ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଡାକ୍ତରଖାନାକୁ ୨୪ ଘଣ୍ଟିଆ ବିଜୁଳି

କରୋନା ମୁକାବିଲା ଲାଗି ରାଜ୍ୟର ପ୍ରତ୍ୟେକ ସ୍ୱାସ୍ଥ୍ୟକେନ୍ଦ୍ରକୁ ୨୪ଘଣ୍ଟିଆ ବିଜୁଳି ଯୋଗାଣ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଶକ୍ତି ବିଭାଗ ପକ୍ଷରୁ ଆଜି ଏହି ମର୍ମରେ ସେସୁ ସହିତ ସମସ୍ତ ୪ଟି ଯାକ ବଦ୍ୟୁତ୍‍ ବିତରଣ କମ୍ପାନୀକୁ ପତ୍ର ଲେଖାଯାଇଛି ।

ଶକ୍ତି ବିଭାଗ ଦର୍ଶାଇଛି ଯେ କରୋନାକୁ କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ଘୋଷଣା କରିଥିବାବେଳେ ରାଜ୍ୟ ସରକାର ମଧ୍ୟ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ଏହାର ମୁକାବିଲା ଲାଗି ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେଉଥିବାବେଳେ ଏଥିରେ ଆକ୍ରାନ୍ତ କିମ୍ବା ସନ୍ଦିଗ୍ଧ ବ୍ୟକ୍ତିମାନେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ପରାମର୍ଶ ଲାଗି କୁହାଯାଇଛି । ତେଣୁ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଲୋକଙ୍କୁ ସେବା ଯୋଗାଇ ଦେବାଲାଗି ନିରବଚ୍ଛିନ୍ନ ବିଦ୍ୟୁତ୍‍ ଯୋଗାଣ ଏକାନ୍ତ ଆବଶ୍ୟକ । କେବଳ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ନୁହେଁ ଅସ୍ଥାୟୀ ଭାବେ ପ୍ରତିଷ୍ଠା ହେଉଥିବା କ୍ୱାରେନଣ୍ଟାଇନ୍‍ ସେଣ୍ଟର ଗୁଡିକୁ ମଧ୍ୟ ଏହି ବିଜୁଳି ସୁବିଧା ମିଳିବ ।

ରାଜ୍ୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭକରି ମେଡିକାଲ କଲେଜ ଓ ହସ୍ପିଟାଲ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ କୁହାଯିବା ସହିତ ବିତରଣ କମ୍ପାନୀ ଗୁଡିକୁ ଏହିସବୁ ସ୍ୱାସ୍ଥ୍ୟକେନ୍ଦ୍ରର ବିସ୍ତୃତ ତାଲିକା ପ୍ରଦାନ କରାଯାଇଛି । ଯଦି କୌଣସି କାରଣରୁ କିଛି ସମୟ ପାଇଁ ବିଦ୍ୟୁତ୍‍ ଯୋଗାଣରେ ସମସ୍ୟା ଦେଖାଦିଏ ତେବେ ସେଥିପାଇଁ ବ୍ୟାକ୍‍ ଅପ୍‍ ବିଜୁଳି ବ୍ୟବସ୍ଥା କରିବାକୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ସ୍ଥିତିରେ କରୋନା ମୁକାବିଲା ଅତି ଜରୁରୀ ହୋଇଥିବାରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ ଲାଗି ବଣ୍ଟନକାରୀ କମ୍ପାନୀ ଗୁଡିକୁ କୁହାଯାଇଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023