ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଆଗୁଆ ମିଳିଲା ୧୦୦୦ ସୁରକ୍ଷା କିଟ୍‍

କରୋନା ମୁକାବିଲା ପାଇଁ ଆବଶ୍ୟକ ପଡୁଥିବା ଜରୁରୀ କାଳୀନ ମେଡିକାଲ ସାମଗ୍ରୀ ଯୋଗାଣ କରୁଥିବା କମ୍ପାନୀ ଗୁଡିକ ଲାଗି ସରକାର ଘୋଷଣା କରିଥିବା ପ୍ରୋତ୍ସାହନ ରାଶି ବ୍ୟବସ୍ଥା କାମ ଦେଇଛି । ଏଥିଯୋଗୁଁ ରାଜ୍ୟ ଔଷଧ ନିଗମକୁ ଆଗତୁରା ଭାବେ ୧୦୦୦ ଟି ବ୍ୟକ୍ତିଗତ ସୁରକ୍ଷା କିଟ୍‍ ମିଳିପାରିଛି । ନିଗମ କର୍ତ୍ତୃପକ୍ଷ ବି ଘୋଷଣା ମୁତାବକ ପ୍ରୋତ୍ସାହନ ରାଶି ବାବଦକୁ ୫ଲକ୍ଷ ୧୭ହଜାର ଟଙ୍କା ଦେଇଛନ୍ତି ।

ସୂଚନା ଅନୁଯାୟୀ ଏହି କିଟ୍‍ ଯୋଗାଣ ପାଇଁ ଅର୍ଡର ନେଇଥିବା ସଂସ୍ଥା ପ୍ରୋତ୍ସାହନରାଶି ବାବଦରେ ସୂଚନା ପାଇବାପରେ ଏହି ୭ଦିନ ମଧ୍ୟରେ ତାହାର ସାମଗ୍ରୀ ଯୋଗାଣ କରି ମୋଟ୍‍ ରାଶିର ୫୦ ପ୍ରତିଶତ ଅର୍ଥ ପ୍ରୋତ୍ସାହନ ରାଶି ବାବଦରେ ହାସଲ କରିଛି ।

ସରକାର ଏବେ କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଆବଶ୍ୟକ ପଡୁଥିବା ସାଜ ସରଞ୍ଜାମ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ତଦନୁଯାୟୀ ଏହାକୁ ଯୋଗାଣ କରୁଥିବା ସଂସ୍ଥା ଗୁଡିକ କିଭଳି ପ୍ରତିଯୋଗିତାମୂଳକ ଭିତ୍ତିରେ ସାମଗ୍ରୀ ଦେବେ ସେଥିପାଇଁ ସରକାର ନିଜଆଡୁ ପ୍ରୋତ୍ସାହନ ରାଶି ବ୍ୟବସ୍ଥା ଘୋଷଣା କରିଛନ୍ତି ।

ଏହି ଘୋଷଣା ଅନୁଯାୟୀ ସପ୍ତାହକ ମଧ୍ୟରେ ଯୋଗାଣ ପାଇଁ ୫୦ ପ୍ରତିଶତ, ୧୫ ଦିନ ମଧ୍ୟରେ ଯୋଗାଣ ପାଇଁ ୨୫ ପ୍ରତିଶତ ଓ ମାସକ ମଧ୍ୟରେ ଯୋଗାଣ ପାଇଁ ୧୦ ପ୍ରତିଶତ ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଅନୁରୂପ ଭାବରେ ଉପକରଣ ପରିବହନ ବାବଦରେ ସମସ୍ତ ଖର୍ଚ୍ଚ ସମେତ ସମସ୍ତ ପ୍ରାପ୍ୟ ୨୪ ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ ବୋଲି ସୁନିଶ୍ଚିତ ହୋଇଛି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023