ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଦୁଇ ଦିନ ଧରି ସମାନ ଆକ୍ରାନ୍ତ

ରାଜ୍ୟରେ ଲଗାତାର ଦୁଇଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସମାନ ରହିଛି । ଦୁଇ ତାରିଖରେ ରାଜ୍ୟର ୨୬ଜିଲ୍ଲାରୁ ୧୩୮୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତକାଲି ମଧ୍ୟ ଅନୁରୂପ ସଂଖ୍ୟକ ଆକ୍ରାନ୍ତ ୨୮ ଜିଲ୍ଲାରୁ ଚିହ୍ନଟ ହୋଇଛି ।

ଦ୍ୱିତୀୟ ଦିନରେ ଚିହ୍ନଟ ହୋଇଥିବା ୧୩୮୪ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୯ ଜଣ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର ହୋଇଥିବାବେଳେ ୫୯୫ ଲୋକାଲ କେସ୍‍ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ପୂର୍ବଭଳି ଗଞ୍ଜାମ ଓ ଖୋରଧା ଜିଲ୍ଲା ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋରଧା ଜିଲ୍ଲାରୁ ୨୦୧, କଟକରୁ ୧୨୧, ସମ୍ବଲପୁରରୁ ୮୨, କେନ୍ଦୁଝରରୁ ୬୬, ସୁନ୍ଦରଗଡରୁ ୬୪, କନ୍ଧମାଳରୁ ୬୨, ଢେଙ୍କାନାଳରୁ ୫୧ ରହିଛି । ଅନ୍ୟ ଜିଲ୍ଲା ଗୁଡିକରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ତଳକୁ ଥିବାବେଳେ ସବୁଠାରୁ କମ୍‍ ମାତ୍ର ଜଣେ ବ୍ୟକ୍ତି ସୋନପୁର ଜିଲ୍ଲାରେ ଚିହ୍ନଟ ହୋଇଥିବାବେଳେ ବୌଦ ଓ ନବରଙ୍ଗପୁରରେ ୨କରି, ଝାରସୁଗୁଡା ଓ ନୂଆପଡାରେ ୩କରି ଏବଂ ବଲାଙ୍ଗିରରେ ୫ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ଚିହ୍ନଟ ମୋଟ୍‍ ୩୭,୬୮୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୩,୦୭୩ ଜଣ ଚିକିତ୍ସା ପରେ ସୁସ୍ଥହୋଇ ଘରକୁ ଫେରିଥିବାବେଳେ ୧୪,୩୫୦ଜଣ ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗତକାଲି ରାଜ୍ୟରେ ରେକର୍ଡ ସଂଖ୍ୟାକ ୧୧୧୯ ଜଣ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି ।

ଆଜି ସୁଦ୍ଧା ରାଜ୍ୟରେ ୫,୭୦,୫୯୦ ଟି ନମୂନା ପରୀକ୍ଷା ହୋଇଥିବାବେଳେ ଏଥି ମଧ୍ୟରୁ ୬.୬ ପ୍ରତିଶତ ପଜିଟିଭ ବାହାରିଛି । ସେହିଭଳି ରାଜ୍ୟରେ ଆଉ ୯ଜଣଙ୍କ ମୃତ୍ୟୁ ସହିତ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୧୧୬ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୬ଜଣ ଥିବାବେଳେ ପୁରୀ, ଖୋରଧା ଓ ଯାଜପୁର ଜିଲ୍ଲାରୁ ଜଣେ କରି ଅଛନ୍ତି । ସେହିଭଳି ମୃତ୍ୟୁବରଣ କରିଥିବା ୯ଜଣଙ୍କ ମଧ୍ୟରେ ଗଞ୍ଜାମର ୨ଜଣ ୬୦ବର୍ଷିୟା ମହିଳା ଅଛନ୍ତି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020