ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

୨୪ମଧ୍ୟରାତ୍ରରୁ ଉଡିବନି ବିମାନ

କରୋନା ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର ଆଉ ପାଦେ ଆଗକୁ ବଢିଛନ୍ତି । ସମଗ୍ର ଦେଶରେ ରେଳ ଚଳାଚଳ ବନ୍ଦ କରିବାପାରେ ମାର୍ଚ୍ଚ ୨୪ ମଧ୍ୟ ରାତ୍ରରୁ ଘରୋଇ ବିମାନ ସେବା ବନ୍ଦ ନେଇ ଆଜି ଘୋଷଣା କରିଛନ୍ତି । ପୂର୍ବରୁ ମାର୍ଚ୍ଚ ୨୨ ତାରିଖରୁ ଭାରତରେ ଆର୍ନ୍ତଜାତିକ ବିମାନ ଉଡାଣ ଉପରେ କଟକଣା ଜାରି ହୋଇଛି ।

ଘରୋଇ ବିମାନ ଉପରେ ଏଭଳି କଟକଣା ଯୋଗୁଁ ୨୪ ତାରିଖ ରାତି ୧୨ଟାରୁ ୩୧ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଦେଶ ଭିତରେ କୌଣସି ଘରୋଇ ବିମାନ ଯାତ୍ରୀ ପରିବହନ କରିପାରିବ ନାହିଁ । ତେବେ ମାଲବାହୀ ବିମାନକୁ ଏହି କଟକଣାରୁ କେନ୍ଦ୍ର ସରକାର ମୁକ୍ତ କରିଛନ୍ତି ।

ସାମାଜିକ ଦୂରତ୍ୱ ହିଁ କରୋନା ମୁକାବିଲାର ଏକମାତ୍ର ମାଧ୍ୟମ ହୋଇଥିବାରୁ କେନ୍ଦ୍ର ସରକାର ସରକାର ଏହା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ମାର୍ଚ୍ଚ ୨୨ ତାରିଖ ଦିନ ସମଗ୍ର ଦେଶରେ ଜନତା କର୍ଫ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେବାପରେ ଲୋକେ ଏହାକୁ କଡାକଡି ଭାବେ ପାଳନ କରିଥିଲେ । ଏହାପରେ ରେଳ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଦେଶରେ କୌଣସି ଯାତ୍ରୀବାହୀ ରେଳଗାଡି ଗଡିବ ନାହିଁ ।

ରେଳଗାଡି ଚଳାଚଳ ବନ୍ଦ ପରେ ଅନେକ ଯାତ୍ରୀ ବିମାନବନ୍ଦର ମୁହାଁ ହୋଇଥିଲେ । ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ସେମାନେ ବିମାନ ଧରି ଯିବାପାଇଁ ଆଗେଇବାରୁ ସାମାଜିକ ସଂଗରୋଧ ପାଇଁ କେନ୍ଦ୍ର ସରକାର ଘରୋଇ ବିମାନ ଚଳାଚଳ ଉପରେ ଏଭଳି କଟକଣା ଜାରି କରିଛନ୍ତି ।

ଇତି ମଧ୍ୟରେ ପଞ୍ଜାବ ସରକାର ସମଗ୍ର ରାଜ୍ୟରେ କର୍ଫ୍ୟୁ ଜାରି କରିଥିବାବେଳେ ଓଡିଶା ସରକାର ମଧ୍ୟ ରାଜ୍ୟ ଭିତରେ ଘରୋଇ ବସ୍‍ ସମେତ ସମସ୍ତ ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ କଟକଣା ଜାରିଛନ୍ତି । ଏଥି ସହିତ ଜାରି ଲକ୍‍ ଡାଉନ୍‍କୁ ୧୪ଟି ଜିଲ୍ଲାକୁ ବୃଦ୍ଧି କରିଛନ୍ତି । କରୋନା ମୁକାବିଲା ପାଇଁ ଆଗାମୀ ଦିନରେ ଏହି କଟକଣା ଆହୁରି ବଢିବାର ସମ୍ଭାବନା ରହିଛି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023