ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଓଡିଶାରେ ଆରମ୍ଭ ହେବ ତୈଳ ଅନୁସନ୍ଧାନ


ଭାରତୀୟ ତୈଳ ନିଗମ ଆସନ୍ତା ମାସରୁ ଓଡିଶାରେ ତାହାର ତୈଳ ଓ ପ୍ରାକୃତିକ ବାଷ୍ପ ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ କରିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦକ୍ଷେପ ଯୋଗୁଁ ଅଏଲ ଇଣ୍ଡିଆ ରାଜ୍ୟରେ ସ୍ଥଗିତ ରଖିଥିବା ତାହାର ଏହି କାର୍ଯ୍ୟ ପୁଣିଥରେ ଆରମ୍ଭ କରିବାକୁ ଯାଉଛି । ଦେଶର ବିଭିନ୍ନ ଉପତ୍ୟାକାରେ ମହଜୁଦ ଥିବା ତୈଳ ଓ ପ୍ରାକୃତିକ ବାଷ୍ପ ଅନୁସନ୍ଧାନ ସହିତ ଉତ୍ପାଦନ ବୃଦ୍ଧି ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱଆରୋପ କରୁଛନ୍ତି ।

ଅଶୋଧିକ ତୈଳ ଅନୁସନ୍ଧାନ କାର୍ଯ୍ୟକୁ ଭାରତୀୟ ତୈଳ ନିଗମ କିଛି ଦିନ ଧରି ବନ୍ଦ ରଖିଥିବାବେଳେ କେନ୍ଦ୍ର ମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁଁ ଏହା ପୁଣିଥରେ ଆରମ୍ଭ ହେବାକୁ ଯାଉଥିବା ସୂଚନା ମିଳିଛି । ଦେଶରେ ୨୩ଟି ବ୍ଲକ ଅଏଲ ଇଣ୍ଡିଆକୁ ଦିଆଯାଇଥିବାବେଳେ ଏଥିରୁ ମହାନଦୀ ଉପତ୍ୟାକାରେ ୫ଟି, ପୂର୍ବଭାରତର ଆସାମର ଅରକାନ ଉପତ୍ୟାକାରେ ୧୧ଟି, ରାଜସ୍ଥାନରେ ୩ଟି, କ୍ରିଷ୍ଣା ଗୋଦାବରୀ ଉପତ୍ୟାକାରେ ଗୋଟିଏ, ଆଣ୍ଡାମାନରେ ୨ଟି ଓ ଗୋଟିଏ କେରଳ-କୋଙ୍କଣ ଉପତ୍ୟାକାରେ ରହିଛି ।

ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମ (ଓଏନ୍‍ଜିସି) ଏବଂ ଭାରତୀୟ ତୈଳ ନିଗମ (ଓଆଇଏଲ୍‍) ପକ୍ଷରୁ ଏକ ଲକ୍ଷ ୭୭ହଜାର କୋଟି ଟଙ୍କା ବ୍ୟୟରେ ଆସନ୍ତା ୫ବର୍ଷ ପାଇଁ ଅନୁସନ୍ଧାନ ଓ ଉତ୍ପାଦନ ଭିତ୍ତିକ କାର୍ଯ୍ୟ ଚଳାଇବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିକଟରେ ଘୋଷଣା କରିଛନ୍ତି । ଏହି ଦୁଇ ସଂସ୍ଥା ଆଗାମୀ ୫ବର୍ଷ ପାଇଁ ଅନୁସନ୍ଧାନ କାର୍ଯ୍ୟ ପାଇଁ ପ୍ରାୟ ୧,୬୦,୧୪୦ କୋଟି ୬୦ଲକ୍ଷ ଟଙ୍କା ଏବଂ ଉତ୍ପାଦନ ପାଇଁ ୧୭,୫୭୫ କୋଟି ୮୩ଲକ୍ଷ ଟଙ୍କା ବିନିଯୋଗ କରିବେ ବୋଲି ସଂସଦରେ ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୨୩-୨୪ ସୁଦ୍ଧା ଦେଶର ଅଶୋଧିତ ତୈଳ ଉତ୍ପାଦନ ପରିମାଣ ୧୪ ପ୍ରତିଶତ ବୃଦ୍ଧି କରି ୩୮.୯୧ ନିୟୁତ ମେଟ୍ରିକ ଟନ୍‍ରେ ବୃଦ୍ଧି ପାଇଁ ଲକ୍ଷ୍ୟ ସ୍ଥିର ହୋଇଥିବାବେଳେ ପ୍ରାକୃତିକ ବାଷ୍ପ ଉତ୍ପାଦନ ପରିମାଣ ୬୯ ପ୍ରତିଶତ ବଢାଇ ୫୫.୬୯ ନିୟୁତ ବିଲିୟନ କ୍ୟୁବିକ ମିଟରରେ ପହଞ୍ଚାଇବାକୁ ସ୍ଥିର ହୋଇଛି । ଇତି ମଧ୍ୟରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟ ପକ୍ଷରୁ ଓଡିଶା ଉପତ୍ୟାକାରେ ଅନୁସନ୍ଧାନ ପାଇଁ ଭାରତୀୟ ତୈଳ ନିଗମକୁ ଅନୁମତି ପ୍ରଦାନ କରାଯାଇଛି ।

ଏହି କ୍ରମରେ ହାଇଡ୍ରୋ କାର୍ବନ ମହା ନିର୍ଦ୍ଦେଶକ ମଧ୍ୟ ଅନୁସନ୍ଧାନ ଲାଗି ତୈଳ ନିଗମକୁ ସବୁଜ ସଙ୍କେତ ପ୍ରଦାନ ସହିତ କାର୍ଯ୍ୟ ଆରମ୍ଭ ପାଇଁ ଆବଶ୍ୟକ ଲାଇସେନ୍ସ ପ୍ରଦାନ ଲାଗି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ତୈଳ ଅନୁସନ୍ଧାନ ଲାଗି ରାଜ୍ୟ ସରକାର ଅଏଲ ଇଣ୍ଡିଆକୁ ଲାଇସେନ୍ସ ପ୍ରଦାନ ସହିତ ଆବଶ୍ୟକ ବ୍ୟବସ୍ଥା କରିବେ । ଭାରତୀୟ ତୈଳ ନିଗମ କେନ୍ଦ୍ର ସରକାରଙ୍କର ପ୍ରମୁଖ ତୈଳ ସଂସ୍ଥା ହୋଇଥିବାବେଳେ ଦେଶର ବିଭିନ୍ନ ଭାଗରେ ଏହା ଅଶୋଧିତ ତୈଳ ଓ ପ୍ରାକୃତିକ ବାଷ୍ପର ଅନୁସନ୍ଧାନ, ଉତ୍ପାଦନ ଓ ପରିବହନ ଆଦି କରିଥାଏ । ଭାରତୀୟ ତୈଳ ନିଗମ ଓଡିଶାରେ ତାହାର ସିଏସ୍‍ଆର କାର୍ଯ୍ୟ ଚଳାଉଥିବାବେଳେ ଅନୁସନ୍ଧାନ ଆରମ୍ଭ ହେଲେ ଏ କ୍ଷେତ୍ରରେ ଅଧିକ ଅର୍ଥ ବିନିଯୋଗ କରିବ ବୋଲି ଅଧିକାରୀମାନେ ଆଶା କରୁଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023