ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଏସଆଇଏଚରେ ସୋଆ ଛାତ୍ରଛାତ୍ରୀଙ୍କ କୃତିତ୍ୱ


ଡିଜିଟାଲ୍ ପ୍ରକ୍ରିୟାରେ କିଭଳି ଭାବରେ ଅପରାଧର ମୁକାବିଲା କରାଯାଇପାରିବ ସେହି ସମାଧାନର ସୂତ୍ର ବାହାର କରି ସ୍ମାର୍ଟ ଇଣ୍ଡିଆ ହାକାଥନ୍ (ଏସଆଇଏଚ)- ୨୦୨୦ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ ଡିମଡ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ୬ ଜଣିଆ ଛାତ୍ରଛାତ୍ରୀ ଦଳ ଏହି ପ୍ରତିଯୋଗିତାରେ ଜିତାପଟ ହାସଲ କରିଛନ୍ତି ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏବଂ ବିଶ୍ୱର ବୃହତ ମୁକ୍ତ ଅଭିନବ ଚିନ୍ତାର ମଡେଲ ଭାବେ ପରିଗଣିତ ସ୍ମାର୍ଟ ଇଣ୍ଡିଆ ହାକାଥନ -୨୦୨୦ ଚଳିତବର୍ଷ କୋଭିଡ-୧୯ ମହାମାରୀ ଯୋଗୁଁ ଅନଲାଇନ ପ୍ରକ୍ରିୟାରେ ଆୟୋଜନ କରାଯାଇଥିଲା । ବ୍ୟୁରୋ ଅଫ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ (ବିପିଆରଡି) ଦ୍ୱାରା ସମସ୍ୟାର ବିଷୟବସ୍ତୁ ପ୍ରଦାନ କରାଯାଇଥିବା ବେଳେ ସାମାଜିକ ସ୍ତରରେ ପୋଲିସ୍ ବ୍ୟବସ୍ଥା ଅର୍ଥାତ ଡିଜିଟାଲ ପୋଲିସିଂ ସମସ୍ୟାଗୁଡ଼ିକୁ କିଭଳି ସମାଧାନ କରାଯାଇପାରିବ ଏବଂ ପୋଲିସ- ନାଗରିକ ସମ୍ପର୍କକୁ କିଭଳି ଉନ୍ନତ କରାଯାଇପାରିବ ତାହା ହିଁ ଏହି ସ୍ମାର୍ଟ ଇଣ୍ଡିଆ ହାକାଥନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ସୋଆ ପକ୍ଷରୁ ଗତ ଫେବୃଆରୀ ମାସରେ ଦୀର୍ଘ ୨୪ ଘଣ୍ଟିଆ ଆଭ୍ୟନ୍ତରୀଣ ହାକାଥନ, ହାକରୱାର ୨.୦ ଆୟୋଜନ କରାଯାଇଥିବା ବେଳେ ଏହି ଟିମ ଏକ୍ସ ଲିଜିୟନ କୋଡର୍ସ ଏଥିରେ ଭାଗ ନେଇ ସଫଳ ହୋଇଥିଲେ । ସଫଳ ହେବା ସହ ଜାତୀୟ ସ୍ତରର କାର୍ଯ୍ୟକ୍ରମ ସ୍ମାର୍ଟ ଇଣ୍ଡିଆ ହାକାଥନ- ୨୦୨୦ ପାଇଁ ମନୋନୀତ ହୋଇଥିଲେ । ଅଗଷ୍ଟ ୧ରୁ ୩ ମଧ୍ୟରେ ଆୟୋଜିତ ୩ ଦିନିଆ ଗ୍ରାଣ୍ଡ ଫିନାଲେରେ ଭାଗ ନେଇ ଦଳ ମଧ୍ୟ ସଫଳତା ହାସଲ କରିଥିଲା ।

କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସିଏସଇ) ଏବଂ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇନଫର୍ମେସନ ଟେକ୍ନୋଲୋଜି (ସିଏସଆଇଟି) ବିଭାଗର ପ୍ରଥମ ଏବଂ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଏହି ୬ ଜଣିଆ ଟିମ ପ୍ରତିଯୋଗିତାରେ ଜିତାପଟ ହାସଲ କରିବା ସହ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଲାଭ କରିଛନ୍ତି । ଏହି ବିଜୟୀ ଟିମରେ ଅଙ୍କିତା ଶତପଥୀ, ଅଭିନବ ରାୟ, ସୋ÷ରଭ ବେରା, ଏଲୋରା ମେହେନା, ପ୍ରିତମ କର ଏବଂ ଜି. ମାଧବାନନ୍ଦ ପାତ୍ର ସାମିଲ ଥିଲେ ।

ଏହି ପ୍ରୋଜେକ୍ଟକୁ ମିଳିତ ଭାବେ ଦୁଇଜଣ ଫ୍ୟାକଲ୍ଟି ମେମ୍ବର ଡଃ ସତ୍ୟବ୍ରତ ମାଇତି ଏବଂ ଡଃ ଭାରତ ଜ୍ୟୋତି ରଞ୍ଜନ ସାହୁ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଉତ୍ସାହିତ କରିବା ସହ ସେମାନେ କିଭଳି ସଫଳତା ହାସଲ କରିବେ ସେ ନେଇ ପ୍ରୋତ୍ସାହିତ କରିଥିଲେ । ସୋଆ ପକ୍ଷରୁ ଆୟୋଜିତ ହାକରୱାର୍ ୨.୦କୁ ପ୍ରଫେସର ଦେବାହୁତି ମିଶ୍ର ଏବଂ ସିଏସଇ ବିଭାଗର ପ୍ରଫେସର ଶ୍ରୀକାନ୍ତ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ପରିଚାଳନା କରିଥିଲେ ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020