ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ବ୍ୟାଙ୍କରେ ୬୨୬ କୋଟି ଟଙ୍କା


ଦେବାଳିଆ ହୋଇଥିବା ୟେସ୍‍ ବ୍ୟାଙ୍କ୍‍ରେ ଶ୍ରୀଜଗନ୍ନାଥଙ୍କ ଅର୍ଥ ଜମାକୁ ନେଇ ଆଶଙ୍କା ଦେଖା ଦେଇଥିବାବେଳେ ଚଳିତବର୍ଷ ଜାନୁୟାରୀ ଶେଷସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନ ବ୍ୟାଙ୍କ୍‍ରେ ମୋଟ୍‍ ୬୨୬,୪୪,୭୮,୪୪୪ ଟଙ୍କା ରଖିଥିବା ଜଣାଯାଇଛି । ଏଥି ମଧ୍ୟରେ ସ୍ଥାୟୀ ଜମାରାଶିର ପରିମାଣ ୫୫୨ କୋଟି ଟଙ୍କାରୁ ଅଧିକ ରହିଛି ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବ୍ୟାଙ୍କ୍‍ରେ ଜମା ଥିବା ଅର୍ଥ ମଧ୍ୟରୁ ଶ୍ରୀଜଗନ୍ନାଥ ଟେମ୍ପୁଲ କର୍ପସ ଫଣ୍ଡର ୨୫୫,୮୬,୭୮,୮୭୬ ଟଙ୍କା ଥିବାବେଳେ ଶ୍ରୀଜଗନ୍ନାଥ ଟେମ୍ପୁଲ ଫାଉଣ୍ଡେସନ ଫଣ୍ଡ୍‍ର ୯୮,୯୬,୩୬,୮୬୬ ଟଙ୍କା ଓ ଶ୍ରୀଜଗନ୍ନାଥ ଟେମ୍ପୁଲ ଫଣ୍ଡ୍‍ର ୨୭୨,୬୧,୬୨,୭୦୨ ଟଙ୍କା ରହିଛି । ଏହିସବୁ ଟଙ୍କାକୁ ବ୍ୟାଙ୍କ୍‍ରେ ଜମା କରାଯାଇଛି ।

ତେବେ ଏହି ସୂଚନା ଅନୁଯାୟୀ ଗତବର୍ଷ ସେପ୍ଟେମ୍ବର ଶେଷସୁଦ୍ଧା ସର୍ବାଧିକ ହାରରେ ସୁଧ ପ୍ରଦାନ କରୁଥିବା ୟେସ୍‍ ବ୍ୟାଙ୍କ୍‍ରେ ୫୯୨ କୋଟି ଟଙ୍କା ରଖାଯାଇଥିଲା । ଏଥି ମଧ୍ୟରେ ସ୍ଥାୟୀ ଜମାରେ ୫୪୫ କୋଟି ଟଙ୍କା ଥିବାବେଳେ ଚଳନ୍ତି ଜମାରେ ୪୭କୋଟି ଟଙ୍କା ରହିଛି । ଶ୍ରୀମନ୍ଦିର ଆଇନ୍‍ ଅନୁଯାୟୀ ଫାଉଣ୍ଡେସନ ଫଣ୍ଡର ସମସ୍ତ ଅର୍ଥ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବ୍ୟାଙ୍କ୍‍ କିମ୍ବା ବ୍ୟାଙ୍କ୍‍ ଗୁଡିକରେ ଦୀର୍ଘ ମିଆଦୀ ସ୍ଥାୟୀ ଜମାରେ ରଖାଯିବାର ବିଧି ରହିଛି ।

୨୦୧୮ ମସିହା ଅକ୍ଟୋବର ଏବଂ ୨୦୧୯ ମସିହା ଜୁଲାଇ ମାସରେ ରାଜ୍ୟ ସରକାର ଜାରି କରିଥିବା ଦୁଇଟି ପତ୍ରରେ ପଞ୍ଜିକୃତ ବ୍ୟାଙ୍କ୍‍ମାନଙ୍କ ମଧ୍ୟରେ ୟେସ୍‍ ବ୍ୟାଙ୍କ୍‍ ସ୍ଥାନିତ ହୋଇଥିଲା । ଏହି ବ୍ୟାଙ୍କ୍‍ ସର୍ବାଧିକ ସୁଧ ପ୍ରଦାନ କରୁଥିବାରୁ ଟେଣ୍ଡର ମାଧ୍ୟମରେ ଶ୍ରୀମନ୍ଦିର ଅର୍ଥକୁ ଏହି ବ୍ୟାଙ୍କ୍‍ରେ ଜମା କରାଯାଇଛି । ଇତି ମଧ୍ୟରେ ଚଳନ୍ତି ଆକାଉଣ୍ଟରେ ଥିବା ୪୭କୋଟି ଟଙ୍କାକୁ ରାଜ୍ୟ ସରକାର ସେହି ବ୍ୟାଙ୍କ୍‍ରୁ ଉଠାଇ ଆଣିଥିବାବେଳେ ସ୍ଥାୟୀ ଜମା କିନ୍ତୁ ଉଠିପାରି ନାହିଁ । ସ୍ଥାୟୀ ଜମାରେ ଥିବା ୫୪୫ କୋଟିର ମିଆଦ ଚଳିତମାସ ୧୯ ଓ ୩୦ ତାରିଖରେ ପୂରୁଥିବାରୁ ସେହିଦିନ ଟେଣ୍ଡର ମାଧ୍ୟମରେ ଏହାକୁ ରାଷ୍ଟ୍ରାୟତ ବ୍ୟାଙ୍କ୍‍ରେ ପୁଣିଥରେ ରଖାଯିବ ବୋଲି ସରକାରୀ ସ୍ତରରୁ ସୂଚନା ମିଳିଛି ।

ଦେବାଳିଆ ବ୍ୟାଙ୍କ୍‍ରେ ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ଫସିଥିବାବେଳେ ୨୪ ଜିଲ୍ଲାରେ ମହାପ୍ରଭୁଙ୍କର ୬୦ହଜାର ଏକରରୁ ଅଧିକ ଜମି ଥିବା ଚିହ୍ନଟ କରାଯାଇଛି । ତେବେ ଏଥି ମଧ୍ୟରୁ ମାତ୍ର ୩୪,୮୦୩ ଏକର ଜମିର ଚୂଡାନ୍ତ ସତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରାପ୍ତ ହୋଇଛି । ଜମିକୁ ମାଡିବସିଥିବା ବ୍ୟକ୍ତିଙ୍କ କବଳରୁ ଉଦ୍ଧାର ପାଇଁ ୮୬୪ଟି ମାମଲା ରୁଜୁ ହୋଇଥିବା ଜଣାଯାଇଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023