ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଜୁଲାଇରେ ଟିକସ ଆଦାୟ ଉତ୍ସାହଜନକ

କରୋନା ମହାମାରୀଜନିତ ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ଟିକସ ଆଦାୟ ଧିମେଇ ଯାଇଥିବା ବେଳେ ଜୁଲାଇ ମାସରେ କିନ୍ତୁ ଉତ୍ସାହଜନକ ହୋଇଛି । ଉଭୟ ନିଜସ୍ୱ ଟିକସ ଓ ଅଣଟିକସ ଆଦାୟ ବୃଦ୍ଧି ଯୋଗୁ ରାଜ୍ୟ ଅର୍ଥନୀତିରେ ଏକ ନୂଆ ଆଶା ଅଙ୍କୁରିତ ହୋଇଛି ।

ଟିକସ ଆଦାୟ ସଂକ୍ରାନ୍ତୀୟ ସର୍ବଶେଷ ସୂଚନାରୁ ଜଣାଯାଇଛି ଯେ ଚଳିତ ଆର୍ଥିକ ବର୍ଷର ଜୁଲାଇ ଶେଷ ସୁଦ୍ଧା ଉଭୟ ନିଜସ୍ୱ ଓ ଅଣଟିକସ କ୍ଷେତ୍ରରୁ ୧୩,୮୩୮ କୋଟି ୭୬ ଲକ୍ଷ ଟଙ୍କା ଆଦାୟ ହୋଇଛି । କେବଳ ଜୁଲାଇ ମାସରେ ୫,୫୩୧ କୋଟି ୨୧ ଲକ୍ଷ ଟଙ୍କା ଆଦାୟ ହୋଇଥିବା ବେଳେ ଜୁନ୍‍ ମାସରେ ଏହା ୪,୯୬୬ କୋଟି ୭୧ ଲକ୍ଷ ଟଙ୍କା ଥିଲା । ଧୀରେ ଧୀରେ ରାଜ୍ୟରେ ଟିକସ ଆଦାୟ ପରିମାଣ ବୃଦ୍ଧି ପାଉଥିବା ବେଳେ ଖଣି ଓ ଖଣିଜ ଶିଳ୍ପ କ୍ଷେତ୍ରରୁ ଅଣଟିକସ ବାବଦରେ ଅଧିକ ରାଜସ୍ୱ ମିଳିଛି ।

ଜୁଲାଇ ମାସରେ ନିଜସ୍ୱ ଟିକସ କ୍ଷେତ୍ରରୁ ୩୭୮୬ କୋଟି ୨୨ ଲକ୍ଷ ଟଙ୍କା ଆଦାୟ ହୋଇଥିବା ବେଳେ ଆର୍ଥିକ ବର୍ଷର ଜୁଲାଇ ଶେଷ ସୁଦ୍ଧା ଏ ବାବଦୀୟ ମୋଟ୍‍ ଟିକସ ଆଦାୟ ପରିମାଣ ୮୩୮୬ କୋଟି ୯୬ ଲକ୍ଷ ଟଙ୍କା ରହିଛି । ଜୁଲାଇ ମାସରେ ଷ୍ଟାମ୍ପ ଓ ପଞ୍ଜିକରଣ କ୍ଷେତ୍ରରୁ ଟିକସ ଆଦାୟ ପରିମାଣ ୨୦୮ ପ୍ରତିଶତ ବୃଦ୍ଧି ପାଇ ୧୦୦୮ କୋଟି ୯୬ ଲକ୍ଷ ଟଙ୍କାରେ ପହଞ୍ଚିଛି । ଖଣି ନିଲାମ କ୍ଷେତ୍ରରୁ ଏକକାଳୀନ ଟିକସ ଆଦାୟ ଯୋଗୁ ଏଭଳି ଅଭିବୃଦ୍ଧି ଦେଖାଦେଇଛି ।

ସେହିଭଳି ଜୁଲାଇ ମାସରେ ଅବକାରୀ ଟିକସ ବାବଦରେ ୩୮୪ କୋଟି ୬୧ ଲକ୍ଷ ଟଙ୍କା ଆଦାୟ ହୋଇଥିବା ବେଳେ ଜୁନ୍‍ ମାସରେ ଏହି ପରିମାଣ ୩୭୪ କୋଟି ୫୨ ଲକ୍ଷ ଟଙ୍କା ଥିଲା । ପରିବହନ କ୍ଷେତ୍ରରୁ ଜୁଲାଇ ମାସରେ ୩୨୩ କୋଟି ୧୯ ଲକ୍ଷ ଟଙ୍କା ଆଦାୟ ହୋଇଥିବା ବେଳେ ଜୁନ୍‍ ମାସରେ ଏହା ୧୨୮ କୋଟି ୧୮ ଲକ୍ଷ ଟଙ୍କା ଥିଲା । ବାଣିଜ୍ୟ କର ବାବଦରେ ୧୮୮୯ କୋଟି ୬୭ ଲକ୍ଷ ଟଙ୍କା ଆଦାୟ ହୋଇଥିବା ବେଳେ ଏଥିମଧ୍ୟରେ ଜିଏସ୍‍ଟି ବାବଦକୁ ୮୦୧ କୋଟି ୭୧ ଲକ୍ଷ ଟଙ୍କା ରହିଛି । ଉଭୟ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏବଂ ସିଟି ଜିଏସ୍‍ଟି କମିଶନର ମହାମାରୀ ସମୟରେ ଅଧିକରୁ ଅଧିକ ପରିମାଣର ଟିକସ ଆଦାୟ ଲାଗି ଉଦ୍ୟମ ଚଳାଇଛନ୍ତି ।

ରାଜ୍ୟ ବଜେଟ୍‍ରେ ନିଜସ୍ୱ ଟିକସ କ୍ଷେତ୍ରରୁ ୩୮,୩୫୦ କୋଟି ଟଙ୍କା ଆଦାୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ତେବେ କରୋନା ମହାମାରୀ ପାଇଁ ଜାରି ହୋଇଥିବା ସଟ୍‍ଡାଉନ୍‍ ଓ ଲକ୍‍ଡାଉନ୍‍ ଯୋଗୁ ଏହି ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଜୁଲାଇ ମାସ ସୁଦ୍ଧା ଅଣଟିକସ କ୍ଷେତ୍ରରୁ ୫୪୫୧ କୋଟି ୮୦ ଲକ୍ଷ ଟଙ୍କା ଆଦାୟ ହୋଇଥିବା ବେଳେ ଏଥିମଧ୍ୟରେ ଜୁଲାଇ ମାସରେ କେବଳ ୧୭୪୫ କୋଟି ଟଙ୍କା ମିଳିଛି । ଜୁଲାଇ ମାସରେ ଖଣି ଓ ଖଣିଜ ଶିଳ୍ପ କ୍ଷେତ୍ରରୁ ସିଂହଭାଗ ଟିକସ ଆସି ୧୨୫୭ କୋଟି ୭୬ ଲକ୍ଷ ଟଙ୍କା ମିଳିଥିବା ବେଳେ ଜୁନ୍‍ ମାସରେ କିନ୍ତୁ ଏହା ୨୨୨୧ କୋଟି ୧୪ ଲକ୍ଷ ଟଙ୍କା ଥିଲା ।

ଅନ୍ୟ ଅଣଟିକସ କ୍ଷେତ୍ରରୁ ଆଶାନୁଯାୟୀ ରାଜସ୍ୱ ଆଦାୟ ହୋଇପାରୁନଥିବାରୁ ବଜେଟ୍‍ରେ ଅଣଟିକସ କ୍ଷେତ୍ରରୁ ୧୭,୬୫୦ କୋଟି ଟଙ୍କା ମିଳିବାର ଲକ୍ଷ୍ୟ ରହିଛି । ଉଭୟ ଟିକସ ଓ ଅଣଟିକସ ରାଜସ୍ୱ କ୍ଷେତ୍ରରୁ ୫୬ ହଜାର କୋଟି ଟଙ୍କା ଆଦାୟ ପାଇଁ ବଜେଟ୍‍ରେ ଲକ୍ଷ୍ୟ ଥିବା ବେଳେ କରୋନା ଯୋଗୁ ଏହା ମିଳିବା କଷ୍ଟକର । ତେବେ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷର ଜୁଲାଇ ୩୧ ସୁଦ୍ଧା ଅନୁଦାନ ବାବଦରେ ରାଜ୍ୟକୁ ୧୦,୩୨୧ କୋଟି ୯୧ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି ।

ତେଣୁ ଓଡ଼ିଶାରେ ମୋଟୋମୋଟି ଭାବେ ଜୁଲାଇ ଶେଷ ସୁଦ୍ଧା ୩୨,୩୦୮ କୋଟି ୧୫ ଲକ୍ଷ ଟଙ୍କାର ରାଜସ୍ୱ ସଂଗ୍ରହ ହୋଇପାରିଛି । କେବଳ ଜୁଲାଇ ମାସରେ ୯୩୦୨ କୋଟି ୫୩ ଲକ୍ଷ ଟଙ୍କାର ରାଜସ୍ୱ ମିଳିଛି ଯାହାକି ଗତ ବର୍ଷର ଜୁଲାଇ ତୁଳନାରେ ୬.୮୮ ପ୍ରତିଶତ ଅଧିକ ରହିଛି । ୨୦୨୦-୨୧ ବର୍ଷରେ ନିଜସ୍ୱ ଟିକସ, ଅଣଟିକସ, ଅଂଶଧନ ଟିକସ ଏବଂ କେନ୍ଦ୍ରୀୟ ଅନୁଦାନକୁ ମିଶାଇ ୧,୨୪,୩୦୦ କୋଟି ମିଳିବ ବୋଲି ବଜେଟ୍‍ରେ ଆକଳନ କରାଯାଇଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020