ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଧାନର ଅଭାବୀ ବିକ୍ରି ପାଇଁ ଗୃହ ଅଚଳ


ଧାନର ଅଭାବି ବିକ୍ରି ପ୍ରତିବାଦରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିବାରୁ ଆଜି ବିଧାନସଭରେ ପ୍ରଶ୍ନକାଳ କିମ୍ବା ଶୂନକାଳ ଚାଲିପାରିନାହିଁ ।

ଆଜି ପ୍ରଶ୍ନକାଳ ଆରମ୍ଭ ହେବାମାତ୍ର କଂଗ୍ରେସ ସର୍ବଶ୍ରୀ ତାରା ପ୍ରସାଦ ବାହିନିପତି, ସନ୍ତୋଷ ସିଂହ ସାଲୁଜା, ରମେଶ ବେହେରା ଓ ଡି.ରାଜନ ଏକ୍କା ପ୍ରମୁଖ ଗୃହ ମଧ୍ୟଭାଗକୁ ଆସି ପ୍ରତିବାଦ କରିବା ସହିତ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ।

ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଜେଡି ସଦସ୍ୟ ପ୍ରଫୁଲ ସାମଲ ପଚାରିଥିବା ପ୍ରଶ୍ନର ଉତ୍ତର ରଖିବାପାଇଁ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଡାକିଥିଲେ । ମନ୍ତ୍ରୀଙ୍କ ଉତ୍ତର ହଟ୍ଟଗୋଳ ମଧ୍ୟରେ ଶୁଣାଯାଉ ନଥିଲା । ଗୃହ ମାତ୍ର ଏକ ମିନିଟ୍‍ ଚାଲିବାପରେ ବାଚସ୍ପତି ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ।

ଶୂନ୍ୟକାଳରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଧାନର ଅଭାବି ବିକ୍ରି ପ୍ରସଙ୍ଗ ଉଠାଇ ଗୃହ ମଧ୍ୟରେ ଆସି ହଟ୍ଟଗୋଳ କରିଥିଲେ । ବିଜେପି ସଦସ୍ୟ ଜୟ ନାରାୟଣ ମିଶ୍ର, ବିଷ୍ଣୁ ଚରଣ ସେଠୀ, ମୋହନ ମାଝି, ଭୁଦାନ ମୁର୍ମୁ, ମୁକେଶ ମହାଲିଙ୍ଗ, ଭାଷ୍କର ମଢେଇ, ଶଙ୍କର ଓରାମ ପ୍ରମୁଖ ଗୃହ ମଧ୍ୟଭାଗରେ ଆସି ହଟ୍ଟଗୋଳ କରିବା ବରିବା ସହିତ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ।

ଫଳରେ ବାଚସ୍ପତି ଗୃହକୁ ୧୨ଟା ୩୦ ପର୍ଯ୍ୟନ୍ତ ମୁଲତବି ରଖି ସର୍ବଦଳୀୟ ବୈଠକ ଡାକିଥିଲେ । ପୁନର୍ବାର ଗୃହକାର୍ଯ୍ୟ ଆରମ୍ଭ ହେବା ସମୟରେ ବିରୋଧି ସଦସ୍ୟମାନେ ସମାନ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ କରିବାରୁ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020