ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ପଦବୀ ପୂରଣ ଆଶଙ୍କାରେ

କରୋନା ମହାମାରୀ ପରିପ୍ରେକ୍ଷୀରେ ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ବିଳମ୍ବ ହୋଇପାରେ । କେତେକ ବିଶ୍ୱବିଦ୍ୟାଳୟ ସରକାରୀ ଅନୁମୋଦନ ପରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିଥିଲେ ମଧ୍ୟ ସାକ୍ଷାତକାର ହୋଇପାରୁ ନାହିଁ ।

ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ୧୨ଟି ବିଶ୍ୱବିଦ୍ୟାଳୟରେ ୫ଶହରୁ ଅଧିକ ଶିକ୍ଷକ ଓ ହଜାରେରୁ ଅଧିକ ଅଣଶିକ୍ଷକ ପଦବୀ ଦୀର୍ଘବର୍ଷ ଧରି ଖାଲିପଡିଛି । ପଦବୀ ପୂରଣ ପାଇଁ ସରକାରୀ ଅନୁମତି ବିଳମ୍ବରେ ମିଳିଥିବାବେଳେ କେତେକ ପ୍ରସଙ୍ଗରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ରୋକ ଲଗାଇବାରୁ ନିଯୁକ୍ତି ପ୍ରକ୍ରିୟା ଦୀର୍ଘଦିନ ଧରି ସ୍ଥଗିତ ରହିଥିଲା । ଏହି ସମସ୍ୟାର ସମାଧାନ ହେବା ବେଳକୁ କରୋନା ବ୍ୟବସ୍ଥାକୁ ଅଧିକ ବିଗାଡି ଦେଇଛି ।

ଏବେ ରାଜ୍ୟର ପ୍ରାୟ ଅଧା ବିଶ୍ୱବିଦ୍ୟାଳୟରେ ନିୟମିତ କୁଳପତି ନାହାନ୍ତି । ଯେଉଁ କୁଳପତିମାନଙ୍କର କାର୍ଯ୍ୟକାଳ ଶେଷ ହୋଇଯାଇଥିଲା ସେମାନଙ୍କୁ ଆଉ ଅଧିକ ୬ମାସ କିମ୍ବା ନୂତନ କୁଳପତି ନିଯୁକ୍ତି ପର୍ଯ୍ୟନ୍ତ କାମ ଚଳାଇବାକୁ କୁହାଯାଇଛି । ଏହି କୁଳପତିମାନେ ନୀତିଗତ ନିଷ୍ପତ୍ତି ନେବା ଉପରେ ପ୍ରତିବନ୍ଧକ ରହିଛି । ସେହିପରି ଯେଉଁ ବିଶ୍ୱବିଦ୍ୟାଳୟ ଗୁଡିକରେ କୁଳପତିମାନଙ୍କ କାର୍ଯ୍ୟକାଳ ପୂରିଯାଇଛି ସେଠାରେ ଏହି କାମଚଳା କୁଳପତିମାନଙ୍କ ସମୟରେ ପ୍ରାର୍ଥୀ ଚୟନ ଚୂଡାନ୍ତ କରି ନିଯୁକ୍ତି ଦେବା ଉଚିତ୍‍ ହେବାନାହିଁ ବୋଲି ବିଶ୍ୱବିଦ୍ୟାଳୟ ଶିକ୍ଷକ ପଦ ପାଇଁ ଆବେଦନ କରିଥିବା ଅନେକ ପ୍ରାର୍ଥୀ ଖୋଲାଖୋଲି ଭାବେ କହୁଛନ୍ତି ।

ଅନ୍ୟ ପକ୍ଷରେ ପ୍ରଫେସର ଏବଂ ସହଯୋଗୀ ଓ ସହକାରୀ ପ୍ରଫେସର ପଦବୀ ପାଇଁ ଆବେଦନ କରିଥିବା କେତେକ ପ୍ରାର୍ଥୀ ରାଜ୍ୟ ବାହାରେ ଅଛନ୍ତି । ଏମିତିକି ପିଏଚ୍‍ଡି ପରେ କେତେକ ମଧ୍ୟ ବିଦେଶରେ ଗବେଷଣାରତ । କରୋନା ପରିପ୍ରେକ୍ଷୀରେ ସେମାନେ ବିଦେଶରୁ ଆସି ସାକ୍ଷାତକାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସମ୍ଭବପର ହେବନାହିଁ । ଯଦି ଏହି ପ୍ରସଙ୍ଗକୁ ଅଣଦେଖା କରି ତରବରିଆ ଭାବେ ପ୍ରାର୍ଥୀ ଚୟନ କରାଯାଏ ତେବେ ଗୁଣାତ୍ମକ ଦୃଷ୍ଟିରୁ ଅନେକ ଯୋଗ୍ୟ ପ୍ରାର୍ଥୀ ବଞ୍ଚିତ ହେବେ ଏବଂ ଏହାର ପ୍ରଭାବ ସିଧାସଳଖ ବିଶ୍ୱବିଦ୍ୟାଳୟ ଗୁଡିକର ପାଠପଢା ଓ ଗବେଷଣା ଉପରେ ପଡିବ ।

ଦେଶର ବିଭିନ୍ନ ଅଞ୍ଚଳରୁ ଯେଉଁ ପ୍ରାର୍ଥୀମାନେ ଆବେଦନ କରିଛନ୍ତି ସେମାନେ ଚାହିଁଲେ ବି ସାକ୍ଷାତକାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ନାହିଁ । କରୋନା କଟକଣା ପରିପ୍ରେକ୍ଷୀରେ ଏମାନଙ୍କୁ ୧୪ଦିନ କ୍ୱାରେଣ୍ଟାଇନ୍‍ରେ ରହିବାକୁ ପଡିବ । ଅନେକ ପ୍ରାର୍ଥୀଙ୍କ ଘର ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଥିବା ସହରରେ ହୋଇନଥିବାରୁ ସେମାନେ ହୋମ୍‍ କ୍ୱାରେଣ୍ଟାଇନ୍‍ରେ ରହିପାରିବେ ନାହିଁ । ଏହାଛଡା ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ଆଦିର କଟକଣା ପରିପ୍ରେକ୍ଷୀରେ ମଧ୍ୟ ରାଜ୍ୟ ଭିତରର ପ୍ରାର୍ଥୀମାନେ ସାକ୍ଷାତକାରରେ ଅଂଶଗ୍ରହଣ କରିବା ସମ୍ଭବପର ନୁହେଁ । ସେହିଭଳି ବିଶ୍ୱବିଦ୍ୟାଳୟ ଶିକ୍ଷକ ଚୟନ ପାଇଁ ଗଠିତ କମିଟିରେ ରାଜ୍ୟ ବାହାରର ଅନେକ ବରିଷ୍ଠ ପ୍ରଫେସର ରହୁଥିବାରୁ ସେମାନେ ବି ଆସିାପାରିବେ ନାହିଁ । ଅଣଶିକ୍ଷକ କର୍ମଚାରୀ ପଦବୀ ପୂରଣ କ୍ଷେତ୍ରରେ ମଧ୍ୟ ଅନୁରୂପ ସମସ୍ୟା ରହିଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020