ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

୩ମାସର ଦରମା ଦିଅ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଭଳି ବିଜୁ ଜନତା ଦଳର ସାଂସଦ ଓ ବିଧାୟକମାନେ ନିଜ ନିଜର ୩ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରି ଉଦାହରଣ ସୃଷ୍ଟି କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା ।

ଶ୍ରୀ ଦାସ ବର୍ମା କହିଛନ୍ତି ଯେ କରୋନା ମୁକାବିଲା ପାଇଁ ସାରା ବିଶ୍ୱ ଏବେ ଆଗେଇ ଆସିଛି । ଏଭଳି ଘଡିସନ୍ଧି ମୂହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଶ୍ରୀ ପଟ୍ଟନାୟକ ତାଙ୍କର ତିନି ମାସର ଦରମା ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

ଏଥିପାଇଁ ଓଡିଶାର ଜନସାଧାରଣ, ବୁଦ୍ଧିଜୀବୀ, ଶୁଭେଚ୍ଛୁ, ବିଜୁ ଜନତାଦଳର ନେତା ଓ କର୍ମୀଙ୍କ ତରଫରୁ ରାଜ୍ୟ ଯୋଜନା ବୋର୍ଡର ଶ୍ରୀ ଦାସବର୍ମା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏଥି ସହିତ ବିଜୁ ଜନତାଦଳର ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ସମେତ ବିଧାୟକମାନେ ସେମାନଙ୍କର ୩ମାସର ଦରମା ଆସନ୍ତା ୨୯ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ଅନୁରୋଧ କରିଛନ୍ତି ।

ଏଭଳି ବିପତ୍ତି ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାକୁ ଆଗକୁ ନେଇ ଓଡିଶାବାସୀଙ୍କ ନିକଟରେ ଦୃଢତାର ସହ ଛିଡା ହେବାକୁ ଶ୍ରୀ ଦାସବର୍ମା ଆହ୍ୱାନ ଦେଇଛନ୍ତି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023