ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ସୁରକ୍ଷା ଦେବ କେନ୍ଦ୍ରୀୟ ପ୍ୟାକେଜ

କରୋନା ମୁକାବିଲା ଲାଗି କେନ୍ଦ୍ର ସରକାର ଘୋଷଣା କରିଥିବା ୧ଲକ୍ଷ ୭୦ହଜାରକୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଲକ୍‍ ଡାଉନ୍‍ ସଙ୍କଟରେ ଦେଶର ଗରିବ ଜନତାଙ୍କୁ ଖାଦ୍ୟ ଓ ଆର୍ଥିକ ସୁରକ୍ଷା ଯୋଗାଇଦେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିବା ସଂଗେ ସଂଗେ ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣଙ୍କୁ ଧନ୍ୟବାଦ ଦେଇଛନ୍ତି

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏଭଳି ସଙ୍କଟ ସମୟରେ ଅଭୂତପୂର୍ବ ପଦକ୍ଷେପ ପାଇଁ ଆହ୍ୱାନ କରେ । ଏଭଳି ସମୟରେ ଏକ ଦାୟିତ୍ୱବାନ ସରକାର ହେଉଛି ମୋଦି ସରକାର । ଆଜି ଘୋଷଣା ହୋଇଥିବା ଅନେକ ପଦକ୍ଷେପ ଗ୍ରାମୀଣ ତଥା ସହାଞ୍ଚଳରେ ଗରିବ, କୃଷକ, ସ୍ୱାସ୍ଥ୍ୟକର୍ମୀ, ପ୍ରବାସୀ ଶ୍ରମିକ, ବରିଷ୍ଠ ନାଗରିକ ତଥା ସମାଜର ଅନ୍ୟାନ୍ୟ ଦୁର୍ବଳ ଶ୍ରେଣୀଙ୍କ ଉପରେ କରୋନା ମହାମାରୀର ଆର୍ଥିକ ସମସ୍ୟାକୁ ହ୍ରାସ କରିବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତିଯେ ଏହି ଯୋଜନାରେ ବାଙ୍କ୍‍ ଖାତାରେ ଅର୍ଥ ପ୍ରଦାନ, ବୀମା ସୁରକ୍ଷା, ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ ମାଗଣାରେ ୩ଟି ଏଲପିଜି ରନ୍ଧନ ଗ୍ୟାସ ଆଗାମୀ ୩ମାସ ପାଇଁ ଯୋଗାଇଦେବା ଓ ଅନ୍ୟ ନିଷ୍ପତ୍ତି ଲକ୍ଷାଧିକ ଗରିବ ଲୋକଙ୍କୁ ଲାଭ ପହଞ୍ଚାଇବ ।

ସେହିପରି କରୋନା ସଂକ୍ରମଣ ମୁକାବିଲାରେ ନିୟୋଜିତ ପ୍ରତ୍ୟେକ ଡାକ୍ତର, ପାରାମେଡିକ୍ସ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ୫୦ଲକ୍ଷ ଟଙ୍କାର ବୀମା ଘୋଷଣା କରାଯାଇଛି । ଦେଶର ୩କୋଟି ଗରିବ ବରିଷ୍ଠ ନାଗରିକ,ଗରିବ ବିଧବା, ଏବଂ ଗରିବ ଦିବ୍ୟାଙ୍ଗମାନଙ୍କପାଇଁ ଅର୍ଥମନ୍ତ୍ରୀ ୧୦୦୦କୋଟି ଟଙ୍କାର ଅନୁକମ୍ପାରାଶି ଘୋଷଣା କରିଛନ୍ତି । ୨୦କୋଟି ମହିଳା ଜନଧନ ଯୋଜନା ଆକାଉଣ୍ଟଧାରୀଙ୍କୁ ଆସନ୍ତା ୩ମାସପାଇଁ ମାସିକ ୫୦୦ ଟଙ୍କା ପାଇବା ନେଇ ନିଷ୍ପତ୍ତି ହୋଇଛି ।

ଏହାଛଡା ୬୩ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିକଙ୍କ ପାଇଁ ବିନା ବନ୍ଧକରେ ୨୦ଲକ୍ଷ ଟଙ୍କାର ଋଣ ଦିଆଯିବ ଏବଂ ଏହାଦ୍ୱାରା ୭କୋଟି ପରିବାର ଉପକୃତ ହେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ ଆମେ ଏକାଠି ଅଛୁ, ଆମେ ଏହି ଅଦୃଶ୍ୟ ଶତ୍ରୁ ସହିତ ଲଢିବା ଏବଂ ବିଜୟୀ ହେବା । ସରକାରଙ୍କ ପକ୍ଷରୁ ଦେଶର ଅର୍ଥନୀତି ଓ ସମାଜ ଉପରେ ସକରାତ୍ମକ ପ୍ରଭାବକୁ କମ୍‍ କରିବାକୁ ସସସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023