ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ବଦଳିଲେ ଖୋରଧା ଜିଲ୍ଲାପାଳ

ରାଜ୍ୟ ସରାକର ଆଜି ଖୋରଧା ଜିଲ୍ଲାପାଳଙ୍କୁ ବଦଳାଇବା ସହିତ ପ୍ରଶାସନିକ ସ୍ତରରେ ଆଉ କେତେକ ଅଦଳ ବଦଳ କରିଛନ୍ତି । ଖୋରଧା ଜିଲ୍ଲାପାଳ ଥିବା ବରିଷ୍ଠ ଓଏଏସ୍‍ ଅଫିସର ସୀତାଂଶୁ କୁମାର ରାଉତଙ୍କୁ ବ୍ରହ୍ମପୁରର ଅତିରିକ୍ତ ଚକବନ୍ଦୀ ଅଧିକାରୀ ଭାବେ ବଦଳି କରାଯାଇଥିବାବେଳେ ତାଙ୍କ ସ୍ଥାନରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଭଲ୍ୟାଣ ବିଭାଗରେ ଅତିରିକ୍ତ ସଚିବ ଦାୟିତ୍ୱ ତୁଲାଉଥିବା ବରିଷ୍ଠ ଓଏଏସ୍‍ ଅଫିସର ସନତ କୁମାର ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି ।

ସେହିଭଳ ୨୦୧୮ ବ୍ୟାଚ୍‍ ଆଇଏଏସ୍‍ କିର୍ତ୍ତୀ ଭାସନଙ୍କୁ ଗଞ୍ଜାମରେ କୋଭିଡ ପରିଚାଳନା ଲାଗି ଓଏସ୍‍ଡି ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ଭାସନ ତାଙ୍କର ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ସମାପ୍ତ କିରଚନ୍ତି । ପ୍ରଶିକ୍ଷଣ ସମାପ୍ତ କରିଥିବା ୨୦୧୮ ବ୍ୟାଚ୍‍ ଆଇଏଏସ୍‍ ଶୁଭଙ୍କର ମହାପାତ୍ରଙ୍କୁ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।

ପ୍ରଶିକ୍ଷଣ ସମାପ୍ତ କରିଥିବା ୨୦୧୮ ବ୍ୟାଚ୍‍ ଆଇଏଏସ୍‍ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ସମ୍ବଲପୁରର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିବାବେଳେ ୨୦୧୮ ବ୍ୟାଚ୍‍ ଆଇଏଏସ୍‍ ଜେ.ସୋନାଲଙ୍କୁ କୋଭିଡ ପରିଚାଳନା ଲାଗି ଗଜପତି ଜିଲ୍ଲାରେ ଓଏସ୍‍ଡି ଭାବେ ନିଯୁକ୍ତି ଦିଆଯାଇଛି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020