ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଏମ୍ସରେ ଡାକ୍ତର, କର୍ମଚାରୀ ସଙ୍କଟ

ଭୁବନେଶ୍ୱର ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍‍ସ)ରେ ରୋଗୀସଂଖ୍ୟା ବଢୁଥିବାବେଳେ ଏଠାରେ ଥିବା ପଦବୀଗୁଡିକ ପୂରଣ ହେଉନାହିଁ । ଶିକ୍ଷକ ଓ ଅଣଶିକ୍ଷକ ପଦବୀ ମିଶି ପାଖାପାଖି ୨ହଜାର ପଦବୀ ଖାଲିପଡିଛି ।

ଏମ୍‍ସ ଭୁବନେଶ୍ୱରରେ ୨୦୧୭-୧୮ ବର୍ଷରେ ବର୍ହିବିଭାଗରେ ୬,୩୬,୬୭୭ ଜଣ ରୋଗୀ ଚିକିତ୍ସିତ ହୋଇଥିବାବେଳେ ୨୦୧୮-୧୯ ବର୍ଷରେ ଏହା ୮,୧୫,୯୬୮କୁ ବୃଦ୍ଧି ପାଇଥିବା ସୂଚନା ଅଧିକାରକର୍ମୀ ଅଖଣ୍ଡ ମାଗିଥିବା ତଥ୍ୟରେ ଏମ୍ସ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି । ସେହିଭଳି ୨୦୧୭-୧୮ ବର୍ଷରେ ଆନ୍ତଃବିଭାଗରେ ୧୮,୦୨୬ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ୨୦୧୮-୧୯ ବର୍ଷରେ ଏହି ସଂଖ୍ୟା ୨୦,୧୭୯ରେ ପହଞ୍ଚିଛି । ସ୍ୱଳ୍ପ ଦର ଓ ଉନ୍ନତମାନର ଚିକିତ୍ସାପାଇଁ ଓଡିଶା ସମେତ ପଡୋଶୀ ପଶ୍ଚିମବଙ୍ଗର ବହୁ ରୋଗୀ ଏମ୍ସକୁ ଆସିଥାନ୍ତି ।

ଏମ୍ସରେ ସାଧାରଣତଃ ଡାକ୍ତରୀ ପାଠ ପଢୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଚିକିତ୍ସା କରିଥାନ୍ତି । ତେବେ ଏହି ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ଲାଗି ୩୦୫ଟି ଶିକ୍ଷକ ପଦବୀ ଥିବାବେଳେ ଏଥିରୁ ୧୧୪ଟି ଖାଲି ପଡିଛି । ସେହିଭଳି ଅଣଶିକ୍ଷକ ପାଇଁ ଉଦ୍ଦିଷ୍ଟ ୩୭୭୬ଟି ପଦବୀ ମଧ୍ୟରୁ ୧୮୬୪ଟି ଖାଲିପଡିଛି । ଶିକ୍ଷକ ପଦବୀ ଖାଲି ପଡିଥିବାରୁ କେବଳ ରୋଗୀସେବା ବ୍ୟାହତ ହେଉନି, ଅନେକ ବିଭାଗରେ ବି ପାଠପଢା ଅଟକି ଯାଉଛି । ସେହିଭଳି ୧୮୦୦ରୁ ଅଧିକ ଅଣଶିକ୍ଷକ ପଦବୀ ଖାଲିପଡିଥିବାରୁ କର୍ତ୍ତୃପକ୍ଷ ଆଉଟିସୋର୍ସିଂ କର୍ମଚାରୀଙ୍କ ମାଧ୍ୟମରେ ଏମ୍ସର କାମ ଚଳାଇ ନେଉଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଡାକ୍ତର ଓ କର୍ମଚାରୀ ଅଭାବକୁ ବଳିଯାଇଛି ଏମ୍ସର ଅଚଳ ଯନ୍ତ୍ରପାତି ସମସ୍ୟା । ଡାକ୍ତରୀ ଯନ୍ତ୍ରପାତିକୁ ବିଶୋଧନ କରିବାପାଇଁ ଥିବା ଫ୍ଲାସ ଅଟୋକ୍ଲେଭ ଯନ୍ତ୍ରଟି ସ୍ଥାପନ ହେବା ଦିନଠାରୁ କାର୍ଯ୍ୟ କରୁନାହିଁ । ସେହିଭଳି ହୃଦରୋଗୀଙ୍କ ପାଇଁ ଥିବା ପୋର୍ଟେବୁଲ କାର୍ଡିଆଡ ମନିଟର ମେସିନରେ ବ୍ୟାଟେରୀ ସୁବିଧା ନାହିଁ । ଓଏଇ ମେସିନ, ଟିସିବି ମେସିନ ଠାରୁ ଆରମ୍ଭ କରି ମାସିମୋ ପଲ୍ସ ଅକ୍ସିମିଟର ଆଦି ଅକାମୀ ହୋଇ ରହିଛି । ରୋଗୀଙ୍କ ପାଇଁ ଅତି ଜରୁରୀ ଥିବା ଡେଫିବ୍ରିଲେଟର ଯନ୍ତ୍ରଟିରେ ବ୍ୟାଟେରୀ ବ୍ୟାକଅପ୍‍ ନଥିବାରୁ ଇସିଜି କରାଯାଇ ପାରୁନାହିଁ । ତେବେ ଅନ୍ୟ ଅତ୍ୟାଧୁନିକ ଯନ୍ତ୍ରପାତିଗୁଡିକ ଠିକଣା ଭାବେ କାର୍ଯ୍ୟ କରୁଥିବା ଏମ୍ସ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି ।

ଏମ୍ସ ଭଳି ଜାତୀୟ ଚିକିତ୍ସା ପ୍ରତିଷ୍ଠାନରେ ଏଭଳି ଅବ୍ୟବସ୍ଥା ଏବେ ରୋଗୀ ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିବାରେ ଲାଗିଛି । ଉନ୍ନତମାନର ଚିକିତ୍ସା ସୁବିଧା ପାଇଁ ଲୋକେ ଏମ୍ସରେ ଭିଡ ଜମାଉଥିବାବେଳେ ରାଜ୍ୟ ସରକାରଙ୍କ ମାଗଣା ନିରାମୟ ଔଷଧ ଏଠାରେ ଉପଲବ୍ଧ ହେଉନଥିବା ଏମ୍ସ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020