ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

କୋଚିଂ ସେଣ୍ଟର ସକ୍ରିୟ


ମାଟ୍ରିକ ପରୀକ୍ଷା ସରିବାପରେ ଏବେ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା । ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପରୀକ୍ଷାକୁ ନେଇ ବ୍ୟସ୍ତ ଥିବାବେଳେ ଘରୋଇ କୋଚିଂ ସେଣ୍ଟର ଗୁଡିକ କିଭଳି ପିଲାଙ୍କୁ ନିଜ ପଟକୁ ଆଣିବେ ସେଥିପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ।

ମାଟ୍ରିକ ପରୀକ୍ଷା ପୂର୍ବରୁ ଏହି କୋଚିଂ ସେଣ୍ଟର ଗୁଡିକ ବିଭିନ୍ନ ବିଦ୍ୟାଳୟ ଓ ଟିଉସନ କେନ୍ଦ୍ରକୁ ଯାଇ ପିଲାଙ୍କୁ ଉପହାର ଦେବା ସହିତ ସେମାନଙ୍କ ଅଭିଭାବକଙ୍କ ଫୋନ୍‍ ନମ୍ବର ଆଣିଥିଲେ । ସେହିଭଳି ମାଟ୍ରିକ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ପ୍ରତିଦିନ ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜ କୋଚିଂ ସେଣ୍ଟରର ଲୋଭନୀୟ ବ୍ରୋଚର ପ୍ରଦାନ କରିବା ସହିତ ଶେଷ ପରୀକ୍ଷାଦିନ ବି ଉପହାର ବାଣ୍ଟିଥିଲେ ।

ଏବେ ପରୀକ୍ଷା ସରିବାପରେ ପିଲାଏ କିଭଳି ସେମାନଙ୍କ କୋଚିଂ ସେଣ୍ଟରକୁ ଯିବେ ସେଥିପାଇଁ ଅଭିଭାବକମାନଙ୍କୁ ଲଗାତାର ଫୋନ୍‍ କରିବାରେ ଲାଗିଛନ୍ତି । କିଏ ସମର କୋର୍ସ ପଢାଇବ କହୁଛି ତ ଆଉ କିଏ ସ୍ପୋକନ ଇଂଲିସ । ଆଉ କେତେକ ସଂସ୍ଥା ଏବେ ଠାରୁ ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ପାଠପଢାର ଡୋମୋ ମାଗଣାରେ ଦେଖାଇବେ ବୋଲି କହି ପିଲାଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି । କିଏ ମାଗଣରେ ଇଞ୍ଜିନିୟରିଂ କୋଚିଂ ଦେବ କହୁଛି ତ ଆଉ କିଏ ଡାକ୍ତରୀ ପରୀକ୍ଷା ପାଇଁ ପ୍ରସ୍ତୁତ କରାଇବ । କିଛି ସଂସ୍ଥା ତ ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମ ପାଇଁ କଲେଜ ଯିବା ବଦଳରେ ସେମାନଙ୍କ ସଂସ୍ଥାରେ ଦୈନିକ ୩/୪ କ୍ଲାସ କରିବାକୁ ପ୍ରବର୍ତ୍ତାଉଛନ୍ତି । ତେବେ ଏହି କୋଚିଂ ସେଣ୍ଟରକୁ ପିଲାଏ ଗଲେ କଲେଜରେ କେତେବେଳେ ଯାଇ ପାଠ ପଢିବେ ବୋଲି ପ୍ରଶ୍ନ କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟ ସରକାର ଯୁକ୍ତ ଦୁଇ ସ୍ତରରେ ଟିଉସନ ଓ କୋଚିଂକୁ ପ୍ରତିହତ କରିବା ସହିତ ଛାତ୍ରଛାତ୍ରୀମାନେ ଯେଭଳି କଲେଜରେ ଉପସ୍ଥିତ ରହି ପାଠ ପଢିବେ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି । ଏପରିକି ଛାତ୍ରଛାତ୍ରୀମାନେ ପ୍ରଥମବର୍ଷରେ ଅତି କମ୍‍ରେ ୩୦ ପ୍ରତିଶତ ନମ୍ବର ନରଖିଲେ ଯୁକ୍ତଦୁଇ ଦ୍ୱିତୀୟବର୍ଷକୁ ଯାଇପାରିବେ ନାହିଁ ବୋଲି ସ୍ଥିର କରିଛନ୍ତି । ଏଥି ସହିତ କଲେଜରେ ଛାତ୍ରଛାତ୍ରୀମାନଙ୍କର ଉପସ୍ଥାନ ରହିବା ବି ଜରୁରୀ । ହେଲେ ଏଭଳି ସ୍ଥଳରେ ମାଟ୍ରିକ ପରୀକ୍ଷା ସରୁ ସରୁ କୋଚିଂ ସେଣ୍ଟର ଗୁଡିକ ଯେଭଳି ଘରକୁ ଘର ବୁଲି ପିଲାଙ୍କୁ ଲୋଭନୀୟ ଅଫର ଦେଖାଉଛନ୍ତି ତାହା ଆଗାମୀ ଦିନରେ ଯୁକ୍ତଦୁଇ ପାଠପଢାକୁ ପ୍ରଭାବିତ କରିବ ବୋଲି ଅନେକ ମତ ଦେଉଛନ୍ତି । ତେଣୁ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାପାଇଁ ଦାବି ହେଉଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023