ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଆଶାକର୍ମୀଙ୍କୁ ପ୍ରୋତ୍ସାହନ

କରୋନା ମୁକାବିଲା ପାଇଁ ଆଗଧାନଡିର ସ୍ୱାସ୍ଥ୍ୟକର୍ମୀ ଆଶାଙ୍କ ଗୁରୁତ୍ୱକୁ ଉପଲବ୍ଧି କରି କେନ୍ଦ୍ର ସରକାର ସେମାନଙ୍କୁ ଅତିରିକ୍ତ ଭାବେ ତିନି ମାସର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଆଶାକର୍ମୀ ଓ ଆଶାକର୍ମୀଙ୍କ ସହଯୋଗୀଙ୍କ ଲାଗି ଏପ୍ରିଲ, ମଇ ଓ ଜୁନ୍‍ ସକାଶେ ପ୍ରୋତ୍ସାହନ ରାଶି ମଞ୍ଜୁର କରାଯାଇଛି ।

ତଦନୁଯାୟୀ ଆଶାକର୍ମୀମାନେ ମାସକୁ ଅତିରିକ୍ତ ପ୍ରୋତ୍ସାହନ ବାବଦରେ ୧୦୦୦ ଟଙ୍କା କରି ପାଇବାକୁ ଥିବାବେଳେ ଆଶା ସହଯୋଗୀମାନେ ଅତିରିକ୍ତ ଭାବେ ମାସକୁ ୫୦୦ ଟଙ୍କା କରି ପାଇବେ । ଏଥି ସହିତ ଆଶା ସହଯୋଗୀମାନେ ଅତିରିକ୍ତ ଭାବେ ଗାଁ ପରିଦର୍ଶନ ପାଇଁ ଗଲେ ପ୍ରତି ଗାଁ ପିଛା ୧୦୦ ଟଙ୍କା କରି ପାଇବେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ବନ୍ଦନା ଗୁରାନି ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଅବଗତ କରିବା ସହିତ ଆଗଧାଡିରେ ଥିବା ଏହି ସ୍ୱାସ୍ଥ୍ୟକର୍ମୀମାନଙ୍କ ସେବାକୁ ଉପଯୋଗ ସହିତ ସେମାନଙ୍କୁ ଗୋଷ୍ଠି ସଚେତନତା କାର୍ଯ୍ୟକମରେ ଲଗାଇବାପାଇଁ କହିଛନ୍ତି ।

ମିଶନ ନିର୍ଦ୍ଦେଶିକା କହିଛନ୍ତି ଯେ ଏକାନ୍ତବାସ, ପରୀକ୍ଷା, ସଂକ୍ରମିତଙ୍କ ସଂସ୍କର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଯଦିଓ କରୋନା ରୋକିବାର ମୁଖ୍ୟ ଲକ୍ଷ୍ୟ ତଥାବି ଗୋଷ୍ଠି ସ୍ତରରେ ଏହା ଯେଭଳି ସଂକ୍ରମିତ ନହେବ ସେ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବା ଜଟିଳ କାର୍ଯ୍ୟ । ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଆଶା କର୍ମୀଙ୍କ ଠାରୁ ଆରମ୍ଭକରି ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯେତେ ନିବେଶ ହୋଇଛି ବର୍ତ୍ତମାନ ତାହାର ଉଦ୍ଦେଶ୍ୟ ପୂରଣର ସମୟ ଆସିଛି । ଆଶା ଓ ଆଶା ସହଯୋଗୀମାନଙ୍କୁ ଗୋଷ୍ଠି ସ୍ତରରେ ଦାୟିତ୍ୱ ଦିଆଯିବା ସହିତ ସେମାନେ ଯେଭଳି ପ୍ରାରମ୍ଭିକ ଭାବେ ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରିବା ସହିତ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରୀକ୍ଷା ପାଇଁ ପଠାଇବେ ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି ।

ଆଶାକର୍ମୀ ଓ ସହଯୋଗୀମାନେ ସନ୍ଦିଗ୍ଧ ଓ ପଜିଟିଭ ବ୍ୟକ୍ତିଙ୍କ ଠାରୁ ସେମାନଙ୍କର ୧୪ ଦିନର ଯାତ୍ରା ବିବରଣୀ ଓ ସେମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ତାହା ଶୁଣିବେ । ଏଥି ସହିତ ସେମାନଙ୍କୁ ନିଜ ଘରେ କ୍ୱାରେଣ୍ଟାଇନ୍‍ରେ ରହିବାକୁ ପରାମର୍ଶ ଦେବେ । ଓଡିଶାରେ ୪୫ହଜାରରୁ ଅଧିକ ଆଶାକର୍ମୀ ଥିବାବେଳେ ତଳସ୍ତରରେ ସେମାନେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023