ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

୫ରେ ବିଜୁ ପଟ୍ଟନାୟକ ମିନି ମାରାଥନ୍‌

ଓଡ଼ିିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଚଳିତ ମାର୍ଚ୍ଚ ୫ ତାରିଖରେ ‘ବିଜୁ ପଟ୍ଟନାୟକ ମିନି ମାରାଥନ’ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି । ମୋଟ ୬ଟିବର୍ଗରେ ହେବାକୁ ଥିବା ଏହି ମିନି ମାରାଥନରେ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗୀମାନେ ଅଂଶଗ୍ରହଣ କରି ପାରିବେ ।

୩୫୦୦ରୁ ଅଧିକ ପ୍ରତିଯୋଗୀଙ୍କୁ ନେଇ ଆୟୋଜିତ ହେବାକୁ ଥିବା ଏହି ମିନି ମାରାଥନ୍‌ରେ କନିଷ୍ଠବର୍ଗରେ ୧୫ରୁ ୧୮ବର୍ଷବୟସରବାଳକବାଳିକାମାନେ ଅଂଶଗ୍ରହଣ କରି ପାରିବେ । ସେହି ପରିବରିଷ୍ଠବର୍ଗରେ ୧୮ବର୍ଷରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରି ପାରିବେ । ଭେଟେରାନ୍‌ବର୍ଗରେ ୫୦ବର୍ଷରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରି ପାରିବେ ।

ଏହି ମିନି ମାରାଥନ ମାର୍ଚ୍ଚ ୫ ତାରିଖ ସକାଳ ୭ଟା ସମୟରେବିଜୁ ପଟ୍ଟନାୟକ ପାର୍କ (ଫରେଷ୍ଟ ପାର୍କ)ଠାରେ ଶୁଭାରମ୍ଭ ହେବ । ପ୍ରତିଯୋଗୀମାନେ ଏଠାରୁବାହାରି ଶିଶୁଭବନ ଛକ, ରାଜମହଲ ଛକ, ଏଜି ଛକ, ରାଜଭବନ ଛକ, ପାଓ୍ୱାର ହାଉସ୍‌ ଛକ, କଳିଙ୍ଗ ଷ୍ଟାଡିୟମ୍‌ ଗେଟ୍‌ ନଂ-୩ ଦେଇ ମୁଖ୍ୟ ପଡ଼ିଆକୁ ଆସିବେ । ଏହି ମିନି ମାରାଥନ୍‌ରେ କୃତୀ ପ୍ରତିଯୋଗୀଙ୍କ ଲାଗି ମୋଟ ୧ ଲକ୍ଷ ୫୮ ହଜାର ଟଙ୍କାର ପୁରସ୍କାର ରାଶି ରହିଛି । ୧୮ବର୍ଷରୁ ଊର୍ଦ୍ଧ୍ୱବରିଷ୍ଠ ପୁରୁଷ ଓ ମହିଳାବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିବା ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ୧୨ ହଜାର ଲେଖାଏଁ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯିବ ।

ସେହି ପରି ଏହିବର୍ଗରେ ଦ୍ୱତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ୧୦ ହଜାର, ତୃତୀୟଙ୍କୁ ୭ ହଜାର, ଚତୁର୍ଥଙ୍କୁ ୪ ହଜାର ଓ ପଞ୍ଚମଙ୍କୁ ୩ ହଜାର ଲେଖଏଁ ଅର୍ଥରାଶି ପୁରସ୍କାରବାବଦରେ ପ୍ରଦାନ କରାଯିବ । ୧୫ରୁ ୧୮ବର୍ଷ କନିଷ୍ଠବାଳକ ଓବାଳିକାବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିବା ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ୭ ହଜାର, ଦ୍ୱିତୀୟଙ୍କୁ ୬ ହଜାର, ତୃତୀୟଙ୍କୁ ୪ ହଜାର, ଚତୁର୍ଥଙ୍କୁ ୩ ହଜାର ଓ ପଞ୍ଚମଙ୍କୁ ୧୫୦୦ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ । ଭେଟେରାନ୍‌ବର୍ଗରେ ମଧ୍ୟ ଅନୁରୂ ପ ଭାବରେ ପୁରୁଷ ଓ ମହିଳାବର୍ଗର ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ୭ ହଜାର, ଦ୍ୱିତୀୟଙ୍କୁ ୬ ହଜାର, ତୃତୀୟଙ୍କୁ ୪ ହଜାର, ଚତୁର୍ଥଙ୍କୁ ୩ ହଜାର ଓ ପଞ୍ଚମଙ୍କୁ ୧୫୦୦ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯିବ ।

ମିନି ମାରାଥନ୍‌ରେ ଅଂଶଗ୍ରହଣ କରିବା ପାଇଁ ଇଚ୍ଛୁକ ପ୍ରତିଯୋଗୀମାନେ ମାର୍ଚ୍ଚ ୨ ତାରିଖରୁ ୪ ତାରିଖ ମଧ୍ୟରେ ଦିନ ୧୦ରୁ ଅପରାହ୍ନ ୫ଟା ମଧ୍ୟରେ କଳିଙ୍ଗ ଷ୍ଟାଡିୟମ୍‌ଠାରେ ନିଜର ନାମ ପଞ୍ଜୀକରଣ କରି ଟି-ସାର୍ଟ ଏବଂ ଚେଷ୍ଟ ନଞ୍ଚର ନେଇ ପାରିବେ ।ବାହାରୁ ଆସୁଥିବା ପ୍ରତିଯୋଗୀମାନଙ୍କ ପାଇଁ ୪ ତାରିଖ ରାତିରେ କଳିଙ୍ଗ ଷ୍ଟାଡିୟମ୍‌ ପରିସରରେବିଭାଗ ପକ୍ଷରୁ ରାତି୍ର-ରହଣିର ସୁବିଧା ଯୋଗାଇ ଦିଆଯିବ । ମିନି ମାରାଥନ୍‌ରେ ଅଂଶଗ୍ରହଣକାରୀମାନଙ୍କୁବିଜୁ ପଟ୍ଟନାୟକ ପାର୍କ ସ୍ଥିତ ଷ୍ଟାର୍ଟିଂ ପଏଣ୍ଟ ଏବଂ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ଫିନିସିଂ ପଏଣ୍ଟ ସହିତବିଭିନ୍ନ ଛକ ସ୍ଥାନମାନଙ୍କରେ ସ୍ଥାନରେବିଭାଗର କର୍ମଚାରୀ ଓ ସେଚ୍ଛ।ସେବୀମାନେ ଉ ପସ୍ଥିତ ରହି ଆବଶ୍ୟକ ସୁବିଧା ଯୋଗାଇ ଦେବେ ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023