ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ନବୋଦୟ ବିଦ୍ୟାଳୟରେ କରୋନା ଶିବିର

କରୋନା ମୁକାବିଲା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଚିକିତ୍ସା ଶିବିର ଆବଶ୍ୟକ ପଡୁଥିବାବେଳେ ଜବାହାର ନବୋଦୟ ବିଦ୍ୟାଳୟ ଗୁଡିକୁ ଏଥିପାଇଁ ବ୍ୟବହାର କରାଯାଇ ପାରିବ । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଅଧିନରେ ଥିବା ଏହି ବିଦ୍ୟାଳୟ ଗୁଡିକରେ ଜିଲ୍ଲା ପ୍ରଶାସନ ଅସ୍ଥାୟୀ ଚିକିତ୍ସା ଶିବିର ଖୋଲିପାରିବେ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ସଚିବ ଅମିତ ଖାରେ ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି ।

ସମଗ୍ର ଦେଶରେ ୬୪୫ ଜିଲ୍ଲାରେ ନବୋଦୟ ବିଦ୍ୟାଳୟ ଥିବାବେଳେ ଏଥିରୁ ୭୫ଟି ଅସ୍ଥାୟୀ ଘରେ କାର୍ଯ୍ୟକରୁଛି । ତେଣୁ ଏଠାରେ ଛାତ୍ରାବାସର ସେଭଳି ସୁବିଧା ନାହିଁ । ଆଉ କେତେକ ବିଦ୍ୟାଳୟ ଛାତ୍ରାବାସରେ ଏବେ ବି ଛାତ୍ରଛାତ୍ରୀମାନେ ଅଟକି ରହିଛି । ସେହିଭଳି ଓଡିଶାରେ ମଧ୍ୟ ପ୍ରତି ଜିଲ୍ଲାରେ ଗୋଟିଏ କରି ଜବାହାର ନବୋଦୟ ବିଦ୍ୟାଳୟ ରହିଛି । କରୋନା ଯୋଗୁଁ ବସ୍‍ ଚଳାଚଳ ଉପରେ କଟକଣା ଜାରି ଯୋଗୁଁ କେତେକ ଛାତ୍ରଛାତ୍ରୀ ନିଜ ନିଜ ଘରକୁ ଯାଇପାରି ନାହାନ୍ତି । ତେଣୁ ସେହିସବୁ ବିଦ୍ୟାଳୟରେ ଅସ୍ଥାୟୀ କରୋନା ଚିକିତ୍ସା ଶିବିର ଖୋଲିବା ସମ୍ଭବପର ହେବନାହିଁ ।

ବର୍ତ୍ତମାନ ସୁଦ୍ଧା ୫୭୦ଟି ନବୋଦୟ ବିଦ୍ୟାଳୟରେ ନିଜସ୍ୱ ସ୍ଥାୟୀ କୋଠା ରହିଛି । ଏଥି ମଧ୍ୟରୁ ଯେଉଁଥିରେ ଛାତ୍ରଛାତ୍ରୀମାନେ ନଥିବେ ତାହାକୁ ଅସ୍ଥାୟୀ ଚିକିତ୍ସା ଶିବିର ଓ କ୍ୱାରେଣ୍ଟାଇନ୍‍ ଶିବିର ଭାବେ ବ୍ୟବହାର କରାଯାଇ ପାରିବ । ନବୋଦୟ ବିଦ୍ୟାଳୟ କମିଟିର ଅଧ୍ୟକ୍ଷ ସ୍ଥାନୀୟ ଜିଲ୍ଲାପାଳମାନେ ଥିବାରୁ ସେମାନେ ସ୍ଥିତି ଓ ପରିସ୍ଥିତିକୁ ଦେଖି ଚିକିତ୍ସା ଶିବିରପାଇଁ ପଦକ୍ଷେପ ଗ୍ରହଣ କରିବେ । ନବୋଦୟ ବିଦ୍ୟାଳୟ ସମିତିର କମିଶନର ମଧ୍ୟ ଏହି ମର୍ମରେ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କ ନିକଟକୁ ପତ୍ରଲେଖି ଜିଲ୍ଲା ପ୍ରଶାସନକୁ ଏଥିପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023