ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

କରୋନା ପାଇଁ ୩୦ ନୋଡାଲ ଅଧିକାରୀ

କରୋନା ମୁକାବିଲା ଲାଗି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଲାଗି ୩୦ଜଣ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଭାରତ ସରକାରଙ୍କ ଠାରୁ ରାଜ୍ୟଗୁଡିକ କୌଣସି ପ୍ରକାର ସହାୟତା ଆବଶ୍ୟକ କରୁଥିଲେ ଯୁଗ୍ମ ସଚିବ ସ୍ତରର ଏହି ଅଧିକାରୀମାନେ ପ୍ରଭାବୀ ଓ ବାଧାମୁକ୍ତ ସମନ୍ୱୟ ରକ୍ଷା କରିବେ ।

ଏମାନେ ବିଭିନ୍ନ ରାଜ୍ୟରେ ନିୟୋଜିତ ରହିବା ସହିତ କରୋନା ଭୂତାଣୂ ସଂକ୍ରମଣର ମୁକାବିଲା ଦିଗରେ ନିଆଯାଇଥିବା ପଦକ୍ଷେପରେ ରାଜ୍ୟ କର୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରିବେ । ଏ ସମସ୍ତ ଅଧିକାରୀଙ୍କ ସହିତ ଆସନ୍ତାକାଲି ଏକ ବୈଠକ ଆୟୋଜନ କରାଯିବ । ଏଥିରେ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ଅବଗତ କରାଯିବ । ଭୂତାଣୁ ସଂକ୍ରମଣ ନିରାକରଣ ଓ ନିବାରଣ ଲାଗି ଆଜି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଅଧିକାରୀମାନଙ୍କୁ ନେଇ କ୍ୟାବିନେଟ ସଚିବ ଏକ ଜରୁରୀ ବୈଠକ ଆୟୋଜନ କରିଛନ୍ତି । ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ସମାବେଶ ନିଷେଧ ଲାଗି ଜାରି ହୋଇଥିବା ନିର୍ଦ୍ଦେଶକୁ ପ୍ରଭାବୀ ଢ଼ଙ୍ଗରେ କାର୍ଯ୍ୟକାରୀ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ସେହିପରି ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶୀକା ଓ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ଲାଗି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗଗୁଡିକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ପତ୍ର ଲେଖିଛନ୍ତି । ସମସ୍ତ ନିର୍ଦ୍ଦେଶନାମାକୁ ମନ୍ତ୍ରଣାଳୟ ଓ ବିଭାଗ ଅଧିନରେ ଥିବା ସମସ୍ତ ପ୍ରତିଷ୍ଠାନରେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।

ପୂର୍ବରୁ ୧୧ ଏବଂ ୧୬ ମାର୍ଚ୍ଚ ୨୦୨୦ରେ ଜାରି କରାଯାଇଥିବା ଯାତ୍ରା ମାର୍ଗଦର୍ଶୀକା ସହିତ ଆଜି ନୂଆ ମାର୍ଗଦର୍ଶୀକା ଜାରି ହୋଇଛି । ଆଫଗାନିସ୍ତାନ, ଫିଲିପାଇନ୍ସ, ମାଲେସିଆରୁ ଆସୁଥିବା ଯାତ୍ରୀଙ୍କୁ ଭାରତରେ ପ୍ରବେଶକୁ ନିଷେଧ କରାଯାଇଛି । ଏହା ତ୍ୱରିତ ପ୍ରଭାବରେ ଲାଗୁ ହେବ । ସମସ୍ତ ବିମାନ ସେବା ପ୍ରଦାନକାରୀ ଏହାକୁ କାର୍ଯ୍ୟକାରୀ କରିବେ ଏବଂ ଏସବୁ ଦେଶରୁ କୌଣସି ବିମାନ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିପାରିବ ନାହିଁ । ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଏହାକୁ ଅସ୍ଥାୟୀ ଭାବେ ଲାଗୁ କରାଯିବ ଏବଂ ପରବର୍ତୀ ସମୟରେ ଏହାର ସମୀକ୍ଷା କରାଯିବ ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023