୩୦ ଜିଲ୍ଲାରୁ ୧୬୯୫ ନୂଆ କରୋନା ରୋଗୀ ଚିହ୍ନଟ  ନୂଆ ଚିହ୍ନଟଙ୍କ ମଧ୍ୟରେ ୭୦୯ ଲୋକାଲ କେସ୍‍  ଖୋରଧା ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ୧୮୩ ରୋଗୀ ଚିହ୍ନଟ  ବାଲେଶ୍ୱରରେ ୧୨୮, ସୁନ୍ଦରଗଡରେ ୧୧୦, କଟକରେ ୧୦୩, ନୂଆପଡାରେ ୯୨ ଚିହ୍ନଟ  କରୋନାରେ ରାଜ୍ୟରେ ଆଉ ୧୫ ଜଣଙ୍କ ମୃତ୍ୟୁ   ରାଜ୍ୟରେ ମୋଟ୍‍ ମୃତ୍ୟୁ ସଂଖ୍ୟା ୧୨୨୯  ଆଜି ସୁଦ୍ଧା ରାଜ୍ୟରେ ୪୨,୮୦,୨୭୪ ନମୂନା ପରୀକ୍ଷା  ମୋଟ ପରୀକ୍ଷାରୁ ୬.୫୩ ପ୍ରତିଶତ ପଜିଟିଭ ଚିହ୍ନଟ  

ଦ୍ୱିଶତକ ମୁହାଁ କରୋନା ମୃତ୍ୟୁ


ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ଦ୍ୱିଶତକ ଆଡକୁ ମୁହାଁଇଛି । ଲଗାତାର ଦୁଇଦିନ ଧରି କରୋନାରେ ୧୦ଜଣ କରି ମୁଣ୍ଡ ଗଡିବା ପରେ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୮୭ରେ ପହଞ୍ଚିଛି । ଏହି ହାର ବଜାୟ ରହିଲେ ଆଉ ଦୁଇଦିନ ମଧ୍ୟରେ ରାଜ୍ୟରେ କରୋନା ମୃତ୍ୟୁ ଦୁଇଶହ ପାର କରିଯିବାର ଆଶଙ୍କା ଉପୁଜିଛି ।

କରୋନାରେ ରାଜ୍ୟରେ ୧୮୭ ଜଣଙ୍କ ଜୀବନ ଯାଇଥିବାବେଳେ କେବଳ ଗଞ୍ଜାମରେ ଏହି ସଂଖ୍ୟା ୯୯ରେ ପହଞ୍ଚିଛି । ସେହିଭଳି ଖୋରଧାରେ ୨୪, କଟକ ଓ ଗଜପତିରେ ୧୧କରି, ସୁନ୍ଦରଗଡରେ ୯ ଓ ରାୟଗଡାରେ ୭ଜଣ ମୃତ୍ୟୁବରଣ କରିଛନ୍ତି । ସେହଭଳି ନୟାଗଡ, ପୁରୀ ଓ ବାଲେଶ୍ୱରରେ ୩ ଜଣକରି ମରିଛନ୍ତି ।

ମାଲକାନଗିରି, କେନ୍ଦ୍ରାପଡା, କନ୍ଧମାଳ, ଭଦକ୍ର ଓ ଅନଗୁଳରେ ୨ଜଣ କରି କରୋନାରେ ମୃତ୍ୟୁବରଣ କରିଥିବାବେଳେ ସମ୍ବଲପୁର, ଝାରସୁଗୁଡା ଓ ଯାଜପୁରରେ ଜଣେ କରି ମୁଣ୍ଡ ଗଡିଛି । କରୋନାରେ ୧୮୭ ଜଣ ମୃତ୍ୟୁବରଣ କରିଥିବାବେଳେ ରାଜ୍ୟରେ ଅଣ କରୋନା ଜନିତ ମୃତ୍ୟୁସଂଖ୍ୟା ୩୮ରେ ପହଞ୍ଚିଛି ।

ଆଜି ପ୍ରକାଶ ପାଇଥିବା ୧୦ଜଣିଆ ମୃତ୍ୟୁ ତାଲିକାରେ ଗଞ୍ଜାମ ଜିଲ୍ଲାରୁ ୫ଜଣ ଥିବାବେଳେ ଖୋରଧାରୁ ୩ ଏବଂ ସୁନ୍ଦରଗଡ ଓ ଗଜପତିରୁ ଜଣେ କରି ଅଚନ୍ତି । ଏମାନଙ୍କ ମଧ୍ୟରେ କେବଳ ଗଞ୍ଜାମରୁ ଜଣେ ମହିଳା ଥିବାବେଳେ ଅନ୍ୟ ସମସ୍ତ ପୁରୁଷଙ୍କ ବୟସ ୪୦ବର୍ଷରୁ ଅଧିକ ରହିଛି ।

ସେହିଭଳି ରାଜ୍ୟର ୨୯ ଜିଲ୍ଲାରେ ଆଜି ୧୬୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟରେ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୩୩,୪୭୯ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୦,୫୧୮ଜଣ ଚିକିତ୍ସା ପରେ ସୁସ୍ଥହୋଇ ଘରକୁ ଫେରିଥିବାବେଳେ ୧୨,୭୩୬ ଜଣ ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ତେବେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୦୮ଜଣ ଥିବାବେଳେ ଖୋରଧାରୁ ୨୮୫, ରାୟଗଡାରୁ ୧୬୪, ଗଜପତିରୁ ୧୦୮, ସୁନ୍ଦରଗଡରୁ ୬୨ ଓ କଟକରୁ ୫୪ ଓ ପୁରୀରୁ ୫୦ଜଣ ଆକ୍ରାନ୍ତ ଅଛନ୍ତି । ଅନ୍ୟ ଜିଲ୍ଲାଗୁଡିକରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ତଳକୁ ଥିବାବେଳେ ନୂଆପଡାରେ ସବୁଠାରୁ କମ୍‍ ୫ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ରାଜ୍ୟରେ କରୋନା ନମୂନା ପରୀକ୍ଷା ସଂଖ୍ୟା ୫,୨୮,୭୦୮ରେ ପହଞ୍ଚି ଥିବାବେଳେ ମୋଟ୍‍ ନମୂନା ମଧ୍ୟରୁ ୬.୩୩ ପ୍ରତିଶତ ପଜିଟିଭ ବାହାରିଛନ୍ତି । ତେବେ ସର୍ବଭାରତୀୟ ସ୍ତର ତୁଳନାରେ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୨.୦୪ ପ୍ରତିଶତ ରହିଛି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020