ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

କଠୋର ହେଉଛି ପୁଲିସ୍‍

କରୋନା ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ଓ ମୁଖ୍ୟମନ୍ତ୍ରୀଙ୍କ ଶପଥପାଠକୁ ଖୋଦ ରାଜଧାନୀରେ ଅନେକ ମାନୁ ନାହାନ୍ତି । କିଏ ଦୁଇ ଚକିଆ ଧରି ରାସ୍ତାରେ ବୁଲୁଛି ତ ଆଉ କିଏ ଚାରିଚକିଆ । ପୁଲିସ୍‍କୁ ଦେଖିରେ ଗଳି କନ୍ଦିରେ ଖସିଯାଉଛନ୍ତି । ଲୋକଙ୍କର ଏଭଳି ବେଖାତିର ଓ ବେଆଇନ୍‍ କାର୍ଯ୍ୟକଳାପ ଦେଖି କମିଶନରେଟ ପୁଲିସ୍‍ ଧିରେ ଧିରେ କଠୋର ହେଉଛି ।

ଲୋକେ ଯେଭଳି ରାସ୍ତାରେ ବୁଲାବୁଲି ନକରିବେ ସେଥିପାଇଁ ରାଜଧାନୀର ଅନେକ ମୁଖ୍ୟ ରାସ୍ତାରେ ପୁଲିସ୍‍ ଗାତଖୋଳି ବହ୍ଲା ବାଉଁଶ ପୋତି ଅବରୋଧ କରିଛି । ଆଉ କେତେକ ସ୍ଥାନରେ ଦଉଡି ବାନ୍ଧି ବାଟ ଓଗାଳିଛି । ତେବେ ଯେଉଁଠି କେତେକ ସ୍ଥାନରେ ଚଳାଚଳ ପାଇଁ ରାସ୍ତା ଖୋଲା ରହିଛି ସେଠାରେ ଲୋକେ ଦଳ ଦଳ ହୋଇ ବାଟ କାଟି ଯିବାକୁ ଉଦ୍ୟମ କରୁଛନ୍ତି ।

ଅଧିକାଂଶ ଛକ ସ୍ଥାନରେ ପୁଲିସ୍‍ ଜଗିଥିଲେ ବି ଲୋକେ ନାକେଦମ କରୁଛନ୍ତି । କିଏ ଡାକ୍ତରଖାନା ଯାଉଛି କହି ପଳାଉଛି ତ ଆଉ କିଏ ସଉଦା ଆଣିବ ବୋଲି ସଫେଇ ଦେଉଛି । ବୁଧବାର ଥିବାରୁ ମାଛ ମାଂସ ପାଇଁ ତ ଆଜି ବିଭିନ୍ନ ସ୍ଥାନରେ ଏକ ପ୍ରକାର ମେଳା ଲାଗିଥିଲା । ଯେହେତୁ ମାଛ,ମାଂସ, ଅଣ୍ଡା, କ୍ଷୀର ଆଦି ବିକ୍ରି ହେବବୋଲି ସରକାର ଘୋଷଣା କରିଛନ୍ତି ତେଣୁ ସେହି ସବୁ ସ୍ଥାନରେ ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରି ନଥିଲା ।

ଅନ୍ୟ ପକ୍ଷରେ ସହର ସାରା ଚକ୍କର କାଟୁଥିବା କିଛି ଯୁବକଙ୍କୁ ବିଭିନ୍ନ ସ୍ଥାନରେ ପୁଲିସ୍‍ ଧରିଥିଲା । କେଉଁଠି ଆଣ୍ଠେଇଥିଲା ତ ଆଉ କେଉଁଠି ବସ୍‍ ଉଠ୍‍ କରିଥିଲା । ଅନେକ ପୁଲିସ୍‍ ଠାରୁ ପାହାରେ ଦି ପାହାର ଖାଇ ଜୀବନ ନେଇ ପଳାଇଥିଲେ । ଆଗକୁ ଏହି କାର୍ଯ୍ୟାନୁଷ୍ଠାନ ଆହୁରି କଠୋର ହେବବୋଲି ପୁଲିସ୍‍ ସୂଚନା ଦେଇଛି । ତେବେ କେବଳ ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିମାନେ ନିଜ ନିଜର ପରିଚୟପତ୍ର ଦେଖାଇ ଯାଇପାରିବେ ବୋଲି ପୁଲିସ୍‍ କହିଛି । ସେହିଭଳି ରୋଗୀମାନେ ମଧ୍ୟ ଡାକ୍ତରକାନାର କାଗଜପତ୍ର ଦେଖାଇ ପାରିବେ । ତେବେ ଏହାକୁ ଆଳ କରି ଅନେକ ଏବେ ସହର ସାହାର ବୁଲି ଲକ୍‍ ଡାଉନ୍‍ର ଦୃଶ୍ୟ ଉପଭୋଗ କରୁଥିବା ଲକ୍ଷ୍ୟ କରାଯାଉଛି ।

କରୋନା ରୋକିବାକୁ ହେଲେ ଗହଳିକୁ ନଯିବା ଏବେ ସାମାଜିକ ଦୂରତ୍ୱ ରକ୍ଷା କରିବାପାଇଁ ସବୁ ସ୍ତରରେ ପରାମର୍ଶ ଦିଆଯାଉଥିବାବେଳେ ରାଜଧାନୀର ହାଟ ବଜାର ଠାରୁ ଆରମ୍ଭକରି ମାଛ ମାଂସ ଦୋକାନରେ ଯେଭଳି ଲୋକେ ଭିଡ କରୁଛନ୍ତି ଆଗାମୀ ଦିନରେ ତାହା ଅଣାୟତ ପରସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି । ଲକ୍‍ ଡାଉନ୍‍ ସମୟରେ ଲୋକେ ଯେଭଳି ପରିବା ବାହାନରେ ବୁଲାବୁଲି କରୁଛନ୍ତି ତାହା ଏବେ ସବୁଠାରୁ ବେଶି ଅସୁବିଧାରେ ପୁଲିସ୍‍ ମାନଙ୍କୁ ପକାଉଛି । ସହର ସାରା କେତେ ଲୋକଙ୍କୁ ବୁଲି ବୁଲି ଧରିବେ ତାହା ଜାଣିପାରୁ ନାହାନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023