ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ


ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇଏମଏସ ଆଣ୍ଡ ସମ ହସ୍ପିଟାଲରେ ରାଜ୍ୟର ପ୍ରଥମ ଯକୃତ ପ୍ରତ୍ୟାରୋପଣ କରାଯାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । 

ରାଜଭବନ ରେ ରାଜ୍ୟପାଳଙ୍କୁ ସମ ହସ୍ପିଟାଲ ର ଡାକ୍ତରୀ ଟିମ ସାକ୍ଷାତ କରିଥିବାବେଳେ ପ୍ରଫେସର ଲାଲ ଯକୃତ ପ୍ରତ୍ୟାରୋପଣ ପ୍ରସଙ୍ଗରେ ଆନନ୍ଦ ବ୍ୟକ୍ତ କରିବା ସହ ସମ ହସ୍ପିଟାଲ ପକ୍ଷରୁ ଏଭଳି କାର୍ଯ୍ୟ ଆଗକୁ ମଧ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । 

ରାଜ୍ୟପାଳଙ୍କୁ ସମ ହସ୍ପିଟାଲ ର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଗ୍ୟାସଟରୋଏଣ୍ଟେରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁ, ଗ୍ୟାସଟରୋସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ପ୍ରେମାନନ୍ଦ ପଟନାୟକ, ରେଡିଓଲୋଜି ବିଭାଗ ମୁଖ୍ୟ ପ୍ରଫେସର ସତ୍ୟ ସୁନ୍ଦର ମହାପାତ୍ର, କ୍ରିଟିକାଲ କେୟାର ବିଭାଗ ର କନ୍ସଲଟାଣ୍ଟ ଡାକ୍ତର ସନ୍ତୋଷ କୁମାର ସିଂହ ଏବଂ ଗ୍ୟାସଟରୋଏଣ୍ଟେରୋଲୋଜି ବିଭାଗର କନ୍ସଲଟାଣ୍ଟ ଡାକ୍ତର ଦେବକାନ୍ତ ମିଶ୍ର ପ୍ରମୁଖ ରାଜଭବନ ରେ ସାକ୍ଷାତ ଆଲୋଚନା କରିଥିଲେ । 

ଗତ ମାର୍ଚ୍ଚ ୫ ତାରିଖରେ ସମ ହସ୍ପିଟାଲ ପକ୍ଷରୁ ହାଇଦ୍ରାବାଦ ର ଯଶୋଦା ହସ୍ପିଟାଲ ର ସହଯୋଗରେ ରାଜ୍ୟର ପ୍ରଥମ ଯକୃତ ପ୍ରତ୍ୟାରୋପଣ କରାଯାଇଥିଲା । ଯକୃତ ରୋଗରେ ପୀଡିତ ଥିବା ବାଲେଶ୍ୱର ନୀଳଗିରି ଅଂଚଳର ଜୟନ୍ତ ବିଶ୍ୱାଳ ଙ୍କ ଶରୀରରେ ଯକୃତ ପ୍ରତ୍ୟାରୋପଣ କରାଯାଇଥିଲା ।  ତାଙ୍କ ୧୯ ବର୍ଷୀୟ ପୁଅଙ୍କ ଯକୃତର କିଛି ଅଂଶ ଜୟନ୍ତଙ୍କ ଶରୀରରେ ପ୍ରତ୍ୟାରୋପଣ କରିଥିଲେ ଡାକ୍ତରୀ ଟିମ । ଉଭୟ ଜୟନ୍ତ ଏବଂ ତାଙ୍କ ପୁଅ ଏବେ ସୁସ୍ଥ ଅଛନ୍ତି।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023