ଗଜପତି ମହାରାଜା ଦିବ୍ୟସିଂହ ଦେବ ସପରିବାର ଆମେରିକାରୁ ଗତ ୧୫ ତାରିଖରେ ଫେରିବାପରେ ସରକାରଙ୍କ କରୋନା ମୁକାବିଲା ନିର୍ଦ୍ଦେଶାବଳୀ ଅନୁଯାୟୀ ଆଜି ନିଜକୁ ପୋର୍ଟାଲ ଜରିଆରେ ପଞ୍ଜିକୃତ କରାଇଛନ୍ତି । ଶ୍ରୀ ଦିବ୍ୟସିଂହ ଦେବ ଆମେରିକାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଯାଇଥିଲେ ।
କରୋନା ମୁକାବିଲା ଲାଗି ଗଜପତି ତାଙ୍କ ଭୁବନେଶ୍ୱର ଘରେ ସମସ୍ତ ପ୍ରକାର ସର୍ତକତା ମୂଳକ ପଦକ୍ଷେପ ଗ୍ରହଣ କରିବା ସହିତ ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ବାସଭବନରେ ରହିବେ । କରୋନା ସତର୍କତା ପାଇଁ ଚଳିତ ମାସ ୪ ତାରିଖ କିମ୍ବା ଏହାପରେ ବିଦେଶରୁ ଫେରୁଥିବା ପ୍ରତ୍ୟେକ ବ୍ୟକ୍ତି ରାଜ୍ୟ ସରକାର ପୋର୍ଟାଲ ମାଧ୍ୟମରେ ନିଜକୁ ପଞ୍ଜିକୃତ କରିବା ସହିତ ସରକାରଙ୍କ ପରାମର୍ଶ ମୁତାବକ ୧୪ ପାଇଁ ସତର୍କତା ଅବଲମ୍ବ ଲାଗି ଗଜପତି ଆହ୍ୱାନ କରିଛନ୍ତି ।
ଉଲ୍ଲେଖନୀୟ ଯେ ବିଦେଶରୁ ଫେରୁଥିବା ପ୍ରତ୍ୟେକ ବ୍ୟକ୍ତି ୪୮ଘଣ୍ଟା ମଧ୍ୟରେ ନିଜକୁ ପଞ୍ଜିକୃତ କରିବାକୁ କୁହାଯାଇଛି । ଯେଉଁମାନେ ଏହି ସମୟ ମଧ୍ୟରେ ପଞ୍ଜିକୃତ କରିବେ ସେମାନଙ୍କ ପାଇଁ ସରକାର ୧୫ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଥିବାବେଳେ ଯେଉଁମାନେ ନିୟମ ନମାନିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ।