ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

କରୋନା ମୁକାବିଲା ପାଇଁ ୨୧କୋଟି

ପୌରାଞ୍ଚଳରେ କରୋନା ମୁକାବଲା ଲାଗି ରାଜ୍ୟ ସରକାର ୨୧କୋଟି ୧୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ନେଇ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ସୁଡା)କୁ ଅବଗତ କରାଯାଇଛି । ମୋଟ ୧୧୪ଟି ପୌରସଂସ୍ଥାକୁ ଏହି ଅର୍ଥ ପ୍ରଦାନ କରାଯିବ ।

ଉନ୍ନତି ଯୋଜନାର ମାର୍ଗଦର୍ଶିକାରେ କୋହଳ ସହିତ ସମ୍ଭାବ୍ୟ ସ୍ଥିତିକୁ ଦେଖି ଉକ୍ତ ପାଣ୍ଠି ଅର୍ଥକୁ କରୋନା ମୁକାବିଲା ଦିଗରେ ଖର୍ଚ୍ଚ କରାଯିବାକୁ ସ୍ଥିର ହୋଇଛି ।

ବରାଦ ହୋଇଥିବା ଅର୍ଥ ମଧ୍ୟରୁ ବିଏମ୍‍ସିକୁ ସର୍ବାଧିକ ଏକ କୋଟି ଟଙ୍କା ମିଳିବାକୁ ଥିବାବେଳେ କଟକ ସମେତ ଅନ୍ୟ ତିନି ମହାନଗର ନିଗମକୁ ମିଳିବ ୫୦ଲକ୍ଷ ଟଙ୍କା କରି ପ୍ରଦାନ କରାଯିବ । ଏନ୍‍ଏଏସି ଓ ମୁନିସିପାଲିଟି ଗୁଡିକୁ ୧୦ରୁ ୨୫ ଲକ୍ଷ ଟଙ୍କା ମିଳିବ ।

ଏହି ଅନୁଦାନ ଅର୍ଥ କରୋନା ମୁକାବିଲା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ମାର୍ଗନିର୍ଦ୍ଦେଶିକା ଅନୁଯାୟୀ ଖର୍ଚ୍ଚ କରାଯିବ । ଗୃହ ଓ ନଗର ଉନ୍ନୟନ ବିଭାଗର ଅନୁମତି ବିନା କୌଣସି ସ୍ଥିତିରେ ବି ଏହି ଅର୍ଥକୁ ଅନ୍ୟ କାର୍ଯ୍ୟ ଲାଗି ବିନିଯୋଗ କରାଯାଇ ପାରିବନାହିଁ ।

ପୌରସଂସ୍ଥା ଗୁଡିକ ଲାଗି ମଞ୍ଜୁର ଅର୍ଥକୁ ଭାତରର ମହା ଲେଖାକାର (ସିଏଜି) କିମ୍ବା ତାଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସଂସ୍ଥା ଅଡଟି କରିପାରିବେ । ଏଥି ସହିତ ଅର୍ଥର ଆଭ୍ୟନ୍ତରୀଣ ଅଡିଟ୍‍ ମଧ୍ୟ କରାଯିବ । ତେଣୁ ସରକାରୀ ନୀତିନିୟମ ଅନୁଯାୟୀ ପୌର ସଂସ୍ଥା ଗୁଡିକ ଅର୍ଥକୁ ଠିକଣା ଭାବେ ଖର୍ଚ୍ଚ କରିବା ସହିତ ସୁଡାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏହାର ବିନିଯୋଗ ପ୍ରମାଣପତ୍ର ଦେବାପାଇଁ କୁହାଯାଇଛି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023