ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଓଡିଶାରେ ଚତୁର୍ଥ କରୋନା ଆକ୍ରାନ୍ତ

ରାଜ୍ୟରେ ଆଜି ଚତୁର୍ଥ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୨୯ବର୍ଷ ବୟସ୍କ ଯୁବକ ଜଣଙ୍କ ଭଦ୍ରକ ଜିଲ୍ଲାର ଓ ନିକଟରେ ସେ ଦୁବାଇରୁ ଫେରିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ପଷ୍ଟ କରିଛି ।

ସମ୍ପୃକ୍ତ ଯୁବକଙ୍କ ରକ୍ତନମୂନା ଭୁବନେଶ୍ୱର ଏମ୍‍ସରେ ପରୀକ୍ଷା ହୋଇଥିବାବେଳେ ତାହା ପଜିଟିଭ ଥିବା ଜଣାପଡିଥିଲା । ରାଜ୍ୟରେ ଆଜି ମୋଟ୍‍ ୧୧୯ଟି ରକ୍ତ ନମୂନାର କରୋନା ପରୀକ୍ଷା ହୋଇଥିବାବେଳେ ଏଥିରୁ ମାତ୍ର ଗୋଟିଏ ସଂକ୍ରମିତ ହୋଇଥିବା ଜଣାପଡିଛି ।

ଆଜି ଆଉ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବାପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ପୂର୍ବରୁ ଚିହ୍ନଟ ହୋଇଥିବା ୩ଜଣ ଭୁବନେଶ୍ୱରର ହୋଇଥିବାବେଳେ ପ୍ରଥମଥର ପାଇଁ ଭୁବନେଶ୍ୱର ବାହାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଆଜିସୁଦ୍ଧା ଚିହ୍ନଟ ହୋଇଥିବା ମୋଟ୍‍ ୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ବିଦେଶରୁ ଆସିଥିବାବେଳେ ଜଣେ ନୂଆଦିଲ୍ଲୀରୁ ଆସିଥିଲେ । ପୂର୍ବରୁ ଚିହ୍ନଟ ହୋଇଥିବା ପ୍ରଥମ କରୋନା ସଂକ୍ରମିତ ଯୁବକ ଜଣଙ୍କ ଇଟାଲୀରୁ ଆସିଥିବାବେଳେ ଦ୍ୱିତୀୟ ଯୁବକ ଜଣଙ୍କ ଇଂଲଣ୍ଡରୁ ଆସିଥିଲେ । ତେବେ ୬୦ବର୍ଷ ବୟସ୍କ ତୃତୀୟ ବ୍ୟକ୍ତି ଜଣଙ୍କ ନୂଆଦିଲ୍ଲୀରୁ ଆସିବାପରେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ପୂର୍ବରୁ ଚିହ୍ନଟ ହୋଇଥିବା ୩ଜଣ କରୋନା ଆକ୍ରାନ୍ତ ଏବେ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି ।

ଆଜି ଚତୁର୍ଥ କରୋନା ସଂକ୍ରମିତ ଭଦ୍ରକ ଜିଲ୍ଲାର ହୋଇଥିବାବଳେ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଭଦ୍ରକ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିବା ସୂଚନା ମିଳିଛି । ବର୍ତ୍ତମାନ ଆକ୍ରାନ୍ତଙ୍କ ଯୁବକଙ୍କ ସଂସ୍ପର୍ଶରେ କେତେ ବ୍ୟକ୍ତି ଆସିଛନ୍ତି ତାହାକୁ ଠାବ କରିବାଲାଗି ଅଭିଯାନ ଆରମ୍ଭ ହୋଇଥିବା ଜଣାଯାଇଛି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023