ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

୨୨୦୦ କୋଟିର ପ୍ୟାକେଜ

କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏହାଦ୍ୱାରା ରାଜ୍ୟର ଗରିବ ଲୋକଙ୍କ ଜୀବନ ଜୀବିକା ସୁରକ୍ଷିତ ହୋଇପାରିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ଭାଇରସ ଆଜି ସାରା ବିଶ୍ୱ ପାଇଁ ଏକ ବଡ ସଙ୍କଟ ଭାବରେ ଦେଖା ଦେିଚି । ଏହି ସଙ୍କଟ ଦ୍ୱାରା ଆମର ଗରିବ ଲୋକଙ୍କ ଜୀବନ ଜୀବିକା ବିଶେଷ ଭାବରେ ପ୍ରଭାବିତ ହୋଇଛି । ସେମାନଙ୍କ କଲ୍ୟାଣ ପାଇଁ ସରକାର ୨୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରୁଛନ୍ତି ।

ଏହି ପ୍ୟାକେଜରେ ଖାଦ୍ୟ ସୁରକ୍ଷା ଯୋଜନାର ସବୁ ହିତାଧିକାରୀଙ୍କୁ ରାଜ୍ୟ ସରକାର ୩ମାସର ରାସନ ଆଗୁଆ ଦେଉଛନ୍ତି । ଏହି ଯୋଜନାର ସମସ୍ତ ୯୪ଲକ୍ଷ ପରିବାରକୁ ରାଜ୍ୟ ସରାକର ୧୦୦୦ ଟଙ୍କା ଲେଖାଁଏ ସହାୟତା ଯୋଗାଇଦେବେ ଏବଂ ଏଥିପାଇଁ ୯୪୦କୋଟି ଟଙ୍କା ଖର୍ଚ୍ଚ ହେବ ।

ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ୪୮ଲକ୍ଷ ହିତାଧିକାରୀଙ୍କୁ ୪ମାସର ଭତ୍ତା ଆଗୁଆ ଦିଆଯାଉଛି । ଏଥିପାଇଁ ରାଜ୍ୟ ସରକାର ୯୩୨ କୋଟି ଟଙ୍କା ଖର୍ଚ୍ଚ କରିବେ ।

ସେହିଭଳି ୨୨ଲକ୍ଷ ନିର୍ମାଣ ଶ୍ରମିକମାନଙ୍କୁ ୧୫୦୦ ଟଙ୍କା ଲେଖାଁଏ ସହାୟତା ଦିଆଯିବ । ଏଥିରେ ୩୩୦କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଘୋଷଣାସହିତ ଲୋକେ ସରକାରଙ୍କ ନିୟମ ମାନ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁଣିଥରେ ଅନୁରୋଧ କରିଛନ୍ତି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023