ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଦୈନିକ ୧୦ ମୃତ୍ୟୁ ଧାରା ଜାରି


ରାଜ୍ୟରେ ଦୈନିକ ୧୦ ମୃତ୍ୟୁ ଧାରା ଜାରି ରହିଛି । ଆଜି ଆଉ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସରାକର ସୂଚନା ଦେବାପରେ ୪ଦିନରେ କରୋନାରେ ମୋଟ ୪୦ଜଣଙ୍କ ଜୀବନ ଗଲାଣି । ସେହିଭଳି ଏହାକୁ ମିଶାଇ ରାଜ୍ୟରେ ମୋଟ୍‍ ମୃତ୍ୟୁ ସଂଖ୍ୟା ୨୦୭ରେ ପହଞ୍ଚି ଥିବାବେଳେ କେବଳ ଗଞ୍ଜାମରେ ୧୦୬ଜଣ ମୃତ୍ୟୁବରଣ କରିଛନ୍ତି ।

ଆଜି ପ୍ରକାଶ ପାଇଥିବା ୧୦ଜଣିଆ ମୃତ୍ୟୁ ତାଲିକାରେ ଗଞ୍ଜାମରୁ ୩ଜଣ ଥିବାବେଳେ ରାୟଗଡାରୁ ୩, ଗଜପତିରୁ ୨ ଏବଂ କଳାହାଣ୍ଡି, ଖୋରଧାରୁ ଜଣେ କରି ଅଛନ୍ତି । କରୋନା ମୃତ୍ୟୁ କ୍ଷେତ୍ରରେ ଗଞ୍ଜାମ ପ୍ରଥମ ସ୍ଥାନରେ ଥିବାବେଳେ ୨୯ ମୃତ୍ୟୁ ସହିତ ଖୋରଧା ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି ।

ସେହିଭଳି ୨୬ ଜିଲ୍ଲାରୁ ୧୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହେବାରେ ରାଜ୍ୟରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୩୬,୨୯୭ରେ ପହଞ୍ଚିଛି । ଏଥି ମଧ୍ୟରେ ଗଞ୍ଜାମରୁ ୩୩୧, ଖୋରଧାରୁ ୨୧୧, କୋରାପୁଟରୁ ୯୭, ସମ୍ବଲପୁରରୁ ୯୩, କଟକରୁ ୮୯ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୭୯ ଓ ଗଜପତିରୁ ୬୧ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଅନ୍ୟ ଜିଲ୍ଲା ଗୁଡିକରେ ସଂକ୍ରମିତଙ୍କ ସଂଖ୍ୟା ୫୦ ତଳକୁ ରହିଥିବାବେଳେ କଳାହାଣ୍ଡିରେ ସବୁଠାରୁ କମ୍‍ ୪, ନୂଆଡାରେ ୫, ସୋନୁରରେ ୬ ଓ ଝାରସୁଗୁଡାରେ ୭ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬,୨୯୭ରେ ପହଞ୍ଚି ଥିବାବେଳେ ଏମାନଙ୍କ ମଧ୍ୟରେ ୨୧,୯୫୪ ଜଣ ଚିକିତ୍ସାରେ ସୁସ୍ଥହୋଇ ଘରକୁ ଫେରିଛନ୍ତି ଓ ୧୪,୦୯୫ ଜଣ ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ଚିହ୍ନଟ ହୋଇଥିବା ୧୩୮୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୧୧ ଲୋକାଲ କେସ୍‍ ଥିବା ଜଣାଯାଇଛି ।

ରାଜ୍ୟରେ ଆଜି ସୁଦ୍ଧା ୫,୫୬,୫୮୮ ଟି ନମୂନା ପରୀକ୍ଷା ହୋଇଥିବାବେଳେ ଏଥିମଧ୍ୟରୁ ୬.୫୨ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି । ତେବେ ରାଜ୍ୟର ୩ ଜିଲ୍ଲା ସୋନପୁର, ଦେବଗଡ ଓ ଝାରସୁଗୁଡାରେ ୫୦ରୁ କମ୍‍ ରୋଗୀ ଚିକିତ୍ସାଧିନ ଥିବାବେଳେ ଦୁଇ ଜିଲ୍ଲା ବୌଦ୍ଧ ଓ ନୂଆପଡାରେ ଏହି ସଂଖ୍ୟା ୧୦୦ ତଳକୁ ରହିଛି । ଅନ୍ୟ ସମସ୍ତ ୨୫ ଜିଲ୍ଲାରେ ଚିକିତ୍ସାଧୀନ କରୋନା ରୋଗୀଙ୍କ ସଂଖ୍ୟା ୧୦୦ ୁ ଅଧିକ ଅଛି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020