଖ କରିଥିଲେ । ସଂଖ୍ୟାଧିକ ବୟସ୍କ ନାଗରିକଙ୍କୁ ବିଭିନ୍ନ କିସମର ପେନ୍‍ସନ ମିଳୁଥିବାରୁ ସେମାନଙ୍କୁ ଚିହ୍ନଟ କରିବାରେ ବିଶେଷ କିଛି ଅସୁବିଧା ନାହିଁ । ଅନେକ କ୍ଷେତ୍ରରେ ବୟସ୍କ ନାଗରିକମାନେ ଏକା ରହୁଥିବାରୁ ସେମାନଙ୍କ ନିରାପତ୍ତା ଓ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ପ୍ରଶ୍ନବାଚୀ ରହୁଛି ।

ଏମିତିକି ଅନେକ ବରିଷ୍ଠ ନାଗରିକ ଔଷଧ ସମେତ ଅତ୍ୟାବଶ୍ୟକ ସାମଗ୍ରୀ କୋଭିଡ କଟକଣା ଭିତରେ ସଂଗ୍ରହ କରିନପାରି ହଇରାଣ ହରକତ ହେଉଛନ୍ତି । ଏହାଛଡା କେତେକ ଠିକଣା ସମୟରେ ପେନ୍‍ସନ ପାଉନଥିବାରୁ ସେମାନଙ୍କୁ ଏହା ମିଳିବରେ ଯେଭଳି ବିଳମ୍ବ ନହୁଏ ସେ ଦିଗରେ ମଧ୍ୟ ଡକ୍ଟର କୁମାର ସୁପ୍ରିମ୍‍କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020