ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଆଗୁଆ ବେତନ ପାଇବେ ସ୍ୱାସ୍ଥ୍ୟ କର୍ମଚାରୀ

ରାଜ୍ୟର ସମସ୍ତ ଡାକ୍ତର, ନର୍ସ ଓ ପାରାମେଡିକ୍ସମାନଙ୍କୁ ସରକାର ଆଗୁଆ ଭାବେ ୪ମାସର ବେତନ ପ୍ରଦାନ କରିବେ । ଏହି କର୍ମଚାରୀମାନଙ୍କୁ ଆସନ୍ତା ମାସରେ ଏପ୍ରିଲରୁ ଜୁଲାଇମାସ ପର୍ଯ୍ୟନ୍ତ ବେତନ ଦିଆଯିବ । ଆଗୁଆ ବେତନ ଘୋଷଣା ସହିତ କରୋନା ମୁକାବିଲା କ୍ଷେତ୍ରରେ ଏହି କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ମୁକାବିଲା କ୍ଷେତ୍ରରେ ସ୍ୱସ୍ଥ୍ୟସେବାରେ ନିୟୋଜିତ ଥିବା ଏହି କର୍ମଚାରୀମାନଙ୍କୁ ତ୍ୟାଗ, ନିଷ୍ଠା ଓ ସେବାର ତୁଳନା ନାହିଁ । ଅତି କଠିନ ପରିସ୍ଥିତିରେ ଏମାନେ ସେବା ଯୋଗାଉଛନ୍ତି ।

କର୍ମଚାରୀ ଓ ସେମାନଙ୍କ ପରିବାରର ସୁବିଧା ପାଇଁ ଡାକ୍ତର, ପାରାମେଡିକ୍ସ ଓ ସ୍ୱାସ୍ଥ୍ୟସେବାରେ ଲାଗିଥିବା ସବୁ ବର୍ଗର କର୍ମଚାରୀଙ୍କୁ ଏପ୍ରିଲ, ମଇ, ଜୁନ୍‍ ଓ ଜୁଲାଇମାସର ଦରମା ଏପ୍ରିଲ ମାସରେ ହିଁ ମିଳିବ । ଏଥି ସହିତ ଲୋକେ ଯେଭଳି ଡାକ୍ତର, ପାରାମେଡିକ୍ସ ଓ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହ ବ୍ୟବହାର କରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଲୋକେ ସେମାନଙ୍କ କାମରେ ବାଧା ସୃଷ୍ଟି କରନ୍ତୁ ନାହିଁ । ସେମାନେ ସବୁ ସୁଖ ତ୍ୟାଗ କରି ଦିନରାତି କଠିନ ପରିଶ୍ରମ କରୁଛନ୍ତି । ସେମାନଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଯେଉଁମାନେ ଡାକ୍ତର କିମ୍ବା ଅନ୍ୟ ର୍ମଚାରୀମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ପୁଲିସ୍‍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଡାକ୍ତର ଓ ସ୍ୱାସ୍ଥ୍ୟସେବାରେ ଜଡିତ କର୍ମଚାରୀଙ୍କ ସହିତ ଦେଶବାସୀ ଓ ସମସ୍ତ ଲୋକ ଥିବାରୁ ସେମାନେ ସେବା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023