ଲକ୍ ଡାଉନ୍ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଶାର ଶ୍ରମଜୀବୀ, ଛାତ୍ର, ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ସହାୟତା ନିମନ୍ତେ ଓଡ଼ିଶା ସରକାର ସ୍ୱତନ୍ତ୍ର ପ୍ରଶାସନିକ ବ୍ୟବସ୍ଥା କରିଛନ୍ତି । ଇତି ମଧ୍ୟରେ ରାଜ୍ୟ ନିୟନ୍ତ୍ରଣ କକ୍ଷରେ ବୈଷୟିକ ଆଧୁନିକୀକରଣ କରାଯାଇ ୨୦ଟି ଅଧିକ କଲ୍ ନମ୍ବରର ବ୍ୟବସ୍ଥା କରାଯାଇଛି ।
ବିିଭିନ୍ନ ରାଜ୍ୟ ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ନୋଡାଲ୍ ଅଧିକାରୀ ଭାବେ ନିୟୋଜିତ କରାଯାଇଛି । ଏହି ନୋଡାଲ୍ ଅଧିକାରୀମାନେ ଗୃହ ବିଭାଗରେ କାର୍ଯ୍ୟ କରୁଥିବା ନିୟନ୍ତ୍ରଣ କକ୍ଷ ସହ ସଂଯୋଜିତ ରହିବେ । ନିୟନ୍ତ୍ରଣ କକ୍ଷର ଟେଲିଫୋନ୍ ନମ୍ବର-୦୬୭୪-୨୩୯୨୧୧୫ରେ ଆସୁଥିବା କଲ୍ଗୁଡ଼ିକର ଅନୁସରଣ କରି ତଦନୁଯାୟୀ ସଂପୃକ୍ତ ରାଜ୍ୟ ସରକାର ଓ ସଂସ୍ଥାମାନଙ୍କ ସହ ଯୋଗାଯୋଗ କରି ସେଠାରେ ଅଟକି ରହିଥିବା ଓଡ଼ିଆମାନଙ୍କ ନିମନ୍ତେ ମୌଳିକ ଆବଶ୍ୟକତାଗୁଡ଼ିକର ବ୍ୟବସ୍ଥା କରାଇବେ ।
ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ରାଜ୍ୟ ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରି ସେଠାରେ ବାସ୍ତବ ସ୍ଥିତି ପରଖିଥିଲେ । ନିୟନ୍ତ୍ରଣ କକ୍ଷରେ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା, କୋଭିଡ୍-୧୯ ସ୍ୱତନ୍ତ୍ର ଅଧିକାରୀ ବିଶାଲ ଦେବ ଓ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଅମିତାଭ୍ ଠାକୁରଙ୍କ ସମେତ ନିୟନ୍ତ୍ରଣ କକ୍ଷରେ କଲ୍ ଗ୍ରହଣ କରୁଥିବା ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ।
ପରେ ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ବର୍ତ୍ତମାନ ନିୟନ୍ତ୍ରଣ କକ୍ଷକୁ ମୁଖ୍ୟତଃ କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲ୍ନାଡ଼ୁ, ତେଲେଙ୍ଗାନା ଓ ଗୁଜୁରାଟ ଆଦି ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କ ଠାରୁ ଟେଲିଫୋନ୍ ଆସୁଛି ଏବଂ ସେସବୁ ବିଷୟରେ ସଂପୃକ୍ତ ରାଜ୍ୟ ପ୍ରଶାସନ ସହ ଯୋଗାଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ ଓଡ଼ିଶାରେ ରହିଯାଇଥିବା ଅନ୍ୟ ରାଜ୍ୟର ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ଲୋକମାନଙ୍କ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କ ପାଇଁ ନିମ୍ନୋକ୍ତ ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ୍ ଅଧିକାରୀ ଭାବେ ନିୟୋଜିତ କରାଯାଇଛି ।
ତେଲେଙ୍ଗାନା -ଡକଫର ୟେଦୁଲା ବିଜୟ, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୩୨୩୦୬୮
ଇ-ମେଲ୍-vijayyeddula@gmail.com
ଆନ୍ଧ୍ରପ୍ରଦେଶ -ବି. ପରମେଶ୍ୱରନ୍, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୩୯୩୨୭୫
ଇ-ମେଲ୍-dirdws@gmail.com
ପଶ୍ଚିମ ବଙ୍ଗ - ଶ୍ରୀ ଭାସ୍କରଜ୍ୟୋତି ଶର୍ମା, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୩୯୦୧୧୬
ଇ-ମେଲ୍-bhaskar.sarma@nic.in
ଗୁଜରାଟ -ଡଃ ଜୱାଲେ ନିତିନ୍ ଭାନୁଦାସ୍, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୫୪୩୪୬୧
ଇ-ମେଲ୍-nitinjawale@nic.in
ମହାରାଷ୍ଟ୍ର -ଶ୍ରୀ ରାଜେଶ ପ୍ରଭାକର ପାଟିଲ୍, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୩୯୨୯୦୬
ଇ-ମେଲ୍-rajeshpatilias@gmail.com
ତାମିଲନାଡ଼ୁ -ଶ୍ରୀମତୀ ଚିତ୍ରା ଅରୁମୁଗମ୍, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୫୩୬୬୩୧
ଇ-ମେଲ୍-chitra.arumugam@nic.in
ବିହାର ଓ ଝାଡ଼ଖଣ୍ଡ - ମହମ୍ମଦ୍ ସାଦିକ୍ ଆଲାମ୍, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୫୭୩୩୧୦
ଇ-ମେଲ୍-mdsadiquealam@gmail.com
କେରଳ - ଡଃ ମୁଥୁକୁମାର, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୩୯୫୫୩୨
ଇ-ମେଲ୍-diragri.or@nic.in
ଦିଲ୍ଲୀ -ଶ୍ରୀ ସଞ୍ଜୀବ ମିଶ୍ର, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୩୦୧୮୪୮୮
ଇ-ମେଲ୍-rc.odisha@gmail.com
ଅନ୍ୟ ସମସ୍ତ ରାଜ୍ୟ -ଶ୍ରୀ ଅମିତାଭ୍ ଠାକୁର, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୫୩୩୨୩୦
ଇ-ମେଲ୍-amitabh_thakur@hotmail.com