ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଶ୍ରମିକଙ୍କ ପାଇଁ ପ୍ୟାକେଜ ଦାବି

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଓଡିଶାର ୧୪ ଜିଲ୍ଲାରେ ଲକଡ଼ାଉନ ଲାଗୁ କରିଥିବାବେଳେ ଏଥିଯୋଗୁ ଖଟିଖିଆ ପ୍ରବାସୀ ଶ୍ରମିକ, ଠିକା ଶ୍ରମିକ, ଅସ୍ଥାୟୀ ଶ୍ରମିକ, ନିର୍ମାଣ ଶ୍ରମିକ ସମେତ ଲକ୍ଷ ଲକ୍ଷ ଦିନ ମଜୁରିଆ ରୋଜଗାର ହରାଇଛନ୍ତି । ତୁରନ୍ତ ଏମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ପାଇଁ ଦାବି କରିଛି ଏଆଇଟିୟୁସି ।

ସରକାର ଲକଡ଼ାଉନ କରି ସରକାରୀ ଏବଂ ବେସରକାରୀ କ୍ଷେତ୍ରମାନଙ୍କରେ ବିଭିନ୍ନ ସଂସ୍ଥାକୁ ବନ୍ଦ ଘୋଷଣା କରିଥିବାବେଳେ ଦିନ ମଜୁରିଆ ବିଶେଷକରି ଅସ୍ଥାୟୀ / ଠିକା / ରାସ୍ତାକଡ଼ ବୁଲା ବିକାଳୀ, କ୍ଷେତ ମୂଲିଆ, ନିର୍ମାଣ ଶ୍ରମିକ ଏବଂ ପ୍ରବାସୀ ଶ୍ରମିକମାନଙ୍କ ବଞ୍ôଚବା ସୁନିଶ୍ଚିତ କରିବା ପାଇଁ ଆର୍ଥିକ ସହାୟତା ସହିତ ସେମାନଙ୍କର ନିଯୁକ୍ତିର ସୁରକ୍ଷା ସୁନିଶ୍ଚିତ କରିବା ଆବଶ୍ୟକ ଥିଲା ।

ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଦିନ ମଜୁରିଆ ଓ ପ୍ରବାସୀ ଦାଦାନ ଶ୍ରମିକମାନଙ୍କ ଲଗି ଲକଡ଼ାଉନ ସମୟ ପାଇଁ ସଂପୁର୍ଣ୍ଣ ମଜୁରି ଦେବା ନିଶ୍ଚିତ କରାଯାଉ । ଏହି ସମୟରେ ସମସ୍ତ ବାଧିତ ଶ୍ରମଜୀବୀଙ୍କ ପରିବାରବର୍ଗ ପାଇଁ ରାସନ/ଖାଦ୍ୟ ପୁଡିଆ ଓ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରାଯାଉ ।

ନିଜର ଜୀବନକୁ ବିପନ୍ନ କରି ସ୍ୱାସ୍ଥ୍ୟ ସେବା, ବିତ୍ତିୟ ସେବା, ବିଦ୍ୟୁତ୍ ସେବା, ଜରୁରୀ ପରିବହନ, ଜଳ ଯୋଗାଣ ଏବଂ ପରିମଳ ସେବା ପ୍ରଭୃତି କ୍ଷେତ୍ରରେ ନିୟୋଜିତ ଲୋକଙ୍କ ସୁରକ୍ଷା ଓ ନିରାପତ୍ତା କ୍ଷେତ୍ରରେ ମାର୍ଗଦର୍ଶିକା ଏବଂ ନିର୍ଦ୍ଦିଷ୍ଟ ସହାୟତା ସରକାର ତୁରନ୍ତ ଘୋଷଣା କରନ୍ତୁ ।

ଓଡିଶାର ସରକାର ଲକଡାଉନ ଯୋଗୁ ବାଧ୍ୟହୋଇ ଘରେ ବସିଥିବା ଶ୍ରମଜୀବୀ ଦିନମଜୁରିଆ ମାନଙ୍କୁ ତୁରନ୍ତ ସହାୟତା ଦେବା ଘୋଷଣା କରିବା ଦାବି ସାଙ୍ଗକୁ ରାଜ୍ୟବ୍ୟାପି ଏହି ସମୟରେ ଅଙ୍ଗନୱାଡ଼ି କର୍ମୀମାନେ ଘରଘର ବୁଲି ଲୋକଙ୍କୁ ରାସନ ବଣ୍ଟନ କରିବା ପାଇଁ ସରକାର ଘୋଷଣା କରିବା ପରିପ୍ରେକ୍ଷୀରେ ସେମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବାକୁ ଏଆଇଟିୟୁସି ଦାବି ଜଣାଇଛି ।

ଆଜିର କଠିନ ସମୟରେ ସ୍ୱାସ୍ଥ୍ୟସେବା ସମେତ ସମସ୍ତ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ହୋଇଥିବା ସମସ୍ତ ବ୍ୟକ୍ତି ସେମାନଙ୍କର ସର୍ବୋତ୍ତମ ସେବା ଯୋଗାଉଥିବା ଶ୍ରମିକ ଓ କର୍ମଚାରୀ ମାନଙ୍କ ସହିତ ଏଆଇଟିୟୁସି ଏକାଠି ଦଣ୍ଡାୟମାନ ହେବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଏଆଇଟିୟୁସି ରାଜ୍ୟ ସାଧାରଣ ସଂପାଦକ ସୌରୀବଂଧୁ କର ଦାବି କରିଛନ୍ତି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023