ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ରାଜ୍ୟ ବାହାରୁ ଆସିଛନ୍ତି ୭୮,୨୩୩ ଜଣ

ରାଜ୍ୟ ବାହାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ସମୁଦାୟ ୭୮,୨୩୩ ଜଣ ବ୍ୟକ୍ତି ଆସିଛନ୍ତି । ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ୧୧,୦୮୪ ଜଣ ବ୍ୟକ୍ତି ଆସିଥିବାବେଳେ ବାଲେଶ୍ୱରକୁ ୬୪୪୨ ଜଣ ବ୍ୟକ୍ତି ଆସିଛନ୍ତି । କଳାହାଣ୍ଡି ଓ ଫୁଲବାଣୀ ଜିଲ୍ଲାକୁ ଯଥାକ୍ରମେ ୪୪୪୮ ଓ ୪୩୦୬ ଜଣ ବ୍ୟକ୍ତି ଆସିଛନ୍ତି ।

ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ସ୍ୱତଃପ୍ରବୃତ୍ତ ଭାବରେ ୧୪ ଦିନ ନିମନ୍ତେ ସଙ୍ଗରୋଧରେ ରହିବାକୁ ବୁଝାଇବା ପାଇଁ ଗ୍ରାମପଞ୍ଚାୟତ ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏ ବାବଦରେ ସମସ୍ତ ପଞ୍ଚାୟତ ସମିତି ଓ ଜିଲ୍ଲା କର୍ତ୍ତୃପକ୍ଷମାନଙ୍କୁ ମଧ୍ୟ ଅନୁରୂପ ନିର୍ଦ୍ଦେଶ ଦିଆଯାଇଥିବା ସୁବ୍ରତ ବାଗ୍‌ଚୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସୁରୁଖୁରୁରେ ବିନା ପ୍ରତିବନ୍ଧକରେ ଅବ୍ୟାହତ ରହିବ । ଏଥି ପ୍ରତି ଜନସାଧାରଣ ବିଚଳିତ ବା ଆତଙ୍କିତ ନହେବାକୁ ରାଜ୍ୟ ସରକାର ସମସ୍ତଙ୍କୁ ଅନୁରୋଧ କରିଛନ୍ତି । କୋଭିଡ୍‌-୧୯ ସଂକ୍ରମଣକୁ ପ୍ରତିରୋଧ କରିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର କରିଥିବା ଉଦ୍ୟମକୁ ସମର୍ଥନ କରି ଏକ ଦାୟିତ୍ୱସଂପନ୍ନ ସରକାରୀ ଉଦ୍ୟୋଗ ଭାବେ ଓଡ଼ିଶା ଖଣି ନିଗମ ୫୦୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି ।

ରାଜ୍ୟରେ କୋଭିଡ୍‌-୧୯କୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ସ୍ୱରୂପ ରାଜ୍ୟ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୩୦ ଜିଲ୍ଲା ପାଇଁ ୪୪.୫୦ କୋଟି ଟଙ୍କା ପ୍ରତ୍ୟେକ ଜିଲ୍ଲା ରେଡ୍‌କ୍ରସ୍‌ ପାଣ୍ଠିକୁ ପ୍ରଦାନ କରାଯାଇଛି । ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାକୁ ୩ କୋଟି ଟଙ୍କା ଲେଖାଏଁ, ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, କଟକ, କଳାହାଣ୍ଡି, କେନ୍ଦ୍ରାପଡ଼ା, କେଉଁଝର, ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ ସମ୍ବଲପୁର ଜିଲ୍ଲାକୁ ୨ କୋଟି ଟଙ୍କା ଲେଖାଏଁ, ଅନୁଗୋଳ, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କୋରାପୁଟ, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରତ୍ୟେକ ୧ କୋଟି ଟଙ୍କା ଏବଂ ଦେବଗଡ଼ ଜିଲ୍ଲାକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ଓଡ଼ିଶା ରାଜ୍ୟ ଔଷଧ ନିଗମ ଶୀଘ୍ର ଔଷଧ ଓ ମେଡ଼ିକାଲ୍‌ ଉପକରଣ ଯୋଗାଉଥିବା ସଂସ୍ଥାଗୁଡିକ ପାଇଁ ଆଗୁଆ ପ୍ରୋତ୍ସାହନ ଘୋଷଣା କରିଛନ୍ତି । ସପ୍ତାହକ ମଧ୍ୟରେ ଯୋଗାଣ ପାଇଁ ୫୦ ପ୍ରତିଶତ, ୧୫ ଦିନ ମଧ୍ୟରେ ଯୋଗାଣ ପାଇଁ ୨୫ ପ୍ରତିଶତ ଓ ମାସକ ମଧ୍ୟରେ ଯୋଗାଣ ପାଇଁ ୧୦ ପ୍ରତିଶତ ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଅନୁରୂପ ଭାବରେ ଉପକରଣ ପରିବହନ ବାବଦରେ ସମସ୍ତ ଖର୍ଚ୍ଚ ସମେତ ସମସ୍ତ ପ୍ରାପ୍ୟ ୨୪ ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ ବୋଲି ସୁନିଶ୍ଚିତ ହୋଇଛି ।

ଲକ୍‌ ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ କରୁଥିବା ମାଲବାହୀ ଯାନବାହନଗୁଡ଼ିକର ଚଳାଚଳ ଅବ୍ୟାହତ ରହିବ । ଓଡ଼ିଶାର ଶିଳ୍ପୋଦ୍ୟୋଗଗୁଡ଼ିକୁ ଆବଶ୍ୟକ ମେଡିକାଲ୍‌ ଉପକରଣ ଯଥା-ପୋର୍ଟେବୁଲ୍‌ ଭେଣ୍ଟିଲେଟର, ମାସ୍କ ଏବଂ ସାନିଟାଇଜର ଇତ୍ୟାଦି ପ୍ରଦାନ କରିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ୍‌ ଫାର୍ମର୍ସ ଫଟିଲାଇଜର କୋପରେଟିଭ୍‌ (ଇଫ୍‌କୋ) ଏ ଦିଗରେ ପ୍ରଥମେ ପଦକ୍ଷେପ ନେଇ ଆବଶ୍ୟକୀୟ ମେଡିକାଲ୍‌ ଉପକରଣ ଯୋଗାଇଛନ୍ତି । ପ୍ରାଣୀସଂପଦ ବିଭାଗୀୟ ସେବାକୁ ଅତ୍ୟାବଶ୍ୟକ ସେବା ଭାବେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଆଜିଠାରୁ ଏହି ସେବା ଲକ୍‌ ଡାଉନ୍‌ ସମୟରେ କଟକଣାମୁକ୍ତ ରହିବ ।

ଆଜି ସୁଦ୍ଧା ଓଡ଼ିଶାରେ ୧୩୩ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ୧୨୯ଟି ନମୁନାର ରିପୋର୍ଟ ହସ୍ତଗତ ହୋଇଛି । ୪ଟି ନମୁନାର ରିପୋର୍ଟ ହସ୍ତଗତ ହୋଇନାହିଁ । ଏ ପର୍ଯ୍ୟନ୍ତ ୨ଟି ପଜିଟିଭ୍‌ ରହିଥିବାବେଳେ ଆଉ କୌଣସି ନୂଆ ପଜିଟିଭ୍‌ ଚିହ୍ନଟ ହୋଇନାହିଁ । ଓଡ଼ିଶାରେ ସଂକ୍ରମଣ ଚିହ୍ନଟ ହୋଇଥିବା ୨ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିିର ଅଛି । ଉଭୟ ହସ୍‌ପିଟାଲ୍‌ରେ ଦିଆ ଯାଉଥିବା ଖାଦ୍ୟ ଖାଉଛନ୍ତି ।

ରୋଗୀଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୫ ଜଣ ଆସିଥିବା ତଥ୍ୟ ମିଳିଛି । ସେମାନଙ୍କ ମଧ୍ୟରୁ ୫୫ ଜଣଙ୍କ ସହ ଯୋଗାଯୋଗ ହୋଇଛି । ଭୁବନେଶ୍ୱରରେ ୧୦ଟି ମନଟରିଂ ଟିମ୍‌ ସମେତ ସାରା ରାଜ୍ୟରେ ୧୦୦ଟି ମନିଟରିଂ ଟିମ୍‌ ଏଥିପାଇଁ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୪୦୧୫ ଜଣ ୧୦୪ ହେଲ୍‌ପ ଲାଇନ୍‌ ଏବଂ ପୋର୍ଟାଲ୍‌ ଜରିଆରେ ପଞ୍ଜୀକରଣ କରିଛନ୍ତି । କୋଭିଡ୍‌-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୩୬ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ୍‌ରେ ରଖାଯାଇଛି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023