ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

୫୦ହଜାର ଛୁଇଁପାରେ କରୋନା

ଯେଉଁ ହାରରେ କରୋନା ବ୍ୟାପୁଛି ତାହା ଅବ୍ୟାହତ ରହିଲେ ଅଗଷ୍ଟ ୧୫ ବେଳକୁ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ହଜାର ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି । କେବଳ ଯେ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି ତାହା ନୁହେଁ, ସମଗ୍ର ଦେଶ ଓ ବିଶ୍ୱରେ ଏହି ମହାମାରୀ ଆତଙ୍କ ଖେଳାଇ ଚାଲିଛି ।

ଓଡ଼ିଶାରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନିତ ହୋଇଥିଲେ ମାର୍ଚ୍ଚ ୧୫ ତାରିଖରେ । ଏହି ସଂକ୍ରମତ ଓଡ଼ିଆ ଯୁବକ ଇଟାଲୀରେ ପାଠ ପଢ଼ୁଥିଲେ ଓ ସେଠାରୁ ଭୁବନେଶ୍ୱର ଫେରିଥିଲେ । ସେହିପରି ଦ୍ୱିତୀୟ କରୋନା ସଂକ୍ରମିତ ଭୁବନେଶ୍ୱରରେ ଚିହ୍ନିତ ହୋଇଥିଲେ ମାର୍ଚ୍ଚ ୧୯ ତାରିଖରେ । ସେ ଲଣ୍ଡନରୁ ଓଡ଼ିଶା ଫେରିଥିଲେ ।

ମୋଟାମୋଟି ଭାବେ ସମଗ୍ର ଦେଶରେ ପ୍ରଥମ ପର୍ଯ୍ୟାୟ ଲକ୍‍ଡାଉନ୍‍ ମାର୍ଚ୍ଚ ୨୪ ତାରିିଖରେ ଘୋଷଣା ହେବା ବେଳକୁ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ରେ ସୀମିତ ଥିବା ବେଳେ ଏପ୍ରିଲ ମାସରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‍ଡାଉନ୍‍ ଘୋଷଣା ବେଳକୁ ଏହା ୬୦କୁ ବୃଦ୍ଧି ପାଇଥିଲା ଓ ସେଥିମଧ୍ୟରୁ ୩୯ ଜଣ ଥିଲେ ଭୁବନେଶ୍ୱରର । ସେ ସମୟରେ କରୋନା ମୃତ୍ୟୁସଂଖ୍ୟା ମାତ୍ର ୧ ରହିଥିଲା ।

ତୃତୀୟ ପର୍ଯ୍ୟାୟ ଲକ୍‍ଡାଉନ୍‍ ମଇ ୪ ତାରିଖରେ ଘୋଷଣା ହେବା ବେଳକୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଥିବା ବେଳେ ମଇ ୧୮ରେ ଚତୁର୍ଥ ପର୍ଯ୍ୟାୟ ଲକ୍‍ଡାଉନ୍‍ ଘୋଷଣା ବେଳ୮୭୬ରେ ପହଞ୍ଚିଥିଲା ଏବଂ ସେତେବେଳେ ରାଜ୍ୟରେ କରୋନା ମୃତୁସଂଖ୍ୟା ୪ରେ ସୀମିତ ଥିଲା ।

କେନ୍ଦ୍ର ସରକାର ଗତ ଜୁନ୍‍ ପହିଲାରେ ପ୍ରଥମ ପର୍ଯ୍ୟାୟ ଅନ୍‍ଲକ୍‍ ଘୋଷଣା କରିବା ବେଳକୁ ଓଡ଼ିଶାରେ କରୋନ ସଂକ୍ରମିତଙ୍କ ସଂଖ୍ୟା ୨୧୦୪ରେ ପହଞ୍ଚିଥିଲା ବେଳେ ମୃତ୍ୟୁସଂଖ୍ୟା ୭ ଥିଲା । ତେବେ ଦ୍ୱିତୀୟ ପର୍ଯ୍ୟାୟ ଅନ୍‍ଲକ୍‍ ଜୁନ ୩୦ ରାତିରେ ଘୋଷଣା ବେଳକୁ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ଟି ଜିଲ୍ଲାରେ ୭୦୬୫ରେ ପହଞ୍ଚିଥିଲା ବେଳେ ମୃତ୍ୟୁସଂଖ୍ୟା ୨୫ରେ ସୀମିତ ଥିଲା । ତେବ ତୃତୀୟ ପର୍ଯ୍ୟାୟ ଅନ୍‍ଲକ୍‍ ଜୁଲାଇ ୩୧ ରାତିରେ ଘୋଷଣା କରାଯିବା ବେଳକୁ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩,୮୭୭ ରେକର୍ଡ କରାଯାଇଥିବା ବେଳେ ମୃତ୍ୟୁସଂଖ୍ୟା ୧୭୭ରେ ପହଞ୍ଚିଥିଲା ।

ସରକାରୀ ରିପୋର୍ଟ ଅନୁଯାୟୀ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬,୨୯୭ରେ ପହଞ୍ଚିଥିବା ବେଳେ ଓଡ଼ିଶାରେ କରୋନା ଏଯାବତ୍‍ ୨୦୭ ଟି ମୁଣ୍ଡ ନେଇସାରିଲାଣି । ତେବେ ସରକାରଙ୍କ ପାଇଁ ଆଶ୍ୱାସନାର ବିଷୟ ହେଉଛି ଯେ ଆଜିର ଦିନରେ ୧୨,୯୭୫ ଜଣ କରୋନା ସଂକ୍ରମିତ ବିଭିନ୍ନ କୋଭିଡ୍‍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏବେସୁଦ୍ଧା ମୋଟ୍‍ ୨୩,୦୭୪ ଜଣ ସଂକ୍ରମିତ ସୁସ୍ଥ ହୋଇସାରିଲେଣି । ୨୪ ଘଣ୍ଟା ଭିତରେ ରାଜ୍ୟରେ ନୂଆ ୧୩୮୪ଟି କରୋନା ପଜିଟିଭ ଚିହ୍ନିତ ହୋଇଛନ୍ତି ।

ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଆଦି ଜିଲ୍ଲାରେ ଅପେକ୍ଷାକୃତ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସରକାରୀ ଅଧିକାରୀମାନେ କହୁଛନ୍ତି ଯେ କରୋନା ଟେଷ୍ଟିଂ କାର୍ଯ୍ୟକ୍ରମ ବ୍ୟାପକ ହେଉଥିବାରୁ ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନିତ ହେବା ସ୍ୱାଭାବିକ । ତେବେ ରାଜ୍ୟର ଜନସଂଖ୍ୟା ସାଢ଼େ ୪ କୋଟିରୁ ଅଧିକ ହୋଇଥିବା ବେଳେ ସରକାରୀ ରିପୋର୍ଟ ମୁତାବକ ଆଜିସୁଦ୍ଧା ୫,୫୬,୫୮୮ଙ୍କର ଓଡ଼ିଶାରେ କରୋନା ପରୀକ୍ଷା କରାଯାଇଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020