କରୋନା ପ୍ରଭାବ ଯୋଗୁଁ ପୂର୍ବ ତଟ ରେଳପଥରେ ଗତ ଛଅ ଦିନ ମଧ୍ୟରେ ଏକ ଲକ୍ଷରୁ ଉର୍ଧ ଟିକେଟ୍ ବାତିଲ୍ ହୋଇଛି । ଏହି ବାତିଲ୍ ସଂଖ୍ୟା ଗତ ବର୍ଷ ବାତିଲ୍ ହୋଇଥିବା ଟିକେଟ ସଂଖ୍ୟାଠାରୁ ଶତକଡ଼ା ୬୭ ଭାଗ (୬୭%) ଅଧିକ । ସେହିପରି ସାରା ଭାରତୀୟ ରେଳପଥରେ ଟିକେଟ୍ ବାତିଲ ସଂଖ୍ୟା ପୂର୍ବ ବର୍ଷ ଅପେକ୍ଷା ଶତକଡ଼ା ୮୦ ଭାଗ (୮୦%)ଅଧିକକୁ ପହଞ୍ôଚଲାଣି ।
ଯାତ୍ରୀ ସଂଖ୍ୟା କମିବା ଦୃଷ୍ଟିରୁ, ପୂର୍ବ ତଟ ରେଳପଥରେ ଚଳାଚଳ କରୁଥିବା ୦୫ ଯୋଡ଼ା (୧୦ଟି ଟ୍ରେନ୍) ସ୍ୱତନ୍ତ୍ର ଟ୍ରେନ୍କୁ ବିଭିନ୍ନ ସ୍ଥାନରୁ ବାତିଲ କରାଯାଇଛି । ଯଦି ଆବଶ୍ୟକ ପଡ଼େ ଆହୁରି ଅଧିକ ଟ୍ରେନ୍କୁ ବାତିଲ୍ କରାଯାଇପାରେ । ଯାତ୍ରୀ ଟିକେଟ୍ ବୁକିଂ ଉପରେ ନିୟମିତ ଭାବେ ବିଶ୍ଳେଷଣ କରାଯାଉଛି । ଯେତେବେଳେ ଆବଶ୍ୟକ ପଡ଼ିବ ଆହୁରି ଅଧିକ ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନିଆଯିବ ।
ପୂର୍ବ ତଟ ରେଳପଥର ଭୁବନେଶ୍ୱର, ପୁରୀ, ସମ୍ବଲପୁର ଓ ବିଶାଖାପାଟଣା ଡିପୋରୁ ଛାଡ଼ିବାକୁ ଥିବା ଟ୍ରେନ୍ ଗୁଡ଼ିକରୁ ଚାଦର (ବ୍ଲାଙ୍କେଟ୍) ଓ ପରଦା (କର୍ଟେନ୍)କୁ ବାହାର କରି ଦିଆଯାଇଛି । ଯାତ୍ରୀମାନେ ଚାହିଁଲେ ସେମାନଙ୍କର ନିଜର ଶାୱଲ, ବେଡସିଟ୍ ଇତ୍ୟାଦି ସାଙ୍ଗରେ ନେଇ ପାରିବେ । ସେମାନେ ରେଲୱେ ଦ୍ୱାରା ପ୍ରଦତ୍ତ ଚାଦର କି ବେଡ୍ସିଟ୍ ବ୍ୟବହାର କରିପାରିବେ କିମ୍ବା ତାଙ୍କର ନିଜର ବ୍ୟବହାର କରିପାରିବେ ।
କୋଭିଦ୍-୧୯ ସଂକ୍ରମଣର ବ୍ୟାପକତା ଜନିତ ଯାତ୍ରୀ ହ୍ରାସ କାରଣରୁ ପୂର୍ବ ତଟ ରେଳପଥ କେତେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସେବାକୁ ଅସ୍ଥାୟୀ ରୂପେ ବାତିଲ୍ କରିବାକୁ ନିଷ୍ପତ୍ତି ନେଇଛି । ଟ୍ରେନ୍ ନଂ. ୦୮୫୦୧/୦୮୫୦୨ ବିଶାଖାପାଟଣା-ସିକନ୍ଦରାବାଦ୍-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍କୁ ଭିଶାଖାପାଟଣାଠାରୁ ତା ୧୭,୨୪ ଓ ୩୧ ମାର୍ଚ୍ଚ, ୨୦୨୦ରିଖ ଦିନ ତଥା ସିକନ୍ଦରାବାଦ୍ଠାରୁ ତା ୧୮, ୨୫ ମାର୍ଚ୍ଚ ଏବଂ ୧ ଏପ୍ରିଲ, ୨୦୨୦ରିଖ ଦିନ ବାତିଲ୍ କରାଯିବ ।
ଟ୍ରେନ୍ ନଂ. ୦୮୫୭୩/୦୮୫୭୪ ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍କୁ ବିଶାଖାପାଟଣାଠାରୁ ତା୨୩ ଓ ୩୦ ମାର୍ଚ୍ଚ, ୨୦୨୦ରିଖ ଦିନ ତଥା ତିରୁପତିଠାରୁ ତା ୨୪ ଓ ୩୧ ମାର୍ଚ୍ଚ, ୨୦୨୦ ରିଖ ଦିନ ବାତିଲ୍ କରାଯିବ । ଟ୍ରେନ୍ ନଂ. ୦୮୩୦୧/୦୮୩୦୨ ସମ୍ବଲପୁର-ବନସ୍ୱାଡି-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ସମ୍ବଲପୁରଠାରୁ ତା ୧୮ ଓ ୨୫ ମାର୍ଚ୍ଚ, ୨୦୨୦ ରିଖ ଦିନ ଏବଂ ବନସ୍ୱାଡିଠାରୁ ତା ୧୯ ଓ ୨୬ ମାର୍ଚ୍ଚ, ୨୦୨୦ ରିଖ ଦିନ ବାତିଲ୍ ହେବ ।
ଟ୍ରେନ୍ ନଂ. ୦୮୪୦୭/୦୮୪୦୮ ଭୁବନେଶ୍ୱର-ସିକନ୍ଦରାବାଦ୍-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରଠାରୁ ତା ୧୯ ଓ ୨୬ ମାର୍ଚ୍ଚ ୨୦୨୦ ରିଖ ଦିନ ଏବଂ ସିକନ୍ଦରାବାଦ୍ଠାରୁ ତା ୨୦ ଓ ୨୭ ମାର୍ଚ୍ଚ ୨୦୨୦ରିଖ ଦିନ ବାତିଲ୍ ହେବ । ସେହିପରି ଟ୍ରେନ୍ ନଂ. ୦୮୪୦୩/୦୮୪୦୪ ପୁରୀ-ସନ୍ତ୍ରାଗାଛି-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ପୁରୀଠାରୁ ତା ୨୦ ଓ ୨୭ ମାର୍ଚ୍ଚ, ୨୦୨୦ରିଖ ଦିନ ଏବଂ ସନ୍ତ୍ରାଗାଛିଠାରୁ ତା ୨୧ ଓ ୨୮ ମାର୍ଚ୍ଚ ୨୦୨୦ରିଖ ଦିନ ବାତିଲ୍ ହେବ ।