ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ରୋଗୀ ଜଣଙ୍କ ଭୁବନେଶ୍ୱରର ୪ନମ୍ବର ୟୁନିଟ୍ରେ ଥିବା କର କ୍ଲିନିକରେ ଚିକିତ୍ସିତ ହୋଇଥିବା ଜଣାପଡିଛି । ଉକ୍ତ ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୧୦ ତାରିଖ ସଂଧ୍ୟାରେ ଇଣ୍ଡିଗୋ ବିମାନରେ ଦିଲ୍ଲୀରୁ ଭୁବନେଶ୍ୱର ଆସିଥିଲେ । ପ୍ରଥମେ ୨୧ ତାରିଖ ଦିନ କର କ୍ଲିନିକ ଓପିଡିରେ ଦେଖାଇଥିଲେ ଓ ୨୪ ତାରିଖ ଦିନ କର କ୍ଲିନିକଟରେ ଭର୍ତ୍ତି ହେବା ସହିତ ଗୋଟିଏ ଦିନ ଆଇସିୟୁରେ ରହିଥିଲେ ।
ଏହା ଜଣାପଡିବାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ସମ୍ପୃକ୍ତ ରୋଗୀଙ୍କୁ ଚିକିତ୍ସା କରିଥିବା ଡାକ୍ତର, ନର୍ସ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କୁ ଆଇସୋଲେସନରେ ରଖିବାକୁ ପଦକ୍ଷେପ ଗ୍ରହଣ ଲାଗି କର କ୍ଲିନିକର ପରିଚାଳନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଥି ସହିତ କର କ୍ଲିନିକକୁ ନଯିବାପାଇଁ ସ୍ୱାସ୍ଥ୍ୟ ବିଭାଗ ସତର୍କ କରାଇ ଦେଇଛି । ଏପରିକି ବାହ୍ୟ କିମ୍ବା ଆନ୍ତଃ ଚିକିତ୍ସା ଲାଗି ଏଠାକୁ ନଯିବାପାଇଁ ଜନସାଧାରଣଙ୍କୁ କୁହାଯାଇଛି ।