ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଓଡିଶାରେ ଅଟକିଛନ୍ତି ୯୦୦୦ ଶ୍ରମଜୀବୀ

ଓଡ଼ିଶାରେ ଅଟକି ରହିଥିବା ବାହାର ରାଜ୍ୟର ୯୦୦୦ ଶ୍ରମଜୀବୀଙ୍କ ସହିତ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ଇତି ମଧ୍ୟରେ ଯୋଗାଯୋଗ ସ୍ଥାପନ କରାଯାଇଛି । ସେମାନେ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ଇତ୍ୟାଦି ରାଜ୍ୟରୁ ଆସିଛନ୍ତି । ସେମାନଙ୍କୁ ଖାଦ୍ୟପେୟ, ରହଣି ଓ ଆବଶ୍ୟକ ସ୍ଥଳେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି । ଏ ପ୍ରସଙ୍ଗରେ ମଧ୍ୟ ଅନ୍ୟ ରାଜ୍ୟର ଆବାସିକ କମିଶନରମାନଙ୍କୁ ଅବଗତ କରାଯାଇଥିବା ସୁବ୍ରତ ବାଗ୍‌ଚୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଓଡ଼ିଶାରେ ଅଟକି ରହିଥିବା ଅନ୍ୟ ରାଜ୍ୟର ଲୋକମାନଙ୍କ ନିମନ୍ତେ ଓଡ଼ିଶା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଏକ ହେଲପ୍‌ଲାଇନ୍‌ ଖୋଲାଯାଇଛି । ଏହାର ନମ୍ବର: ୧୮୦୦୩୪୫୬୭୦୩ । ଅନ୍ୟ ରାଜ୍ୟର ଆବାସିକ କମିଶନରମାନଙ୍କ ସହିତ ଯୋଗାଯୋଗ ରକ୍ଷା କରିବା ପାଇଁ ଓଡ଼ିଶାର ଆବାସିକ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କୋଭିଡ୍‌-୧୯ ସ୍ୱାସ୍ଥ୍ୟ ହେଲପ୍‌ଲାଇନ୍‌ ନମ୍ବର ୧୦୪ କ୍ଷମତା ବୃଦ୍ଧି ପାଇଁ କେତେକ ରକ୍ଷଣାବେକ୍ଷଣ ଓ ବୈଷୟିକ ଉନ୍ନତିକରଣ କାର୍ଯ୍ୟ ହେଉଥିବା ଦୃଷ୍ଟିରୁ ଏହା ଆସନ୍ତାକାଲି ୨୯ ତାରିଖ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ । ଜନସାଧାରଣ ଏଥିରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।

ଗୋଖାଦ୍ୟ, କୁକୁଡ଼ା ଖାଦ୍ୟ ଓ ମତ୍ସ୍ୟ ଖାଦ୍ୟ ସମେତ ଅନ୍ୟାନ୍ୟ ପଶୁଖାଦ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀରେ ଅନ୍ତର୍ଭୂକ୍ତ କରାଯାଇ ସେସବୁଗୁଡ଼ିକ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ତେଜାରତି ଦୋକାନରେ ପଶୁଖାଦ୍ୟ ବିକି୍ର କରାଯାଇପାରିବ ।

ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୭ ମାର୍ଚ୍ଚରୁ ୨୮ ମାର୍ଚ୍ଚ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୩୨୪ଟି ମାମଲା ଦାୟର କରାଯାଇଛି । ସେଥିରୁ ୩୦୮ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧୫ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ଓ ଗୋଟିଏ କୋଭିଡ୍‌-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ନିମନ୍ତେ ଅନ୍ତର୍ଭୁକ୍ତ ।

ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୨୫୬ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ୨୨୬ ନମୁନାର ରିପୋର୍ଟ ହସ୍ତଗତ ହୋଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୩ଟି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ପ୍ରଥମ ଦୁଇଟି ପଜିଟିଭ୍‌ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସ୍ଥିର ଓ ଲକ୍ଷଣମୁକ୍ତ ରହିଛି । ତୃତୀୟ ବ୍ୟକ୍ତିଙ୍କର ଅବସ୍ଥାରେ ଆଜି ଉନ୍ନତି ହୋଇଛି । ସମସ୍ତେ ହସ୍‌ପିଟାଲ୍‌ର ସାଧାରଣ ଖାଦ୍ୟ ଖାଉଛନ୍ତି । ପ୍ରଥମ ଦୁଇଟି କେସ୍‌ର ସଂସ୍ପର୍ଶରେ ଆସିଥିବା ୫୫ ବ୍ୟକ୍ତି ଯୋଗାଯୋଗରେ ଅଛନ୍ତି । ତୃତୀୟ କେସ୍‌ର ସଂସ୍ପର୍ଶରେ ଆସିଥିବା ୧୧୨ ଜଣଙ୍କୁ ଆଜି ପର୍ଯ୍ୟନ୍ତ ଚିହ୍ନଟ କରାଯାଇଛି ଓ ଯୋଗାଯୋଗ ଚାଲିଛି ।

ଆଜି ୫୬ ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‌ବାସରେ ଅଛନ୍ତି । ଆଜି ପର୍ଯ୍ୟନ୍ତ ମୋଟ ୭୦୮୦ ଜଣ ଅନ୍‌ଲାଇନ୍‌ ଏବଂ ୧୦୪ ମାଧ୍ୟମରେ ପଞ୍ଜୀକରଣ କରାଇଛନ୍ତି । ସେମାନଙ୍କ ମଧ୍ୟରୁ ୪୨୮୬ ବିଦେଶରୁ ଓ ୨୭୯୪ ଜଣ ଅନ୍ୟ ରାଜ୍ୟରୁ ଫେରିଛନ୍ତି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023