ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ବସ୍‍ ଭଡା ପାଇଁ ଅଭିଭାବକ ଚିନ୍ତିତ

କରୋନା କଟକଣା ପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସମତେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଏବେ ଅନ୍‍ଲାଇନ୍‍ରେ ପାଠପଢା ଆରମ୍ଭ ହୋଇଛି । ଅନ୍‍ଲାଇନ୍‍ ପାଠପଢା ପରେ ଶିକ୍ଷାନୁଷ୍ଠାନ ଗୁଡିକ ମାସିକ ଫି ପ୍ରଦାନ ଲାଗି ତନାଘନା କରୁଥିବାବେଳେ ଏବେ ଗାଡିଭଡା ଦେବାପାଇଁ ବାଧ୍ୟ କରାଯାଉଥିବାରୁ ଅଭିଭାବକମାନଙ୍କ ଏହା ପାଇଁ ବେଡି ଉପରେ କୋରଡା ଭଳି ହୋଇଛି ।

ମାର୍ଚ୍ଚ ୨୪ ତାରିଖରୁ କରୋନା କଟକଣା ଜାରି ପରଠାରୁ ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି । ପୂର୍ବ ଘୋଷଣା ଅନୁଯାୟୀ ଏହା ଜୁନ୍‍ ୧୭ ତାରିଖରେ ଖୋଲିବାକଥା । ତେବେ କରୋନା ସଂକ୍ରମଣ ଭୟରେ ସରକାର ଶିକ୍ଷାନୁଷ୍ଠାନ ଖୋଲା ଅବଧିକୁ ବିଭିନ୍ନ ପର୍ଯ୍ୟାୟରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ତେବେ ଶିକ୍ଷାନୁଷ୍ଠାନ ଖୋଲିନଥିଲେ ମଧ୍ୟ ଘରୋଇ ଓ ସରକାରୀ ବିଦ୍ୟାଳୟ ଗୁଡିକ ଛାତ୍ରଛାତ୍ରୀଙ୍କୁ ଅନ୍‍ଲାଇନ୍‍ରେ ପାଠ ପଢାଉଛନ୍ତି । ଏଥିପାଇଁ ପ୍ରତିମାସ ଶେଷ ହେବାମାତ୍ରେ ଶିକ୍ଷକ ଶିକ୍ଷୟତ୍ରୀମାନେ ଫି ପଇଠ ପାଇଁ ତାଗିଦା କରୁଛନ୍ତି । ଅଭିଭାବକମାନେ ମଧ୍ୟ ଫି ଦାଖଲ କରି ଚାଲିଛନ୍ତି ।

ତେବେ କେତେକ ବିଦ୍ୟାଳୟ ଇତି ମଧ୍ୟରେ ପୂର୍ବଭଳି ସ୍କୁଲ ବସ୍‍ ଭଡା ଦେବାପାଇଁ ଅଡି ବସିବା ସହିତ ଆଦାୟ ମଧ୍ୟ ଆରମ୍ଭ କରିଛନ୍ତି । ଦିନଟିଏ ପିଲାଙ୍କୁ ଗାଡିରେ ନେଇନଥିବା ବିଦ୍ୟାଳୟ ଫି ପାଇଁ ଅଡି ବସିବାରୁ ଅନେକ ଅଭିଭାବକ ଏବେ କାନମୁଣ୍ଡା ଆଉଁଠି ଟଙ୍କା ପଇଠ କରୁଛନ୍ତି । ଯିଏ ପ୍ରଦାନ ନକରୁଛି ତାହାକୁ ବିଭିନ୍ନ ଉପାୟରେ ନାଲିଆଖି ଦେଖାଯାଉଛି । ଯୁକ୍ତି ହେଉଛି ଆମେ ଗାଡି ଋଣ କିଭଳି ଶୁଝିବୁ ଓ ଡ୍ରାଇଭର ଏବଂ ହେଲଫରଙ୍କୁ କିଭଳି ପାଉଣା ଦେବୁ ?

ତେବେ ଅଭିଭାବକମାନଙ୍କ କହିବାକଥା ଯେ ଦିନଟିଏ ହେଲେ ସ୍କୁଲ ବସ୍‍ ରାସ୍ତାକୁ ଓହ୍ଲାଇ ନାହିଁ କି ଟଙ୍କାଟିଏର ତେଲ ପୋଡିନାହିଁ । ତେଣୁ ପୂର୍ବଭଳି ଫି ଆଦାୟ କରିବାର ଆବଶ୍ୟକ ନାହିଁ । ଅଧିକାଂଶ ସ୍କୁଲ ବସ୍‍ ପୁରୁଣାକାଳିଆ ଓ ତାହାର ଋଣ ପରିଶୋଧ ବି କରିବାର ନାହିଁ । ତେଣୁ ବସ୍‍ଭଡା ଆଦାୟ କ୍ଷେତ୍ରରେ ବିଦ୍ୟାଳୟ ଗୁଡିକ ସେମାନଙ୍କ ଫି ଦରରେ ପରିବର୍ତ୍ତନ ଆଣିବାକଥା ।

ସୂଚନା ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିବା ସ୍କୁଲ ବସ୍‍ ଗୁଡିକର ସଡକ ଟିକସ ପରିମାଣ ଅତ୍ୟନ୍ତ କମ୍‍ । ମାସକୁ ଏମାନେ ୮୦୦ ରୁ ୧୦୦୦ ଟଙ୍କା ପ୍ରଦାନ କରିଥାନ୍ତି । ସେହିଭଳି ଗାଡିଚାଳକ ଓ ହେଲପରମାନଙ୍କୁ ବି ଅଳ୍ପ କାମ ଦର୍ଶାଇ କମ୍‍ ଦରମା ଦିଆଯାଇଥାଏ । ବର୍ତ୍ତମାନ ଏ କ୍ଷେତ୍ରରେ ଖର୍ଚ୍ଚ ଅତି ନଗଣ୍ୟ ହୋଇଥିବାବେଳେ ବିଦ୍ୟାଳୟ ଗୁଡିକ କିନ୍ତୁ ପୂର୍ବ ଦରରେ ଫି ଆଦାୟ କରିବାରେ ଲାଗିଛନ୍ତି ।

ଘରୋଇ ବିଦ୍ୟାଳୟରେ ନିଜ ପିଲାଙ୍କୁ ପାଠ ପଢାଉଥିବା ଅନେକ ଅଭିଭାବକ ଏବେ କରୋନା ମହାମାରୀ ସମୟରେ ନିଜର ଚାକିରି ହରାଇଛନ୍ତି ନହେଲେ ଦରମା କାଟ୍‍ର ସମ୍ମୁଖୀନ ହୋଇଛନ୍ତି । ସେମାନଙ୍କ ପାଇଁ ଏବେ ମାସିକ ଫି ଦେବା କଷ୍ଟକର ହୋଇପଡୁଥିବାବେଳେ ସ୍କୁଲ ବନ୍ଦ ବେଳେ ବସ୍‍ଭଡା ଆଦାୟ ନୂଆ ବୋଝ ହୋଇଛି । ତେଣୁ ରାଜ୍ୟ ସରକାର ତୁରନ୍ତ ଏ କ୍ଷେତ୍ରରେ ହସ୍ତକ୍ଷେପ କରିବାକୁ ଅଭିଭାବକମାନେ ମତ ଦେଉଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020