ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଅପହଞ୍ଚ ଇଲାକା ପାଇଁ ‘ସୋପାନ’


ରାଜ୍ୟ ସରକାରଙ୍କ ୫-ଟି ଘୋଷଣାକ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପହଞ୍ଚ ଇଲାକାରେ ପୁଷ୍ଟିସାଧନର ରୂପାନ୍ତରଣ ଓ ପ୍ରଗତି ପାଇଁ ‘ସୋପାନ’ ନାମକ ନୂତନ ଷ୍ଟ୍ରାଟେଜି ଘୋଷଣା କରିଛନ୍ତି । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ଏହା କାର୍ଯ୍ୟକାରୀ ହେବ ।

ଏହାର ମୂଳ ଲକ୍ଷ୍ୟ ହେଲା ରାଜ୍ୟର ପ୍ରଗତି ପାଇଁ ପୁଷ୍ଟିସାଧନକୁ ସୁବ୍ୟବସ୍ଥିତ କରିବା । ଏହି ପୁଷ୍ଟିସାଧନ ରଣନୀତି ଦ୍ୱାରା ରାଜ୍ୟର ୨୨ଟି ଜିଲ୍ଲାରେ ଥିବା ୧୨୫ଟି ପ୍ରକଳ୍ପ ମାଧ୍ୟମରେ ୬ବର୍ଷରୁ କମ୍‍ ବୟସର ଶିଶୁ, କିଶୋରୀ ବାଳିକା, ଗର୍ଭବତୀ ଏବଂ ପ୍ରସୂତୀ ମହିଳାମାନେ ଉପକୃତ ହେବେ ।

ଏହାର ମୁଖ୍ୟ ବୈଶିଷ୍ଟ୍ୟ ଗୁଡିକ ହେଲା ୧୨୫ ପ୍ରକଳ୍ପରେ ଥିବା ପୁଷ୍ଟିସାଧନ ଓ ଅପହଞ୍ଚ ସ୍ଥାନ ମାନଙ୍କରେ ପରିପୃକ୍ତ ପୁଷ୍ଟିସାଧନ । ୧୫ରୁ ୧୯ବର୍ଷ ବୟସର କିଶୋରୀ ବାଳିକାଙ୍କ କ୍ଷେତ୍ରରେ ସ୍ୱତନ୍ତ୍ର ଦୃଷ୍ଟି । ଗର୍ଭବତୀ ଓ ପ୍ରସୂତୀ ମହିଳାମାନଙ୍କ ପାଇଁ ଅତିରିକ୍ତ ଗରମ ରନ୍ଧା ଖାଦ୍ୟ ବ୍ୟବସ୍ଥା । ଗୋଷ୍ଠି ଭିତ୍ତିକ ପୁଷ୍ଟିସାଧନ କେନ୍ଦ୍ର ଜରିଆରେ ୩ବର୍ଷରୁ କମ୍‍ ବୟସର ଶିଶୁଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟିଗତ ପରିଚାଳନା ।

ସେହିଭଳି ଅତିଶୟ ପୁଷ୍ଟିହୀନଙ୍କ ପାଇଁ ଗୋଷ୍ଠିଭିତ୍ତିକ ପରିଚାଳନା ସହ କମ୍‍ ପୁଷ୍ଟିହୀନ ଶଶୁଙ୍କୁ ପ୍ରତ୍ୟକ୍ଷ ଭାବରେ ଖାଦ୍ୟ ବ୍ୟବସ୍ଥା ଓ ଉପଦେଶ । ଅପହଞ୍ଚ ଇଲାକାରେ ପଡାପୁଷ୍ଟି କାର୍ଯ୍ୟକ୍ରମ ଜରିଆରେ ପୁଷ୍ଟିସାଧନ ସେବା ଯୋଗାଇବା । ଘରକୁ ଦିଆଯାଉଥିବା ଖାଦ୍ୟ ଓ ରନ୍ଧାଖାଦ୍ୟକୁ ଅଧିକ ଭିଟାମିନ ଓ ପୁଷ୍ଟିଯୁକ୍ତ କରାଇବା ।

ଅର୍ଧ ବାର୍ଷିକ ଓଜନ ଦିବସରେ ପ୍ରତ୍ୟେକ ଶିଶୁଙ୍କର ଓଜନ ସହ ପୁଷ୍ଟିହୀନ ଶିଶୁଙ୍କର ପ୍ରତ୍ୟକ୍ଷ ନଜର ରଖିବା । ଅପହଞ୍ଚ ଇଲାକ ପାଇଁ ପୁଷ୍ଟିସଖୀ ନାମରେ ଗୋଷ୍ଠିଗତ ମାନବ ସମ୍ବଳ ମୁତୟନ କରି ପୁଷ୍ଟିସାଧନ ଦିଗରେ ଉନ୍ନତି ଆଣିବା । ପୁଷ୍ଟିସାଧନରେ ପଞ୍ଚାୟତକୁ ସାମିଲ କରି ଉନ୍ନତ ପଞ୍ଚାୟତମାନଙ୍କୁ ପୁରସ୍କାର ଦେବା । ସ୍ୱୟଂ ସହାୟକ ଗୋଷ୍ଠିକୁ ପୁଷ୍ଟିସାଧନରେ ସାମିଲ କରିବା ଓ ବିଭିନ୍ନ ବିଭାଗ ସହଯୋଗରେ ପୁଷ୍ଟି ବଜେଟ୍‍ ପ୍ରସ୍ତୁତ ସହ ଅର୍ଥ ବରାଦ କରିବା ଆଦି ଅର୍ନ୍ତଭୁକ୍ତ । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023