ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ସୁନାମି ପ୍ରସ୍ତୁତି ପାଇଁ ଦୁଇ ଗ୍ରାମକୁ ସାର୍ଟିଫିକେଟ

ପ୍ରଥମ ଥର ପାଇଁ ୟୁନେସ୍କୋର ଇଣ୍ଟରଗଭର୍ଣ୍ଣମେଣ୍ଟାଲ ଓସେନଗ୍ରାଫିକ କମିଶନ (ଆଇଓସି) ସୁନାମିକୁ ସାମ୍ନା କରିବାକୁ ସଦା ପ୍ରସ୍ତୁତ ଥିବା ଓଡିଶାର ଦୁଇଟି ଗ୍ରାମକୁ ସାର୍ଟିଫିକେଟ ମିଳିବ । ଏଭଳି ମାନ୍ୟତା ପରେ ଭାରତୀୟ ସମୁଦ୍ର ଅଞ୍ଚଳରେ ସୁନାମୀ ପ୍ରସ୍ତୁତିକୁ କାର୍ଯ୍ୟକାରୀ କରିବାରେ ଭାରତ ପ୍ରଥମ ଦେଶ ହୋଇଥିବାବେଳେ ଓଡିଶା ମଧ୍ୟ ଏ କ୍ଷେତ୍ରରେ ପ୍ରଥମ ରାଜ୍ୟ ହୋଇପାରିଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ୟୁନେସ୍କୋର ଏଭଳି ମାନ୍ୟତା ପ୍ରଦାନକୁ ନେଇ ଆନନ୍ଦ ପ୍ରକାଶ କରିଛନ୍ତି ।

ଏହି ଦୁଇଟି ଗ୍ରାମ ହେଲା ଗଞ୍ଜାମ ଜିଲ୍ଲାର ଭେଙ୍କଟରାୟପୁର ଓ ଜଗତ୍‍ସିଂହପୁର ଜିଲ୍ଲାର ନୋଳିଆ ସାହି । ଏହି ଦୁଇ ଗ୍ରାମରେ ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‍ଡମା) ପକ୍ଷରୁ ସୁନାମି ପ୍ରସ୍ତୁତି ଯୋଜନା କାର୍ଯ୍ୟକାରୀ କରାଯାଉଛି । ମାର୍ଗଦର୍ଶିକା ଅନୁଯାୟୀ ସୁନାମି ପ୍ରସ୍ତୁତି କିଭଳି ହେଉଛି ସେ ସଂକ୍ରାନ୍ତରେ ଟିକିନିଖି ଅନୁଧ୍ୟାନ ପରେ ଜାତୀୟ ବୋର୍ଡ ପକ୍ଷରୁ ଅନୁମୋଦନ ପାଇଁ ୟୁନେସ୍କୋ-ଆଇଓସିକୁ ସୁପାରିଶ୍‍ କରାଯାଇଥିଲା । ଜାତୀୟ ବୋର୍ଡର ସୁପାରିଶ୍‍ ଆଧାରରେ ୟୁନେସ୍କୋ-ଆଇଓସି ପକ୍ଷରୁ ଦୁଇଟି ଗ୍ରାମକୁ ସୁନାମି ପ୍ରସ୍ତୁତି ମାନ୍ୟତା ପ୍ରଦାନ କରାଯାଇଛି ।

ମାନ୍ୟତା ପ୍ରଦାନ ନେଇ ନିଶ୍ଚିତ ହେବାପରେ ଦୁଇ ଗ୍ରାମକୁ ସାର୍ଟିଫିକେଟ ପ୍ରଦାନ ପାଇଁ ଓସ୍‍ଡମା ପକ୍ଷରୁ ଆସନ୍ତା କାଲି ଇଣ୍ଡିଆନ ନେସ୍‍ନାଲ ସେଣ୍ଟର ଫର ଓସେନ ଇନଫର୍ମେସନ ସର୍ଭିସେସ (ଆଇଏନ୍‍ସିଓଆଇଏସ୍‍) ଆସିଜି/ଆଇଓଟିଡବ୍ଲ୍ୟୁଏମ୍‍ଏସ୍‍ ସଚିବାଳୟ ଏବଂ ୟୁନେସ୍କା-ଆଇଓସିର ଇଣ୍ଡିଆନ ଓସେନ ସୁନାମି ଇନଫର୍ମେସନ ସେଣ୍ଟର ପକ୍ଷରୁ ଭର୍ଚୁଆଲ ଇଭେଣ୍ଟ ଅନୁଷ୍ଠିତ ହେବ । ଓସ୍‍ଡମା ଏମ୍‍ଡି ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ସହିତ ଭେଙ୍କଟରାୟପୁର ଏବଂ ନୋଳିଆସାହିର ଗୋଷ୍ଠି ଅଧିକାରୀମାନେ ଏଥିରେ ଯୋଗଦେଇ ସାର୍ଟିଫିକେଟ ଗ୍ରହଣ କରିବେ ।

ଭୂ ବିଜ୍ଞାନ ମନ୍ତ୍ରାଳୟ ସଚିବ ଏମ୍‍.ରାଜୀବନ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‍ଡିଏମ୍‍ଏ)ର ସଦସ୍ୟ ସଚିବ ଜିଭିଭି ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାର୍ଟିଫିକେଟ ପ୍ରଦାନ କରିବେ । ସୁନାମି ପ୍ରସ୍ତୁତି ଯୋଜନା କାର୍ଯ୍ୟକାରୀ ଏବଂ ମନିଟରିଂ ଲାଗି ଭୂବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ଆଇଏନ୍‍ସିଓଆଇଏସ୍‍ର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଜାତୀୟ ବୋର୍ଡ ଗଠନ ହୋଇଥିବାବେଳେ ଏଥିରେ ଭୂବିଜ୍ଞାନ ମନ୍ତ୍ରାଳୟ, ଏନ୍‍ଡିଏମ୍‍ଏ, ସ୍ୱରାଷ୍ଟ୍ର ମନ୍ତ୍ରାଳୟ, ଓସ୍‍ଡମା, ଆଣ୍ଡାମାନ ନିକୋବର ଦ୍ୱିପାଞ୍ଚଳ ପରଚାଳନା ନିର୍ଦ୍ଦେଶାଳୟ ଏବଂ ଆଇଏନ୍‍ସିଓଆଇଏସ୍‍ରୁ ସଦସ୍ୟ ରହିବେ ।

ସୁନାମି ଆସିବା ପୂର୍ବରୁ ଲୋକେ ଯେଭଳି ସଠିକ୍‍ ସୂଚନା ପାଇବେ ବୋର୍ଡ ତାହାର ଅନୁଧ୍ୟାନ କରିବା ସହିତ ଧନ ଜୀବନ ରକ୍ଷା ଲାଗି ପଦକ୍ଷେପ ନେଉଛନ୍ତି । ବୈଜ୍ଞାନିକ ଓ ଜରୁରୀ ପରିଚାଳନା ଅଧିକାରୀମାନଙ୍କ ମିଳିତ ସହାୟତାରେ ସୁନାମି ସତର୍କ ବ୍ୟବସ୍ଥାନରେ ଉନ୍ନତିବିଧାନ, ଉନ୍ନତମାନର ସେନ୍‍ସର ପ୍ରତିଷ୍ଠା ହୋଇପାରିଛି । ସୁନାମି ସଂକ୍ରାନ୍ତରେ କର୍ତ୍ତୃପକ୍ଷଙ୍କ ଠାରୁ ସଠିକ ସୂଚନା ପାଇବାପରେ ଲୋକେ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି । ସୁନାମି ପ୍ରସ୍ତୁତି ଏକ ଗୋଷ୍ଠି ଭିତ୍ତିକ କାର୍ଯ୍ୟକ୍ରମ ହୋଇଥିବାବେଳେ ଆଇଓସି ଏବଂ ୟୁନେସ୍କୋ ପକ୍ଷରୁ ଏଥିପାଇଁ ସାଧାରଣ ଲୋକଙ୍କ ସହିତ ଜାତୀୟ ଓ ସ୍ଥାନୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଗୁଡିକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020