ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ସାମାଜିକ ଗଣମାଧ୍ୟମରେ ଯୋଡ଼ି ହେଉଛନ୍ତି ଚାଷୀ

କରୋନା ମହାମାରୀ ସମୟରେ ଚାଷୀମାନଙ୍କ ନିକଟରେ ପହଞ୍ଚିବା ଦିଗରେ ସାମାଜିକ ଗଣମାଧ୍ୟମ ବିଶେଷ ଫଳପ୍ରଦ ସାବ୍ୟସ୍ତ ହୋଇପାରିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ଆୟୋଜିତ ଏକ ଭର୍ଚୁଆଲ୍‌ ବୈଠକରେ ସାମାଜିକ ଗଣମାଧ୍ୟମର ବ୍ୟବହାର ଦିଗରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଏହାର ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀ ଡ. ସାହୁ ସମୀକ୍ଷା କରିଥିଲେ ।

ଏହି ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କ ସମେତ ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ, ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ଏବଂ ମତ୍ସ୍ୟ ନିର୍ଦ୍ଦେଶକ ପ୍ରମୁଖ ଯୋଗଦେଇଥିଲେ । ଚାଷୀର ଆୟ ବହୁଗୁଣିତ କରିବା ଦିଗରେ କୃଷି ସହିତ ଆନୁଷଙ୍ଗିକ କୃଷିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଦୃଷ୍ଟିରୁ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ଏବଂ ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସୋସିଆଲ ମିଡିଆର ବହୁଳ ଉପଯୋଗ ନିମନ୍ତେ ଚାଷୀମାନଙ୍କର ହ୍ୱାଟସଆପ ଗ୍ରୁପ ଗଠନ ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲେ ।

ପ୍ରତି ପଞ୍ଚାୟତରେ ଚାଷୀମାନଙ୍କର ହ୍ୱାଟସଆପ ଗ୍ରୁପ ଗଠନ କରି ଚାଷୀମାନଙ୍କୁ ସିଧାସଳଖ ବିଭିନ୍ନ କୃଷି ସମ୍ବନ୍ଧୀୟ ବାର୍ତ୍ତା ଯୋଗାଇଦେବା ସହିତ ସେମାନଙ୍କର ସମସ୍ୟା ସମ୍ପର୍କରେ ବିହିତ ପଦକ୍ଷେପ ନେବା ପରିପ୍ରେକ୍ଷୀରେ ଆଜି ପର୍ଯ୍ୟନ୍ତ ହ୍ୱାଟସଆପ ଗ୍ରୁପରେ ୯ ଲକ୍ଷ ୨୦ ହଜାରରୁ ଅଧିକ ଚାଷୀଙ୍କୁ ସାମିଲ କରାଯାଇଛି । ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଟୋଲ ଫି୍ର ହେଲପଲାଇନ ‘ଆମ କୃଷି’ରେ ୮ ଲକ୍ଷ ୭୫ ହଜାର ଚାଷୀଙ୍କୁ ସାମିଲ କରାଯାଇପାରିଛି । କୃଷି ବିଭାଗ ଟୁଇଟରରେ ୨୭ ହଜାର ୨୦୦ ଜଣ ବ୍ୟବହାର କରିଥିବାବେଳେ ଏମ-କିଷାନ ପୋର୍ଟାଲ୍‌ ଜରିଆରେ ପ୍ରାୟ ୧୭ ଲକ୍ଷରୁ ଅଧିକ ବାର୍ତ୍ତା ଚାଷୀମାନଙ୍କ ନିକଟକୁ ପ୍ରେରଣ କରାଯାଇଛି । ଏଥିସହିତ ପ୍ରତି ପଞ୍ଚାୟତ ସ୍ତରରେ ଅତିକମରେ ୨୦୦ ଜଣ କୃଷକଙ୍କୁ ହ୍ୱାଟସଆପ ଗ୍ରୁପରେ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି ।

ଏହି ଗ୍ରୁପ ମାଧ୍ୟମରେ ଚାଷୀମାନଙ୍କୁ ସମୟ ଉପଯୋଗୀ କୃଷି କାର୍ଯ୍ୟ ସମ୍ବନ୍ଧୀୟ ବାର୍ତ୍ତା ପ୍ରେରଣ, ବିଭିନ୍ନ ଅର୍ଥକରୀ ଓ ଉଦ୍ୟାନ କୃଷିଭିତ୍ତିକ ଫସଲ ଉତ୍ପାଦନର ପଦ୍ଧତିର ଶିକ୍ଷଣୀୟ ଚଳଚ୍ଚିତ୍ର, ଭିଡିଓ ମାଧ୍ୟମରେ କୃଷକମାନଙ୍କୁ ନୂତନ ଜ୍ଞାନକୌଶଳ, ପାଣିପାଗ ସମ୍ବନ୍ଧୀୟ ଆଗୁଆ ସୂଚନା ଓ ସମ୍ଭାବ୍ୟ ଆପଦକାଳୀନ ପରିସ୍ଥିତିର ସତର୍କ ସୂଚନା ପ୍ରଦାନ, ପ୍ରାକୃତିକ ଦୁର୍ବିପାକ କିମ୍ବା ରୋଗପୋକ ଆକ୍ରମଣ ଦ୍ୱାରା ଉପୁଜିଥିବା ଆପଦକାଳୀନ ପରିସ୍ଥିତିର ମୁକାବିଲା, ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣ ଯୋଜନା, ଚାଷୀମାନଙ୍କର ଉତ୍ପାଦିତ ଦ୍ରବ୍ୟର ବିକି୍ରବଟାର ସୁଯୋଗ ଓ ବଜାର ସମ୍ବନ୍ଧୀୟ ସୂଚନା, ସନ୍ତୁଳନ ରାସାୟନିକ ସାର ପ୍ରାୟାଗ ଓ ସମନ୍ୱିତ ଖାଦ୍ୟସାର ପରିଚାଳନା ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଚାଷୀମାନଙ୍କୁ ସିଧାସଳଖ ପ୍ରଦାନ କରାଯାଇପାରୁଛି । ସାମାଜିକ ଗଣମାଧ୍ୟମ ଜରିଆରେ କୃଷକମାନେ ପ୍ରତିଦିନ ବିଭିନ୍ନ ସୂଚନା ସମ୍ପର୍କରେ ଅବଗତ ହୋଇପାରୁଥିବାରୁ ଅଧିକରୁ ଅଧିକ ଚାଷୀଙ୍କୁ ସାମାଜିକ ଗଣମାଧ୍ୟମ ସହିତ ଜଡ଼ିତ କରାଇବା ଦିଗରେ ବିଭାଗୀୟ କ୍ଷେତ୍ର ଅଧିକାରୀମାନେ ସଚେତନତା ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ ।

ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା, ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ରତ୍ନାକର ରାଉତ ଓ ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020