ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ନେମାଳୋ ପୀଠର ବିକାଶ


ପ୍ରସିଦ୍ଧ ନେମାଳୋ ପୀଠର ବିକାଶ ସମ୍ପର୍କରେ ପଞ୍ଚାୟତିରାଜ, ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନେମାଳୋ ପଞ୍ଚାୟତର ଏକ ତୀର୍ଥସ୍ଥାନ ଯାହା ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ପୀଠସ୍ଥଳୀ ଭାବେ ପରିଚିତ । ଅନେକ ଏହାକୁ ପଦ୍ମବନ ଭାବେ ଅବିହିତ କରିଛନ୍ତି ।

ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରିଥିବା ଏହି ପୀଠକୁ ଦୈନନ୍ଦିନ ପର୍ଯ୍ୟଟକ, ଶ୍ରଦ୍ଧାଳୁଙ୍କ ଆଗମନ ଏବଂ ଏଠାରେ ପାଳିତ ହେଉଥିବା ବିଭିନ୍ନ ପର୍ବ ପର୍ବାଣୀରେ ଜନସମାଗମକୁ ଆଦିକୁ ଦୃଷ୍ଟିରୁ ଏହି ପୀଠର ବିକାଶ ପାଇଁ ଆଜିର ବୈଠକରେ ଗୁରୁତ୍ୱାରୋପ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି ।

ଏହି ପୀଠ ଏବଂ ଏହାର ଚତୁଃପାଶ୍ୱର୍ର ସୌନ୍ଦର୍ଯ୍ୟକରଣ, ଜନସାଧାରଣଙ୍କ ସୁବିଧା, ଆନନ୍ଦ ବଜାରର ଉନ୍ନତିକରଣ, ଆଲୋକୀକରଣ, ରହିବାର ବ୍ୟବସ୍ଥା ଆଦି ବିଭିନ୍ନ ବିଷୟରେ ଆଲୋଚନା କରାଯାଇ ଆର୍ଥିକ ବ୍ୟବସ୍ଥା ସହିତ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବାକୁ ସ୍ଥିର ହୋଇଛି । ଏ ନେଇ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଚୂଡାନ୍ତ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି ।

ବିଧାନସାଭା ସ୍ଥିତ ମନ୍ତ୍ରୀ ଶ୍ରୀ ଜେନାଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଉକ୍ତ ବୈଠକରେ ଦେବୋତ୍ତର କମିଶନର, ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ, କଟକ ଉପଜିଲ୍ଲାପାଳ, ନିଶ୍ଚିନ୍ତକୋଇଲି ବ୍ଲକ ଚେୟାରମ୍ୟାନ ଅଶୋକ କୁମାର ଓଝା, ବିଡିଓ ଏବଂ କଟକ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଓ ସ୍ଥାନୀୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023