ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ସୋଆ ପକ୍ଷରୁ ଭର୍ଚୁଆଲ ଲେକଚର ସିରିଜ

ଶିକ୍ଷା ଓ ଅନୁସନ୍ଧାନ ଡିମଡ ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍କୁଲ୍ ଅଫ ହୋଟେଲ ମ୍ୟାନେଜମେଣ୍ଟ ପକ୍ଷରୁ ଏହି ଭର୍ଚୁଆଲ ଲେକଚର ସିରିଜ ଆୟୋଜିତ ହୋଇଯାଇଛି । କୋଭିଡ-୧୯ ମହାମାରୀ ସମୟରେ ବଞ୍ଚିବା ନିମନ୍ତେ ଜରୁରୀ ହୋଇପଡ଼ୁଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ‘କନେକ୍ଟ ଟୁ ଲର୍ନ’ ଶୀର୍ଷକ ଲେକଚର ସିରିଜ ଅନୁଷ୍ଠିତ ହୋଇଥିଲା । ବିଶ୍ୱରେ ଦ୍ରୁତଗତିରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେଉଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ଶିକ୍ଷା ଗ୍ରହଣ ପ୍ରକ୍ରିୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହୋଟେଲ୍ ଶିଳ୍ପରେ କିଭଳି ପଦକ୍ଷେପ ନିଆଯିବା ଦରକାର ସେ ବିଷୟରେ ଭର୍ଚୁଆଲ୍ ଲେକଚର ସିରିଜରେ ଆଲୋଚନା କରାଯାଇଛି ।

ପ୍ରଥମ ଲେକଚରର ବିଷୟବସ୍ତୁ ଥିଲା ‘କ୍ୟାରିୟର ପ୍ରୋଗ୍ରେସନ ଇନ ହସ୍ପିଟାଲିଟି ଇଣ୍ଡଷ୍ଟ୍ରୀ’ ଅର୍ଥାତ୍ ହୋଟେଲ୍ ଶିଳ୍ପରେ କ୍ୟାରିୟରରେ ଅଗ୍ରଗତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ବର୍ତ୍ତମାନ ପରିସ୍ଥିତିରେ ହୋଟେଲ୍ ଶିଳ୍ପ ସହିତ ଛାତ୍ରଛାତ୍ରୀମାନଙ୍କୁ ଖାପ ଖୁଆଇବା । ଏହି ସିରିଜରେ ବକ୍ତା ଭାବେ ତାଜ୍ ହୋଟେଲସ ରିସୋର୍ଟସ୍ ଆଣ୍ଡ ପ୍ୟାଲେସେସର ଲର୍ନିଂ, ଡେଭଲପମେଣ୍ଟ ଆଣ୍ଡ ଏମ୍ପଲୟୀ ଏନଗେଜମେଣ୍ଟ ବିଭାଗର ସହ ଉପ-ସଭାପତି ଶିରିଷା ଚନ୍ଦନା ଯୋଗ ଦେଇ ବର୍ତ୍ତମାନ ପରିସ୍ଥିତିରେ କିଭଳି ହୋଟେଲ ଶିଳ୍ପ କ୍ଷେତ୍ରରେ ନିୟମିତ ଢ଼ଙ୍ଗରେ ଉନ୍ନତମାନର କାର୍ଯ୍ୟ କରାଯିବ ସେ ଦିଗରେ ଗୁରୁତ୍ୱାରୋପ କରିଥିଲେ ।

ସାମାଜିକ ଦୂରତା ବର୍ତ୍ତମାନ କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ତେଣୁ ଆମ ଗ୍ରୁପ ଏ ଦିଗରେ ବେଶ ଯତ୍ନବାନ ଅଛି । ଲୋକଙ୍କ ସଂସ୍ପର୍ଶରେ କମ ଆସି କିଭଳି କାର୍ଯ୍ୟ କରାଯାଇପାରିବ ତାହା ବର୍ତ୍ତମାନ ଜରୁରୀ । ଆମ ହୋଟେଲଗୁଡ଼ିକରେ ଚେକ-ଇନ ଏବଂ ଚେକ-ଆଉଟ ପ୍ରକ୍ରିୟାଗୁଡ଼ିକ କିଭଳି ଡିଜିଟାଲ ମାଧ୍ୟମରେ କରାଯାଇପାରିବ ସେ ଦିଗରେ ଗୁରୁତ୍ୱ ଦିଆଯାଉଛି । ଲବି, ରେଷ୍ଟୁରାଣ୍ଟ ଏବଂ ବାଂକ୍ୱେଟ ହଲର ଡିଜାଇନଗୁଡ଼ିକୁ ପରିବର୍ତ୍ତନ କରାଯାଇଥିବା ବେଳେ ଆମ ଅତିଥିମାନେ ସେମାନଙ୍କ ପ୍ରିୟ ଖାଦ୍ୟଗୁଡ଼ିକ ଆଇକନିକ ତାଜ ରେଷ୍ଟୁରାଣ୍ଟସରୁ ଅର୍ଡର କରିପାରିବେ ସେହି ବ୍ୟବସ୍ଥା କରାଯାଇଛି ।

ଉଦୟପୁରସ୍ଥିତ ୱଣ୍ଡର ସିମେଣ୍ଟ ଲିମିଟେଡର ଫୁଡ ଆଣ୍ଡ ବେଭରେଜେସର ଜେନେରାଲ ମ୍ୟାନେଜର ସୀତାରମ ଚନ୍ଦ୍ର ମୂର୍ତ୍ତି ଏବଂ ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ, କ୍ୟାଟରିଂ, ଟେକ୍ନୋଲୋଜି ଆଣ୍ଡ ଆପ୍ଲାଏଡ୍ ନ୍ୟୁଟ୍ରିସନର ଅଧ୍ୟକ୍ଷ ପ୍ରଫେସର ଶାରଦା ଘୋଷ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ଏସଏଚଏମର ଉପଦେଷ୍ଟା ତଥା ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଦ୍ୱିତୀୟ ଲେକଚରର ଶୀର୍ଷକ ଥିଲା ‘ରି-ଇଞ୍ଜିନିୟରିଂ ସ୍କିଲ୍ସ ଫର ହସ୍ପିଟାଲିଟି ଇଣ୍ଡଷ୍ଟ୍ରୀ ଇନ ଦ ଚେଞ୍ଜିଙ୍ଗ୍ ସିନାରିଓ’ ଅର୍ଥାତ ହୋଟେଲ ଶିଳ୍ପର କୋ÷ଶଳଗୁଡ଼ିକ ବର୍ତ୍ତମାନ ପରିସ୍ଥିତିରେ ପରିବର୍ତ୍ତନ କରିବା ଜରୁରୀ । ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀସ୍ଥିତ ଟୁରିଜିମ୍ ଆଣ୍ଡ ହସ୍ପିଟାଲିଟି ସ୍କିଲ୍ କାଉନସିଲର ସ୍କିଲ୍ କମ୍ପିଟିସନ, ଆଣ୍ଡ ଇଣ୍ଡଷ୍ଟି କନେକ୍ଟର ମୁଖ୍ୟ ସେଫ ବିବେକ ସାଗର, ବେଙ୍ଗାଲୁରୁ ସ୍ଥିତ କଫି ଡେ ଗ୍ଲୋବାଲ ଲିମିଟେଡର ସିନିୟର ଜେନେରାଲ ମ୍ୟାନେଜର ସୁବ୍ରୋତୋ ଲାହିରି ଏବଂ ସାବିତ୍ରିବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟର ମ୍ୟାନେଜମେଣ୍ଟ ସାଇନ୍ସ ବିଭାଗର ଆସୋସିଏଟ ପ୍ରଫେସର ଡଃ ଦୀପା ପ୍ରସାଦ ଭେଙ୍କଟରମଣ ଯୋଗ ଦେଇ ନିଜର ମତ ପ୍ରକାଶ କରିଥିଲେ ।

ଏହି ଦୁଇଟି ଭର୍ଚୁଆଲ୍ ଲେକଚର ସିରିଜରେ ଏସଏଚଏମର ଆସୋସିଏଟ ପ୍ରଫେସର ସସ୍ମିତା ମହାନ୍ତି ଏବଂ ଆସିଷ୍ଟାଣ୍ଟ ପ୍ରଫେସର ମୌଉ ରାୟ ସଞ୍ଚାଳନ କରିଥିବା ବେଳେ ଆସୋସିଏଟ ପ୍ରଫେସର ଅଂଶୁମାନ ସାମଲ ଏବଂ ଆସିଷ୍ଟାଣ୍ଟ ପ୍ରଫେସର ସଂଘମିତ୍ରା ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବରୁ ହୋଟେଲ୍ ଶିଳ୍ପ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଏସଏଚଏମ ପକ୍ଷରୁ ୭ଟି ୱେବିନାର ଆୟୋଜିତ ହୋଇଯାଇଛି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020