କରୋନାରେ ପ୍ରଭାବିତ ନିରାଶ୍ରୟ ଲୋକଙ୍କୁ ରାଜ୍ୟ ସରକାର ପଞ୍ଚାୟତ ସ୍ତରରେ ରନ୍ଧାଖାଦ୍ୟ ଯୋଗାଇବେ । ଏଥିପାଇଁ ପ୍ରତି ପଞ୍ଚାୟତରେ ୧୦୦ ରୁ ୨୦୦ ଲୋକଙ୍କ ପାଇଁ ଏସ୍ଏଚ୍ଜି ଗୁଡିକ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହାଦ୍ୱାରା ରାଜ୍ୟର ପ୍ରାୟ ୧୦ଲକ୍ଷ ଗରିବ ନିରାଶ୍ରୟମାନେ ଖାଦ୍ୟ ପାଇ ପାରିବେ । ରନ୍ଧା ହେଉଥିବା ସ୍ଥାନରେ ଖାଦ୍ୟ ଖାଇବା କିମ୍ବା ସେମାନେ ଚାହିଁଲେ ନିଜ ଘରକୁ ମଧ୍ୟ ଖାଦ୍ୟ ନେଇପାରିବେ ।
ସେହିଭଳି ସହରାଞ୍ଚଳର ଷ୍ଟ୍ରିଟ ଭେଣ୍ଡରମାନଙ୍କ ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ତଦନୁଯାୟୀ ୧୧୪ ପୌରାଞ୍ଚଳରେ ପଞ୍ଜିକୃତ ୬୫ହଜାର ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ମିଳିବ ୩୦୦୦ ଟଙ୍କା କରି ମଳିବ ।
ପୂର୍ବରୁ ମୁଖ୍ୟମନ୍ତ୍ରୀ କରୋନା ଯୋଗୁଁ ଗରିବ ଲୋକଙ୍କ ପାଇଁ ତିନି ମାସର ରାସନ ସହିତ ଆଗୁଆ ଭାବେ ୪ ମାସର ଭତ୍ତା ଦେବାକୁ ଘୋଷଣା କରିଛନ୍ତି । ଏଥି ସହିତ ୯୪ଲକ୍ଷ ହିତାଧିକାରୀଙ୍କୁ ମଧ୍ୟ ୧୦୦୦ ଟଙ୍କା କରି ପ୍ରଦାନ କରାଯିବ ।