ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଆସିଲା ଏନ୍‍-୯୫ ମାସ୍କ

କରୋନା ମୁକାବିଲା ପାଇଁ ଅତି ଆବଶ୍ୟକ ହେଉଥିôବା ଏନ୍‍-୯୫ ମାସ୍କ ଆଜି ଓଡିଶାରେ ପହଚିଛି । ଏହି ଧରଣର ୨୦ହଜାର ମାସ୍କ ଆସିଥିବାବେଳେ ଆଉ ୨୦ଲକ୍ଷ ଥ୍ରୀ ଲେୟାର ମାସ୍କ ବି ଆସିଛି । ଏହି ସମସ୍ତ ମାସ୍କ ଆଜି ଏୟାର ଇଣ୍ଡିଆର କାର୍ଗୋ ବିମାନରେ ଏଠାରେ ଆସି ପହଞ୍ଚିଥିବା ଜଣାଯାଇଛି ।

କରୋନା ମୁକାବିଲା ଲାଗି ରାଜ୍ୟ ଔଷଧ ନିଗମ ପକ୍ଷରୁ ପର୍ଯ୍ୟାୟକ୍ରମେ ଜାନୁୟାରୀ ମାସରୁ ମାସ୍କ ଯୋଗାଇବାପାଇଁ ବରାଦ ଦିଆଯାଇଥିଲା । ବିଭିନ୍ନ ସାମଗ୍ରୀର ଯୋଗାଣ ପ୍ରକ୍ରିୟା ଜାରି ରହିଥିବାବେଳେ ଆଜି ଉଭୟ ଏନ୍‍-୯୫ ଓ ଥ୍ରୀ ଲେୟାର ମାସ୍କ ଆସି ପହଞ୍ଚିଛି ।

ଏନ୍‍-୯୫ ମାସ୍କ ନାକ ଓ ପାଟିକୁ ପୂର୍ଣ୍ଣ ସୁରକ୍ଷା ଦେଉଥିବାବେଳେ ଏହାକୁ ପୁନଃ ବ୍ୟବହାର କରାଯାଇ ପାରିବ । ବିଶେଷକରି ଏହା ମଧ୍ୟରେ ଥିବା ଛଣା ସ୍ତର (ଫିଲଟର ଲେୟାର)ଟି ଖରାପ ହେବା ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରାଯାଇ ପାରିବ । ତେଣୁ କରୋନା ଚିକିତ୍ସାରେ ନିୟୋଜିତ ଡାକ୍ତର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏହା ଅତ୍ୟନ୍ତ ଜରୁରୀ ବୋଲି ଜଣାଯାଇଛି ।

କାର୍ଗୋ ବିମାନରେ ଆଜି ମାସ୍କ ଗୁଡିକ ଆସି ପହଞ୍ଚିବା ପରେ ତାହାକୁ ଔଷଧ ନଗମର ଗୋଦାମକୁ ନିଆଯାଇଛି । ଏଠାରୁ ଆବଶ୍ୟକ ଅନୁଯାୟୀ ରାଜ୍ୟର ବିଭିନ୍ନ ସ୍ଥାନକୁ ମାସ୍କ ପଠାଯିବ ବୋଲି ଜଣାଯାଇଛି । ଉଲ୍ଲେଖନୀୟ ଯେ କରୋନା ସଂକ୍ରମଣ ଦୃଷ୍ଟିରୁ ରାଜ୍ୟର ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଏବେ ମାସ୍କର ନିଅଣ୍ଟିଆ ସ୍ଥିତି ପରିଲକ୍ଷିତ ହୋଇଛି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023