ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

କରୋନା ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଓଡ଼ିଶାରେ ଏବେ ପାଖାପାଖି ୧୫ହଜାର କରୋନା ରୋଗୀ ଚିିକିତ୍ସିତ ହେଉଛନ୍ତି । ସରକାରୀ ତଥ୍ୟ ମୁତାବକ ରାଜ୍ୟରେ ୩୫ଟି ସ୍ୱତନ୍ତ୍ର କୋଭିଡ୍‍ ହସ୍ପିଟାଲ ଥିବା ବେଳେ ଏଗୁଡ଼ିକରେ ୫,୫୭୭ ଶଯ୍ୟା ସହିତ ୩୧୨ଟି ସ୍ୱତନ୍ତ୍ର ଆଇସିୟୁ ଶଯ୍ୟା ରହିଛି । କର୍କଟ, ହୃଦ୍‍ରୋଗ, ମଧୁମେୟ, ଉକ୍ତ ରକ୍ତଚାପ, କିଡ୍‍ନୀ, ଲିଭର, ଶ୍ୱାସନଳୀ ସଂକ୍ରମଣ ଓ ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡ଼ିତ ରୋଗୀଙ୍କୁ କରୋନା ସଂକ୍ରମଣ ହେଲେ ସାଙ୍ଘାତିକ ଅବସ୍ଥା ଉପୁଜୁଥିବା ଦୃଷ୍ଟିରୁ କୋଭିଡ୍‍ ହସ୍ପିଟାଲ ସହିତ ବିଭିନ୍ନ କର୍ପୋରେଟ ଡାକ୍ତରଖାନା ଏବଂ ସରକାରୀ ଓ ବେସରକାରୀ ମେଡ଼ିକାଲ କଲେଜ ସମେତ ଜିଲ୍ଲା ଓ ସବ୍‍ଡିଭିଜନସ୍ତରୀୟ ଡାକ୍ତରଖାନା ଓ ବେସରକାରୀ ଚିକିତ୍ସାଳୟରେ କୋଭିଡ୍‍ ଚିକିତ୍ସା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି ।

ଓଡ଼ିଶା ସରକାର ଦୂରଦୃଷ୍ଟି ରଖି ଢେର୍‍ ଆଗରୁ ରାଜ୍ୟରେ ୧୭,୬୪୭ଟି ସଙ୍ଗରୋଧ କେନ୍ଦ୍ର, ୧୭୮ଟି କୋଭିଡ୍‍ କେୟାର ସହିତ ପାଖାପାଖି ୪୦ଟି ଅସ୍ଥାୟୀ ସ୍ୱତନ୍ତ୍ର କୋଭିଡ୍‍ ହସ୍ପିଟାଲ ପ୍ରତିଷ୍ଠା କରାଇଛନ୍ତି । ଏ କ୍ଷେତ୍ରରେ ବିଭିନ୍ନ ସଂସ୍ଥା ସହଯୋଗର ହାତ ବଢ଼ାଇଛନ୍ତି । ଏଥିଯୋଗୁ କରୋନାର ଦ୍ରୁତ ସଂକ୍ରମଣ ବେଳେ ଅନେକ ସମସ୍ୟାର ସହଜ ମୁକାବିଲା ହୋଇପାରୁଛି । ତେବେ କୋଭିଡ୍‍ ହସ୍ପିଟାଲଗୁଡ଼ିକରେ କର୍କଟ ଭଳି ଅନ୍ୟ ଗୁରୁତର ରୋଗଗୁଡ଼ିକର ଚିକିତ୍ସା ଲାଗି ସ୍ୱତନ୍ତ୍ର ଚିକିତ୍ସକ ନ ଥିବାରୁ ଏହିସବୁ ରୋଗରେ ଆକ୍ରାନ୍ତ କୋଭିଡ୍‍ ସଂକ୍ରମିତଙ୍କ ପାଇଁ ଗୁରୁତର ସମସ୍ୟା ସୃଷ୍ଟି ହେଉଛି ।

ରାଜ୍ୟରେ ଅନ୍ୟୁନ ୮ଟି ସରକାରୀ ମେଡ଼ିକାଲ କଲେଜ ସହିତ ୩ଟି ବେସରକାରୀ ମେଡ଼ିକାଲ କଲେଜ ରହିଛି । ଆପୋଲୋ, ଆମ୍ରି, କଳିଙ୍ଗ, ଉକ୍ରଳ, କେୟାର, ଅଶ୍ୱିନୀ, କିଡ୍‍ସ ଭଳି ଅନେକ ବେସରକାରୀ କର୍ପୋରେଟ୍‍ ହସ୍ପିଟାଲ ସମେତ ବିଭିନ୍ନ ଜିଲ୍ଲାରେ ଅନେକ ବେସରକାରୀ ଡାକ୍ତରଖାନା ମଧ୍ୟ କାର୍ଯ୍ୟ କରୁଛି । କିନ୍ତୁ ଏଗୁଡ଼ିକରେ କୋଭିଡ୍‍ ଚିକିତ୍ସା କରାନଯାଇ କେବଳ ସ୍ୱତନ୍ତ୍ର କୋଭିଡ୍‍ ହସ୍ପିଟାଲଗୁଡ଼ିକରେ କରୋନା ଚିକିତ୍ସା ଚାଲୁଛି । ଅବଶ୍ୟ ଏମ୍ସରେ କରୋନା ଚିକିତ୍ସା ବ୍ୟବସ୍ଥା ଅଛି ।

କରୋନା ସଂକ୍ରମିତ କେନ୍ଦ୍ରମନ୍ତ୍ରୀ ଅମିତ୍‍ ଶାହା ଓ ଧର୍ମେନ୍ଦ୍ର ପ୍ରଧାନ ଗୁରୁଗାଓଁର ମେଦାନ୍ତ ମେଡିସିପିରେ ଚିକିତ୍ସିତ ହେଉଛନ୍ତି । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା, ତାମିଲନାଡ଼ୁର ରାଜ୍ୟପାଳ ମଧ୍ୟ ଅନ୍ୟ ହସ୍ପିଟାଲରେ ଚିକିତ୍ସିତ ହେବା ଖବର ପ୍ରକାଶ ପାଇଛି । ଅଭିନେତା ଅମିତାଭ ବଚ୍ଚନଙ୍କ ପରିବାର ବି ମୁମ୍ବାଇର ଏକ କର୍ପୋରେଟ୍‍ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି ।

ବିଭିନ୍ନ ରାଜ୍ୟରେ ସରକାରୀ ଓ ବେସରକାରୀ ମେଡ଼ିକାଲ କଲେଜ ସମେତ ନାମୀଦାମୀ ଡାକ୍ତରଖାନାରେ ମଧ୍ୟ କୋଭିଡ୍‍ ଚିକିତ୍ସା ହେଉଛି । ଏ ପରିପ୍ରେକ୍ଷୀରେ ବ୍ୟାପକ ସତର୍କତାର ସହ ରାଜ୍ୟର ଅନ୍ୟାନ୍ୟ ଡାକ୍ତରଖାନାରେ କୋଭିଡ୍‍ ଚିକିତ୍ସା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଗଲେ ସରକାରଙ୍କ କୋଭିଡ୍‍ ହସ୍ପିଟାଲଗୁଡ଼ିକ ଉପରେ ଚାପ କମିବା ସହିତ ବିଭିନ୍ନ ରୋଗରେ ପୀଡ଼ିତ ଥାଇ କୋଭିଡ୍‍ ସଂକ୍ରମଣର ଶିକାର ହୋଇଥିବା ରୋଗୀମାନଙ୍କୁ ଉଚ୍ଚମାନର ଚିକିତ୍ସା ମିଳିପାରନ୍ତା । ଏ ସଂକ୍ରାନ୍ତରେ ବିଭିନ୍ନ ମହଲରୁ ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ଆସିଛି ଓ ଏ ଦିଗରେ କ’ଣ କରାଯାଇପାରିବ ସେଥିଘେନି ମଧ୍ୟ ବିଭିନ୍ନ ସ୍ତରରେ ବିଚାର ବିମର୍ଶ ଚାଲିଛି ।

ଏମ୍ସ, ଏସ୍‍ସିବି, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ସମେତ ଆଉ କେତେକ ଡାକ୍ତରଖାନାରେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ଅନ୍ୟ ରୋଗୀ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଥିବା ପରିପ୍ରେକ୍ଷୀରେ ବିଭିନ୍ନ ସମସ୍ୟାକୁ ଆଖି ଆଗରେ ରଖି ସରକାର ଭାବିଚିନ୍ତି ନିଷ୍ପତ୍ତି ନେବେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚାଇଛନ୍ତି । ଏବେ କରୋନା ରୋଗୀଙ୍କ ଚିକିତ୍ସା ଓ ତାହାର ପ୍ରତିରୋଧ ପାଇଁ ରାଜ୍ୟ ରାଜକୋଷ ଉପରେ ବ୍ୟାପକ ଚାପ ପଡ଼ୁଛି ।

କିନ୍ତୁ କର୍ପୋରେଟ୍‍ ଡାକ୍ତରଖାନାଗୁଡ଼ିକରେ କରୋନାର ଚିକିତ୍ସା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହେଲେ ଯେଉଁମାନଙ୍କର ସ୍ୱାସ୍ଥ୍ୟ ବୀମା ସହିତ ସିଜିଏଚ୍‍ଏସ୍‍ ଭଳି ଅନ୍ୟାନ୍ୟ ସୁବିଧା ରହିଛି ସେମାନଙ୍କ ଖର୍ଚ୍ଚ ସରକାରଙ୍କୁ ବହନ କରିବାକୁ ପଡ଼ନ୍ତା ନାହିଁ । ଏଠାରେ ଉଲ୍ଲେଖନୀୟ ଯେ ଆଜି ସୁଦ୍ଧା ରାଜ୍ୟରେ ୨୨୫ ଜଣ କରୋନାରେ ମରିଥିବା ବେଳେ ଏହି ମୃତକଙ୍କ ମଧ୍ୟରୁ ଅନେକ ବିଭିନ୍ନ ଗୁରୁତର ରୋଗରେ ପୀଡ଼ିତ ଥିବାରୁ କରୋନା ମୁଣ୍ଡ ନେବା ସହଜ ହେଉଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020