ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଶିକ୍ଷାନୁଷ୍ଠାନ ନିକଟରୁ ହଟିବ ଟ୍ରାନ୍ସଫର୍ମର

ଯାଜପୁର ଜିଲ୍ଲାରେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଥିବା ବିଦ୍ୟୁତ ଲାଇନ୍ ଓ ଟ୍ରାନ୍ସଫର୍ମରକୁ ତୁରନ୍ତ ସ୍ଥାନାନ୍ତର କରାଯିବ ବୋଲି ଗତ ଅମ୍ଫାନ ବାତ୍ୟାରେ କ୍ଷତିଗ୍ରସ୍ତ ଯାଜପୁର ଜିଲ୍ଲାର ବିଦ୍ୟୁତ ସେବାକୁ ସ୍ୱାଭାବିକ କରବା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଶକ୍ତିମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ଭର୍ଚୁଆଲ ମାଧ୍ୟମରେ ସମୀକ୍ଷା କରି ଏହା କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ଓଡ଼ିଶା ବଣ୍ଟନ ବ୍ୟବସ୍ଥା ସୁଦୃଢ଼ୀକରଣ ଯୋଜନା (ଓଡ଼ିଏମଏସପି) ସ୍କିମ ଅଧୀନରେ ୭ଟି ୩୩ କେଭି ସବଷ୍ଟେସନକୁ କାର୍ଯ୍ୟକ୍ଷମ କରାଯାଇଛି । ବାକି ଥିବା ୧୧ଟି ସବଷ୍ଟେସନକୁ ତୁରନ୍ତ ଚାଲୁ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ହାତକୁ ନେବାକୁ ସେ ଓପିଟିସିଏଲକୁ ନିର୍ଦ୍ଦେଶ ଦେଇଛନ୍ତି । କ୍ଷତିଗ୍ରସ୍ତ ଲାଇନ ସଜାଡ଼ିବା ଓ ମରାମତି କାର୍ଯ୍ୟ ପାଇଁ ମଞ୍ଜୁର ଅର୍ଥରୁ ଲାଇନ୍ ସୁଦୃଢ଼ୀକରଣ ଓ ଓହଳି ପଡ଼ିଥିବା ତାରଗୁଡ଼ିକୁ ସଜାଡ଼ିବା କାମରେ କିଛି ଅର୍ଥ ବ୍ୟୟ କରାଯାଉ ବୋଲି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରସ୍ତାବ ରଖିଥିଲେ ।

ସେହିପରି ଯାଜପୁର ଟାଉନ ନିକଟସ୍ଥ ବୁଢ଼ାଘାଟ, କମଲପୁର ଓ ମାର୍କଣ୍ଡପୁରରେ ଭୋଲଟେଜରେ ଉନ୍ନତି ଆଣିବା ପାଇଁ ଅନ୍ୟ କେଉଁ ସ୍କିମରୁ ଆଉ ଏକ ୩୩/୧୧ କେଭି ସବଷ୍ଟେସନ ପ୍ରତିଷ୍ଠା ପାଇଁ ସେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ତେବେ ଦିଆଯାଇଥିବା ପ୍ରସ୍ତାବକୁ କିପରି କାର୍ଯ୍ୟକାରୀ କରାଯାଇପାରିବ ତାହା ଅନୁଧ୍ୟାନ କରି ତତ୍କାଳ ପଦକ୍ଷେପ ନେବାକୁ ନେସ୍କୋକୁ କୁହାଯାଇଛି । ତାଦ ଛଡ଼ା ଯାଜପୁର ବନଖଣ୍ଡ ଅଧିକାରୀଙ୍କ ସହ ଆଲୋଚନା କରି ହାତୀ କରିଡୋରଗୁଡ଼ିକର ବିଦ୍ୟୁତ ଲାଇନ କାର୍ଯ୍ୟକୁ ସୁଦୃଢ଼ କରି ଚତୁର୍ଥ ଚରଣର କାର୍ଯ୍ୟକୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସାରିବାକୁ ସେ ପରାମର୍ଶ ଦେଇଥିଲେ ।

ସେହିପରି ଯେଉଁସବୁ ବିଦ୍ୟାଳୟ/ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ନିକଟରେ ବିଦ୍ୟୁତ ଲାଇନ୍ ଅଥବା ସବଷ୍ଟେସନ୍ ରହିଛି ସେସବୁ ସ୍ଥାନାନ୍ତର କରିବାକୁ ଡିସେମ୍ବର ଶେଷ ଯାଏ ସମୟ ଦିଆଯାଇଛି । ଜିଲ୍ଲାରେ ସୌଭାଗ୍ୟ ସ୍କିମରେ ୧୧୯୦ଟି ଗ୍ରାମର ୫୮୧୨୯ଟି ଗୃହକୁ ବିଦ୍ୟୁତ ସଂଯୋଗ ଦିଆଯାଇଥିବା ବେଳେ ୪୯୧ଟି ଗ୍ରାମରେ ବିଦ୍ୟୁତ ଭିତ୍ତିଭୂମି କାର୍ଯ୍ୟ କରାଯାଇଛି ବୋଲି ସମୀକ୍ଷାରୁ ଜଣାପଡ଼ିଛି ।

ଏହି ଭର୍ଚୁଆଲ୍ ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଅଧ୍ୟକ୍ଷ ଓପିଟିସିଏଲ୍/ଗ୍ରୀଡକୋ ଡ. ସୌରଭ ଗର୍ଗ ଏବଂ ନେସ୍କୋ, ଓପିଟିସିଏଲ୍, ପିଜିସିଆଇଏଲର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଶେଷରେ ଶକ୍ତିମନ୍ତ୍ରୀ ଅମ୍ଫାନରେ ରେକର୍ଡ ସମୟରେ ଲାଇନ୍ ମରାମତି କରି ସେବା ଯୋଗାଇ ଥିବା ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ ।



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020