ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ପଞ୍ଜୁରୀ ଭିତରେ ମାଛ ଚାଷ ପାଇଁ ପ୍ରୋତ୍ସାହନ


ରାଜ୍ୟ ସରକାର ସ୍ଥିତ ବୃହତ ଓ ମଧ୍ୟମ ଜଳଭଣ୍ଡାରଗୁଡ଼ିକରେ ମଧୁର ଜଳ ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ ଏକ ନୀତି ପ୍ରଚଳନ ପୂର୍ବକ ପଞ୍ଜୁରୀ ଭିତରେ ମାଛ ଚାଷ ପାଇଁ ପ୍ରୋତ୍ସାହନ ଦେଉଛନ୍ତି । ବୃହତ ଓ ମଧ୍ୟମ ଜଳଭଣ୍ଡାରର ଜଳଉତ୍ସର ଏକ କ୍ଷୁଦ୍ର ଅଞ୍ଚଳକୁ (୧%) ଏଥି ନିମନ୍ତେ ବିନିଯୋଗ କଲେ, ଏହା ଓଡ଼ିଶା ରାଜ୍ୟର ମଧୁର ଜଳ ମାଛ ଉତ୍ପାଦନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଓଡ଼ିଶାରେ ୬.୮୪ ଲକ୍ଷ ହେକ୍ଟର ପରିମିତ ବିସ୍ତୃତ ମଧୁର ଜଳ ଉତ୍ସ ରହିଛି । ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ପ୍ରାୟ ୮.୧୬ ଲକ୍ଷ ମେଟ୍ରିକ୍ ଟନ୍ ମାଛ ଉତ୍ପାଦିତ ହୋଇଛି । ଓଡ଼ିଶାରେ ଭାରତୀୟ କାର୍ପ ମାଛ ଓ ଅନ୍ୟ ପ୍ରଜାତି ମାଛର ଚାହିଦା ଓ ଉପଯୋଗ ନିରନ୍ତର ବୃଦ୍ଧି ପାଉଛି ।

ରାଜ୍ୟର ମଧୁର ଜଳ ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ, ପଞ୍ଜୁରୀ ଭିତରେ ମାଛ ଚାଷ ଏକ ଉନ୍ନତ ଓ ଅଭିନବ ଜ୍ଞାନ କୌଶଳ ଏବଂ ଏହା ପ୍ରଚୁର ମାଛ ଉତ୍ପାଦନ ପାଇଁ ଏକ ଉଜ୍ଜ୍ୱଳ ସମ୍ଭାବନା ସୃଷ୍ଟି କରିବ । ଏହାକୁ ଜଳଭଣ୍ଡାର ମାଛ ଉତ୍ପାଦନ ବୃଦ୍ଧିର ଏକ ଉଜ୍ଜ୍ୱଳ ଭବିଷ୍ୟତ ରୂପେ ବିବେଚନା କରାଯାଇପାରେ । ଏହାଦ୍ୱାରା ରାଜ୍ୟ, ମାଛର ଆବଶ୍ୟକତା ପୂରଣ କରିବା ସହିତ ସ୍ୱାବଲମ୍ବୀ ହୋଇପାରିବ ଏବଂ ଜଳକୃଷି କ୍ଷେତ୍ରରେ ମତ୍ସ୍ୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ସହିତ ନୂତନ ନିଯୁକ୍ତି ସୃଷ୍ଟି କରିପାରିବ ।

ପ୍ରଥମ ଦଫାରେ ଏହି ପଞ୍ଜୁରୀ ଭିତରେ ମାଛ ଚାଷ ନିମନ୍ତେ ହୀରାକୁଦ ଜଳଭଣ୍ଡାରକୁ ୫ଟି ଜୋନ୍ ଏବଂ ୧୦୦ଟି ସବ୍ଜୋନରେ ବିଭକ୍ତ କରାଯାଇଛି, ଯେଉଁଥିରେ ପ୍ରାୟ ୨୪୦୦ଟି ପଞ୍ଜୁରୀ ସ୍ଥାପନ କରାଯାଇପାରିବ । ଏହି ସ୍ଥିରୀକୃତ ସବ୍ଜୋନଗୁଡ଼ିକ ମୁଖ୍ୟତଃ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି, ମତ୍ସ୍ୟ ଚାଷୀ, ଘରୋଇ ଉଦ୍ୟୋଗୀ ଏବଂ କମ୍ପାନୀମାନଙ୍କୁ ଲିଜ୍ ସୂତ୍ରରେ ପ୍ରଦାନ କରାଯିବ । ପ୍ରତ୍ୟେକ ସବ୍ଜୋନରେ ପଞ୍ଜୁରୀ ନିମନ୍ତେ ୬୦୦ ବର୍ଗ ମିଟର ପରିମିତ ଜଳଭାଗ ରହିବ ଏବଂ ସେଥିରେ ୬ ମିଟର ଲମ୍ବ, ୪ ମିଟର ପ୍ରସ୍ଥ, ୪ ମିଟର ଗଭୀରତା ବିଶିଷ୍ଟ ୨୪ଟି ଆୟତାକାର ପଞ୍ଜୁରୀ କିମ୍ବା ୧୬ ମିଟର ବ୍ୟାସ ବିଶିଷ୍ଟ ୩ଟି ଗୋଲାକାର ପଞ୍ଜୁରୀ ସ୍ଥାପନ କରାଯାଇପାରିବ । ପ୍ରତି ଆୟତାକାର ପଞ୍ଜୁରୀରୁ ୩୦୦୦ କିଗ୍ରା ପର୍ଯ୍ୟନ୍ତ ମାଛ ଉତ୍ପାଦନ କରାଯାଇପାରିବ ।

ଏହି ପଞ୍ଜୁରୀଗୁଡ଼ିକରେ ଭାକୁର, ରୋହି, ମିରିକାଳି, ଅମୁର କାର୍ପ, ଜଳଙ୍ଗ, ଏକଲିଙ୍ଗ ବିଶିଷ୍ଟ ଗିଫ୍ଟ୍ ଟିଲାପିଆ, ଭେକ୍ଟି, ଖୁରାଣ୍ଟ ଓ ବଟର୍ କ୍ୟାଟ୍ ଫିସ୍ (କଣ୍ଟିଆ) ଇତ୍ୟାଦି ପ୍ରଜାତିର ମାଛ ଚାଷ ନିମନ୍ତେ ଅନୁମତି ପ୍ରଦାନ କରାଯିବ । ପଞ୍ଜୁରୀ ଭିତରେ ମାଛ ଚାଷ ପାଇଁ ପ୍ରସ୍ତୁତ ନୀତି ଓ ନିୟମ ସମୁହରେ ଜଳର ଗୁଣବତ୍ତା ରକ୍ଷା, ପଞ୍ଜୁରୀ ପରିଚାଳନା ଓ ମାଛ ମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ସ୍ୱତନ୍ତ୍ର ସର୍ତ୍ତ ରଖାଯାଇଛି । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ମତ୍ସ୍ୟ ନିର୍ଦ୍ଦେଶାଳୟ ମାଧ୍ୟମରେ ଆଗ୍ରହୀ ମତ୍ସ୍ୟଚାଷୀ, ଉଦ୍ୟୋଗୀମାନଙ୍କଠାରୁ ଦୀର୍ଘମିଆଦି ଲିଜ୍ ନିମନ୍ତେ (ପ୍ରଥମେ ପାଞ୍ଚ ବର୍ଷ ଓ ପରେ ଅଧିକ ପାଞ୍ଚବର୍ଷ ବୃଦ୍ଧି ସହିତ) ଗ୍ରହଣଯୋଗ୍ୟ ଅଭିବ୍ୟକ୍ତି ପ୍ରକାଶ ଆବେଦନ କରାଯାଇଛି । ଏ ସଂକ୍ରାନ୍ତରେ ସବିଶେଷ ତଥ୍ୟ ବିଭାଗର ୱେବସାଇଟ୍ http://odishafisheries.nic.in, www.fardodisha.gov.in, www.fishfedodisha.com ରେ ଉପଲବ୍ଧ । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020