ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ସଡକ ପଥେ ପର୍ଯ୍ୟଟନ

ରାଜ୍ୟରେ ପର୍ଯ୍ୟଟନ ବ୍ୟବସ୍ଥାକୁ ପୁଣିଥରେ ଚଳଚଞ୍ଚଳ କରିବାପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ସଡକ ପଥେ ପର୍ଯ୍ୟଟନ’ ଲାଗି ଯୋଜନା ପ୍ରସ୍ତୁତ ହୋଇଛି । ରାଜ୍ୟରେ ଉତ୍ତମ ସଡକ ସହିତ ଏହା ପାଶ୍ୱର୍ରେ ଥିବା ସବୁଜ ବଳୟ, ଉନ୍ନତମାନର ସେବା ଆଦି ରାଜ୍ୟ ପର୍ଯ୍ୟଟନ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ।

ଓଡିଶା ସୀମାରେ ଥିବା ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗର ବିଭିନ୍ନ ସହରରୁ ପର୍ଯ୍ୟଟକମାନେ ଯେଭଳି ସଡକ ପଥରେ ଓଡିଶା ଆସିପାରିବେ ତାହାକୁ ଲକ୍ଷ୍ୟରେ ରଖାଯାଇଛି । ଏହି ନୂତନ ଯୋଜନା ସଂକ୍ରାନ୍ତରେ ପର୍ଯ୍ୟଟନ ସଚିବ ବିଶାଳ ଦେବ ବିଶେଷଜ୍ଞ, ବରିଷ୍ଠ ଅଧିକାରୀ ଓ ଟୁର୍‍ ଅପରେଟରମାନଙ୍କ ସହିତ ବିଭନ୍ନ ପର୍ଯ୍ୟାୟରେ ଆଲୋଚନା କରିଛନ୍ତି ।

ନିକଟରେ କୋନ୍‍ଡେ ନାସ୍‍ଟେ ଟ୍ରାଭେଲର ସଂସ୍ଥା ଦ୍ୱାରା ଦେଶର ତିନିଟି ମହାନଗରୀ ଦିଲ୍ଲୀ, ମୁମ୍ବାଇ ଓ ବାଙ୍ଗାଲୋରରେ କରାଯାଇଥିବା ସର୍ଭେକ୍ଷଣ ସମୟରେ ୮୧ ପ୍ରତିଶତ ବ୍ୟକ୍ତି କରୋନା ସମୟରେ ଅନ୍ୟ ଅପେକ୍ଷା ଯାତ୍ରାକୁ ହରାଉଥିବା ମତ ଦେଇଛନ୍ତି । ୮୬ ପ୍ରତିଶତ ଦେଶ ଭିତରେ ପର୍ଯ୍ୟଟନ ବ୍ୟବସ୍ଥା ଆରମ୍ଭ ସପକ୍ଷରେ କହିଛନ୍ତି । କରୋନା ପରବର୍ତ୍ତୀ ଅବସ୍ଥାରେ ସାଧାରଣ ପରିବହନ ବ୍ୟବସ୍ଥା ଏକ ପ୍ରକାର ବନ୍ଦ ଥିବାରୁ ପର୍ଯ୍ୟଟକମାନେ ସଡକ ପଥରେ ଯାତାୟତ କଲେ ଗହଳି ଠାରୁ ଦୂରରେ ରହିବେ ।

ରାଜ୍ୟର ୨୦ଟି ଅଭୟାରଣ୍ୟ ପାଶ୍ୱର୍ରେ ଥିବା ସବୁଜିମା ପରିବେଶ ସହିତ ମହାନଦୀ, ବାହ୍ମଣୀ ଏବଂ ବୈତରଣୀର ଅବବାହିକା ପର୍ଯ୍ୟଟକମାନଙ୍କୁ ନୂତନ ଅନୁଭୂତି ପ୍ରଦାନ କରିବ । ଏହାକୁ ଆଖିଆଗରେ ରଖି ପର୍ଯ୍ୟଟନ ବିଭାଗ ସଡକ ପଥେ ପର୍ଯ୍ୟଟନ ଭଳି ନୂଆ ଯୋଜନା ଆରମ୍ଭ କରିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ସଡକ ପଥରେ ପର୍ଯ୍ୟଟନ ଆରମ୍ଭ କରାଗଲେ ଓଡିଶା ପର୍ଯ୍ୟଟନ ଏ କ୍ଷେତ୍ରରେ ମଡେଲ ଭାବେ କାର୍ଯ୍ୟ କରିବ । ସଡକ ପଥରେ ଆନ୍ତଃରାଜ୍ୟ ପର୍ଯ୍ୟଟକଙ୍କୁ ପ୍ରୋତ୍ସାହନ ସହିତ ପଡୋଶୀ ରାଜ୍ୟର ପର୍ଯ୍ୟଟକଙ୍କ ଉପରେ ଅଧିକ ଫୋକସ ରହିବ । ଏଥିପାଇଁ ଓଡିଶା ପର୍ଯ୍ୟଟନ ପକ୍ଷରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ଛତିଶଗଡର ରାୟପୁର ଏବଂ ବିଳାସପୁର, ଝାଡଖଣ୍ଡର ରାଞ୍ଚି ଏବଂ ଜାମସେଦପୁର ଏବଂ ପଶ୍ଚିମବଙ୍ଗର କୋଲକତା ଏବଂ ଖଗଡପୁରରୁ କିଭଳି ପର୍ଯ୍ୟଟକମାନେ ଆସିବେ ସେ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି । ଏଠାକାର ଭ୍ରମଣପ୍ରିୟ ବ୍ୟକ୍ତିମାନେ ବିଭିନ୍ନ ସ୍ଥାନ ଯଥା ସମୁଦ୍ରକୂଳ, ଜଙ୍ଗଲ, ପାହାଡ, ଆଦିବାସୀ ଅଞ୍ଚଳ, ଦୁଃସାହସିକ ପର୍ଯ୍ୟଟନ, ପାରମ୍ପରିକ ସ୍ଥାନ ଏବଂ ହସ୍ତଶିଳ୍ପ, ଅବସର ବିନୋଦନ ସ୍ଥାନ, ବନ୍ୟଜନ୍ତୁ ଆଦିର ମଜା ଉଠାଇ ପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି ।

ଏଭଳି ନୂତନ ପର୍ଯ୍ୟଟନ ଯୋଜନାକୁ ବୈଷୟିକ ଜ୍ଞାନକୌଶଳ ଜରିଆରେ ପ୍ରଚାର ସହିତ ନିଜସ୍ୱ ପୁରସ୍କାପ୍ରାପ୍ତ ପୋର୍ଟାଲରେ ଉଲ୍ଲେଖ କରିବ ଯାହା ପର୍ଯ୍ୟଟକମାନଙ୍କୁ ସଡକ ପଥରେ ଓଡିଶା ଆସି ପର୍ଯ୍ୟଟନର ମଜା ଉଠାଇବା ଦିଗରେ ବେଶ୍‍ ସହାୟକ ହେବ । ସେହଭଳି ସଡକ ପାଶ୍ୱର୍ରେ ଥିବା ସେବା ସୁବିଧା, ପେଟ୍ରୋଲ ପମ୍ପ, ଭୋଜନାଳୟ, ଗ୍ୟାରେଜ, ଚିକିତ୍ସାକେନ୍ଦ୍ର, ଥାନା ଏବଂ କୋଭିଡ ମାର୍ଗଦର୍ଶିକା ଆଧାରରେ ଅନ୍ୟାନ୍ୟ ସୁବିଧା ସୁଯୋଗ କିଭଳି ପର୍ଯଟକମାନଙ୍କୁ ଉପଲବ୍ଧ କରାଯାଇପାରିବ ଓଡିଶା ପର୍ଯ୍ୟଟନ ବିଭାଗ ସେ ଦିଗରେ କାର୍ଯ୍ୟ ଆରମ୍ଭ କରିଛି । ପର୍ଯ୍ୟଟନ ବିଭାଗର ଏଭଳି ଅଭିନବ ଯୋଜନା ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ନୂଆ ରୂପ ଦେବା ସହିତ ନିଯୁକ୍ତି ସୁଯୋଗ ଓ ରାଜସ୍ୱ ବୃଦ୍ଧିରେ ସହାୟକ ହୋଇପାରିବ ଆଶା କରାଯାଉଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020