ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଅନୁଗୁଳୁରେ ସିଟିଟିସି କେନ୍ଦ୍ର ଦାବି

ଭୁବନେଶ୍ୱର ସ୍ଥିତ କେନ୍ଦ୍ର ଟୁଲ୍‍ ରୁମ୍‍ ଏବଂ ତାଲିମ କେନ୍ଦ୍ର (ସିଟିଟିସି) ର ଅନ୍ୟ ଏକ ସମ୍ପ୍ରସାରଣ କେନ୍ଦ୍ର ଅନୁଗୁଳ ଠାରେ ପ୍ରତିଷ୍ଠା ପାଇଁ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନୀତିନ ଗଡକରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି । ଶ୍ରୀ ଗଡକରୀଙ୍କୁ ଲେଖିଥିବା ପତ୍ରରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ ଧୁଦ୍ର ଆଧାରିତ ଶିଳ୍ପ ପାଇଁ ଉତ୍ପାଦନ, ଡିଜିଇନ୍‍ (ଟିଆର/ଟିଡି) ପରମର୍ଶ ପ୍ରଦାନ କରିବା ପାଇଁ ଏମ୍‍ଏସ୍‍ଏମ୍‍ଇ ବିଭାଗର ପକ୍ଷରୁ ଟୁଲ୍‍ ରୁମ୍‍ ଏବଂ ଟୁଲ୍‍ ଡିଜାଇନ୍‍ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି ।

ଭୁବନେଶ୍ୱରରେ ଥିବା ସିଟିଟିସି ଦେଶର ୧୦ତମ ଟିଆର/ଟିଡି ମଧ୍ୟରେ ଥିବାବେଳେ ଏହାର ସମ୍ପ୍ରସାରଣ କେନ୍ଦ୍ର ଯାଜପୁର ଓ ରାୟଗଡାରେ ରହିଛି । ଏହି କେନ୍ଦ୍ର ସ୍ଥାନୀୟ ଅଞ୍ଚଳରେ ବୈଷୟିକ ଦକ୍ଷତା ପ୍ରଦାନ କରି ମାନବସମ୍ବଳ ସହ ନିଯୁକ୍ତି ସୃଷ୍ଟି କରୁଛି ଯାହା କ୍ଷୁଦ୍ର ଶିଳ୍ପର ବିକାଶରେ ସହାୟକ ହୋଇଛି ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।

ଓଡିଶାର ପ୍ରମୁଖ ଶିଳ୍ପ ପେଣ୍ଠସ୍ଥଳୀ ଅନୁଗୁଳ ଠାରେ ଭୁବନେଶ୍ୱରର ସିଟିଟିସିର ସମ୍ପ୍ରସାରଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏଥିରେ ଉଲ୍ଲେଖ କରିଛନ୍ତି ଯେ ଏହି ପ୍ରସ୍ତାବିତ ତାଲିମ କେନ୍ଦ୍ର ସ୍ତାନୀୟ ଅଞ୍ଚଳରେ ନିଯୁକ୍ତି ଭିତ୍ତିକ ଜ୍ଞାନକୌଶଳ ତାଲିମ ଦେବାର ସୁବିଧା ପ୍ରଦାନ କରିବ । ଅନୁଗୁଳ ସହରରେ ଛୋଟ ବଡ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବା ସହ ଉଚ୍ଚମାନର ଟୁଲର ଡିଜାଇନ୍‍, ବିନିର୍ମାଣର ବିକାଶ କରିବା ସହ ଅନେକ କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହନ ଦେବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଅନୁଗୁଳରେ ଶିଳ୍ପର ବିକାଶ ଏବଂ ସ୍ଥାନୀୟ ଅଞ୍ଚଳରେ ମାନବସମ୍ବଳର ବୈଷୟିକ ଦକ୍ଷତାକୁ ବୃଦ୍ଧି କରିବା ପାଇଁ ତଥା ଅନୁଗୁଳରେ ପ୍ରସ୍ତାବିତ ଭୁବନେଶ୍ୱରର ସିଟିଟିସିର ସମ୍ପ୍ରସାରଣ କେନ୍ଦ୍ର ସ୍ଥାପନା ପାଇଁ ବିଚାର କରିବାକୁ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀଙ୍କୁ ଅନୁରୋଧ କରିଛନ୍ତି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023